ବେଲଗଛ କେଉଁଠି ରହିଲେ ଶୁଭ, ପଡେନାହିଁ ଖରାପ ଦୃଷ୍ଟି

ଭଗବାନ ଶିବଙ୍କର ଅତି ପ୍ରିୟ ହେଉଛି ବେଲପତ୍ର ।ଶିବପୁରାଣ ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ଘରେ ବେଲଗଛ ରହିଥାଏ, ସେହି ଘର ଉପରକୁ କାହାର ଖରାପ ଦୃଷ୍ଟି ପଡେନାହିଁ । ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ତେବେ ବେଲଗଛ ଘରର କେଉଁ ସ୍ଥାନରେ ରହିଲେ ଶୁଭ ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଘରର ଉତ୍ତର- ପଶ୍ଚିମ ଦିଗରେ ବେଲଗଛ ଲଗାଇଲେ ବ୍ୟକ୍ତି ତେଜସ୍ବୀ ତଥା ଉର୍ଜାବାନ ହୋଇଥାନ୍ତି ।

* ସେହିପରି ଦକ୍ଷିଣ-ପଶ୍ଚିମ ଦିଗରେ ବେଲଗଛ ଲଗାଇଲେ ପରିବାରରେ ଆର୍ଥିକ ଅଭିବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏପରିକି କରଜରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଏହି ଦିଗରେ ବେଲଗଛ ଲଗାଇବା ଶୁଭ ହୋଇଥାଏ ।

* କୁହାଯାଏ, ଘରର ଠିକ୍‌ ମଧ୍ୟ ଭାଗରେ ବେଲଗଛ ଲଗାଇଲେ ପରିବାର ସଦସ୍ୟଙ୍କ ଭିତରେ କୁଆଡେ ବୁଝାମଣା ବୃଦ୍ଧି ପାଇବା ସହ ସ୍ନେହପ୍ରେମ ବଢିଥାଏ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ଘରର ଅଗଣାରେ ବେଲଗଛ ରହିଥାଏ, ସେହି ଘରୁ ସମସ୍ତ ନକାରାତ୍ମକ ଊର୍ଜା ନଷ୍ଟ ହୋଇ ସକାରାତ୍ମକ ଊର୍ଜା ପ୍ରାପ୍ତ ହୋଇଥାଏ। ତା’ଛଡା ଉକ୍ତ ଘରକୁ କୌଣସି ତନ୍ତ୍ର ଶକ୍ତି ପ୍ରବେଶ କରିପାରେ ନାହିଁ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।

* ତେଣୁ କୌଣସି ବ୍ୟକ୍ତିଙ୍କ ଘରେ ଯଦି ବେଲଗଛ ଲଗାଇବା ପାଇଁ ଖୋଲା ଜାଗା ନାହିଁ, ସେ କ୍ଷେତ୍ରରେ ଫୁଲକୁଣ୍ଡରେ ବେଲଗଛ ଲଗାଇ ଘର ଭିତରେ ରଖିପାରିବେ।

ଗଛ ଟିକେ ବଡ ହୋଇଗଲେ ତାକୁ ମନ୍ଦିର କିମ୍ବା ତୀର୍ଥସ୍ଥଳୀରେ ଦାନ ଆକାରରେ ଦେଇ ପୁଣି ଛୋଟ ବେଲଗଛଟିଏ ଆଣି କୁଣ୍ଡରେ ଲଗାଇ ଘରେ ରଖିଦେବେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri