Posted inUncategorized

ବେଦପାଠ ଓ ସ୍ମୃତିଶକ୍ତି

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ବେଦକୁ ‘ଶ୍ରୁତି’ ବୋଲି କୁହାଯାଏ। କାରଣ ବୈଦିକ ଯୁଗରେ ଶିଷ୍ୟମାନେ ଗୁରୁଙ୍କଠାରୁ ଏହାକୁ ଶୁଣି ଶୁଣି ମନେରଖୁଥିଲେ। ଭାବିଲେ ବିସ୍ମୟ ଲାଗେ, ଚାରିଖଣ୍ଡ ଏହି ବିଶାଳ ମହାଗ୍ରନ୍ଥକୁ ସେମାନେ ଏତେ ନିର୍ଭୁଲ୍‌ ଭାବେ ମନେରଖି ଦେଉଥିଲେ କିପରି?
ଏ ପ୍ରଶ୍ନର ଏକ ସମ୍ଭାବ୍ୟ ବିଜ୍ଞାନଭିତ୍ତିକ ଉତ୍ତର ରଖିଛନ୍ତି ଇଟାଲିର ସ୍ନାୟୁବିଜ୍ଞାନୀ ଡ.ଜେମସ ହାର୍ଟଜେଲ ଏବଂ ତାଙ୍କ ସହଯୋଗୀମାନେ। ୨୦୧୯ରେ ବିଜ୍ଞାନ ପତ୍ରିକା ‘ସାଇଣ୍ଟିଫିକ୍‌ ଆମେରିକାନ୍‌’ରେ ପ୍ରକାଶିତ ଏକ ନିବନ୍ଧରେ ସେମାନେ ସୂଚିତ କରିଛନ୍ତି ଯେ, ବେଦରେ ଥିବା ମନ୍ତ୍ରଗୁଡିକୁ ବାରମ୍ବାର ପଢି ମନେରଖିବାକୁ ଚେଷ୍ଟା କରିବା ଦ୍ୱାରା ଉଭୟ ଦୀର୍ଘସ୍ଥାୟୀ ଏବଂ ସ୍ବଳ୍ପସ୍ଥାୟୀ ସ୍ମୃତିଶକ୍ତି ଭଳି ବୋଧଶକ୍ତି ସହିତ ସଂପୃକ୍ତ ମସ୍ତିଷ୍କର ଅଂଶଗୁଡିକର ଆକାର ବୃଦ୍ଧି ପାଏ । ବୋଧହୁଏ ଏହା ହିଁ ତାହାର କାରଣ। ସେମାନେ ଏହାକୁ ‘ସଂସ୍କୃତି ପ୍ରଭାବ’ ବୋଲି ନାମିତ କରିଛନ୍ତି।
ହାର୍ଟଜେଲ ଏବଂ ଟରଣ୍ଟୋ ବିଶ୍ୱବିଦ୍ୟାଳୟର ତାଙ୍କ ସହଯୋଗୀମାନେ ଏହି ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ପରୀକ୍ଷାଟିଏ କରିଥିଲେ। ଏଥିରେ ସେମାନେ ହରିୟାଣା(ଭାରତ)ର ମାନେସରଠାରେ ଅବସ୍ଥିତ ‘ନ୍ୟାଶନାଲ ବ୍ରେନ ରିସର୍ଚ୍ଚ ସେଣ୍ଟର’ ବା ‘ଏନ୍‌ବିଆରସି’ର ଡ. ତନ୍ମୟ ନାଥ ଏବଂ ଡ.ନନ୍ଦିନୀ ଚାଟାର୍ଜୀ ସିଂଙ୍କୁ ମଧ୍ୟ ସହଭାଗୀ କରିଥିଲେ। ସେମାନେ ଏଥିରେ ୪୨ଜଣ ୨୧-୨୨ବର୍ଷୀୟ ସ୍ବେଚ୍ଛାସେବୀଙ୍କୁ ନେଇଥିଲେ। ତାଙ୍କ ମଧ୍ୟରୁ ୨୧ଜଣ ଥିଲେ ଉଚ୍ଚଶିକ୍ଷାପ୍ରାପ୍ତ ସଂସ୍କୃତ ପଣ୍ଡିତ; ଯେଉଁମାନେ କି ପିଲାଦିନୁ ବର୍ଷ ବର୍ଷ ଧରି ନିୟମିତ ଭାବେ ଯଜୁର୍ବେଦ ପଠନ ଏବଂ ଗାନ କରୁଥିଲେ। ସେମାନଙ୍କୁ ଦିଲ୍ଲୀର ଏକ ବୈଦିକ-ପଣ୍ଡିତ ଶିକ୍ଷାନୁଷ୍ଠାନରୁ ନିଆଯାଇଥିଲା, ଅବଶିଷ୍ଟ ୨୧ଜଣ ଥିଲେ ଏକ ସାଧାରଣ କଲେଜର ଛାତ୍ର।
‘ଏନବିଆରସି’ଠାରେ ସେ ସମସ୍ତଙ୍କ ମସ୍ତିଷ୍କର ‘ମାଗ୍ନେଟିକ ରେଜୋନାନ୍ସ ଇମେଜିଂ’ କରାଯାଇଥିଲା। ମସ୍ତିଷ୍କରେ ଥିବା ତଥାକଥିତ ‘ଧୂସର ପଦାର୍ଥ’ (ଗ୍ରେ ମାଟର) ଅଞ୍ଚଳରେ ଭରି ରହିଥାଏ ସ୍ନାୟୁକୋଷ । ଏହା ମାଂସପେଶୀ ନିୟନ୍ତ୍ରଣ, ଇନ୍ଦ୍ରିୟାନୁଭୂତି, ସ୍ମରଣଶକ୍ତି, ଭାବପ୍ରବଣତା, କଥା କହିବା ଏବଂ ନିଷ୍ପତ୍ତି ନେବା ଆଦି କାର୍ଯ୍ୟ ସହିତ ସଂପୃକ୍ତ। ଏଥି ମଧ୍ୟକୁ ସୂଚନା ବହନ କରିନିଏ ତହିଁରେ ଥିବା ସ୍ନାୟୁକୋଷଗୁଡ଼ିକର ଏକ ବିଡା ହୋଇଥିବା ‘ଧବଳ ପଦାର୍ଥ’ (ହ୍ବାଇଟ ମାଟର)। ଅନ୍ୟପକ୍ଷରେ ହିପୋକ୍ୟାମ୍ପସ ହେଉଛି ମସ୍ତିଷ୍କର କେନ୍ଦ୍ରାଞ୍ଚଳରେ ଥିବା ଏକ ଛୋଟିଆ ଅଙ୍ଗ। ଏହା ସ୍ମୃତି ସହିତ ସଂପୃକ୍ତ ଭାବପ୍ରବଣତା, ବିଶେଷକରି ଦୀର୍ଘସ୍ଥାୟୀ ସ୍ମୃତିକୁ ସ୍ବୟଂକ୍ରିୟ ଭାବେ ଲିପିବଦ୍ଧ ଏବଂ ନିୟନ୍ତ୍ରଣ କରିଥାଏ। ଏହାର ଦୁଇଟି ଭାଗ ରହିଛି- ଆଗ ଏବଂ ପଛ। ତହିଁରୁ ପଛପାଖଟି ଉତ୍ତମ ସ୍ମୃତି ଏବଂ ପୁରୁଣା ସ୍ମୃତିକୁ ମନେରଖିବା ସହିତ ଜଡିତ ଭଳି ମନେହୁଏ । ଅନ୍ୟପକ୍ଷରେ, ମସ୍ତିଷ୍କକୁ ଘେରି ରହିଥିବା ବାହ୍ୟାଂଶ ବା ‘କୋରଟେକସ’ (ମୁଖ୍ୟତଃ ଏକ ଆବରଣ) ଦୃଢ଼ ଭାବେ ବାନ୍ଧି ହୋଇଥିବା ସ୍ନାୟୁକୋଷଗୁଡ଼ିକରେ ଭର୍ତ୍ତି। ଏହା ନିଷ୍ପତ୍ତି ଗ୍ରହଣ ଭଳି ଉଚ୍ଚତର ଚିନ୍ତାର ପ୍ରକ୍ରିୟାକରଣ ଲାଗି ଦାୟୀ ।
ଇଟାଲି ଓ ଭାରତର ଉପରୋକ୍ତ ବୈଜ୍ଞାନିକମାନେ କରିଥିବା ୨୧ଜଣ ପଣ୍ଡିତ ଏବଂ ୨୧ଜଣ ଅନ୍ୟ ସ୍ବେଚ୍ଛାସେବୀଙ୍କ ମସ୍ତିଷ୍କର ମାଗ୍ନେଟିଂ ରେଜୋନାନ୍ସର ଇମେଜିଂରୁ ସେ ଉଭୟ ଗୋଷ୍ଠୀଙ୍କ କ୍ଷେତ୍ରରେ ଏହାର ବିଭିନ୍ନ ଅଂଶର ଗଠନରେ ଉଲ୍ଲେଖନୀୟ ପ୍ରଭେଦ ପରିଲକ୍ଷିତ ହେଲା। ତହିଁରୁ ଜଣାପଡିଲା ଯେ, ପଣ୍ଡିତମାନଙ୍କର ‘ଧୂସର ପଦାର୍ଥ’ ଅଧିକ ଘନ ଏବଂ ‘କୋରଟେକସ୍‌’ ଅଧିକ ମୋଟା ହେଲାବେଳେ ଦୀର୍ଘସ୍ଥାୟୀ ଏବଂ ସ୍ବଳ୍ପସ୍ଥାୟୀ ସ୍ମୃତି ସହିତ ସଂପୃକ୍ତ ‘ହିପୋକ୍ୟାମ୍ପସ’ ମଧ୍ୟ ଅଧିକ ସୁସ୍ପଷ୍ଟ। ପୁନଶ୍ଚ ମସ୍ତିଷ୍କର ଏ ପ୍ରକାର ପରିବର୍ତ୍ତନ ଦୀର୍ଘସ୍ଥାୟୀ ବୋଲି ତହିଁରୁ ଜଣାପଡିଥିଲା । ଅତଏବ ଗବେଷକମାନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ବେଦଭ୍ୟାସ କରୁଥିବା ପଣ୍ଡିତମାନଙ୍କର ଅନ୍ୟ ଗୋଷ୍ଠୀ ତୁଳନାରେ ସ୍ମୃତିଶକ୍ତି, ନିଷ୍ପତ୍ତି ନେବା ଶକ୍ତି, ଇନ୍ଦ୍ରିୟାନୁଭବ ଆଦି ଅଧିକ ଏବଂ ଦୀର୍ଘସ୍ଥାୟୀ।
ଏହା ଆଗରୁ ଆମେରିକାର ହଷ୍ଟନଠାରେ ଭାରତୀୟ ବଂଶୋଦ୍ଭବ ସ୍ନାୟୁବିଜ୍ଞାନୀ ଡ. ଗିରିଧର କଲମାଙ୍ଗଲମ୍‌ ଏବଂ ଡ. ଟି.ଏମ. ଇଲମୋରେ ମଧ୍ୟ ସଂସ୍କୃତି ପଣ୍ଡିତମାନଙ୍କଠାରେ ଏହି ଏକାଭଳି ପରୀକ୍ଷାଟିଏ କରିଥିଲେ। ଏମାନଙ୍କର ‘କୋରଟେକ୍ସ’ ଅଧିକ ମୋଟା ହୋଇଥିବାର ତହିଁରୁ ଜଣାପଡିଥିଲା। ଅତଏବ ନିୟମିତ ବେଦପାଠ ପଣ୍ଡିତମାନଙ୍କ (ବୈଦିକ ଯୁଗର ମୁନି ଋଷିମାନଙ୍କର ମଧ୍ୟ) ମସ୍ତିଷ୍କରେ ସେମାନଙ୍କ ବୌଦ୍ଧିକ ବିକାଶ ଲାଗି ଆବଶ୍ୟକ ପରିବର୍ତ୍ତନ ଆଣେ ବୋଲି ମନେ କରାଗଲା। ତେବେ କେବଳ ବେଦାଭ୍ୟାସର ମସ୍ତିଷ୍କ ଉପରେ ଏଭଳି ସକାରାତ୍ମକ ପ୍ରଭାବ ରହିଛି ବୋଲି ବିଚାର କରିବା ଠିକ୍‌ ନୁହେଁ। କାରଣ ହାର୍ଟଜେଲଙ୍କ ମତରେ ଏହା ମସ୍ତିଷ୍କକୁ ଉପଯୁକ୍ତ ବ୍ୟାୟାମର ସୁଯୋଗ ଦେଉଥିବାରୁ ଏପରି ଘଟେ।
ଅତଏବ ଗୀର୍ଜାରେ ନିୟମିତ ପ୍ରାର୍ଥନାରତ ରହୁଥିବା ଧର୍ମଗୁରୁ, ସଙ୍ଗୀତ ସାଧନା କରୁଥିବା ସଙ୍ଗୀତଜ୍ଞ ଏବଂ ଦୀର୍ଘକାଳ ଧରି ବିଦ୍ୟାଭାସ କରୁଥିବା ବିଦ୍ୟାର୍ଥୀମାନଙ୍କଠାରେ ମଧ୍ୟ ଏ ପ୍ରଭାବ ପରିଲକ୍ଷିତ ହୋଇପାରିବ। ଏହା ମନକୁ ଆଣିଥାଏ ଏକ ପ୍ରଚଳିତ ଉକ୍ତିର ସାରତା-‘ଘୋଷଣଂ ବିଦ୍ୟା’, ଅର୍ଥାତ ଯିଏ ଯେତେ ଅଭ୍ୟାସ କରି ପଢିବ ସେ ସେତେ ଅଧିକ ବିଦ୍ୟା ଅର୍ଜନ କରିବାକୁ ସମର୍ଥ ହେବ।
ଆଗେ ଆମ ବିଦ୍ୟାଳୟଗୁଡ଼ିକରେ ପଣିକିଆ ଡାକିବା କିମ୍ବା କୌଣସି କବିତା ବା ପ୍ରାର୍ଥନା ବାରମ୍ବାର ଆବୃତ୍ତି କରିବାକୁ କୁହାଯାଉଥିଲା । ସମ୍ଭବତଃ ଏହା ଛାତ୍ରୀଛାତ୍ରଙ୍କ ମସ୍ତିଷ୍କ ତଥା ସ୍ମରଣଶକ୍ତି ଉପରେ ଅନୁକୂଳ ପ୍ରଭାବ ପକାଉଥିଲା। ଅତଏବ ଏହାକୁ ପୁନର୍ବାର ଶିକ୍ଷାର ଏକ ଅଙ୍ଗ କରିବା ସଙ୍ଗେ ସଙ୍ଗେ ବେଦ ଅଥବା ସେ ପ୍ରକାର ଗ୍ରନ୍ଥମାନ ଅଭ୍ୟାସ କରି ପାଠ କରିବା ଲାଗି ଛାତ୍ରୀଛାତ୍ରମାନଙ୍କୁ ପ୍ରରୋଚିତ କରାଯିବା ଉଚିତ। ଅନ୍ୟପକ୍ଷରେ ବୟସ୍କ ଲୋକେ ସ୍ମୃତିହୀନତାର ପ୍ରତିରୋଧ ଲାଗି ମଧ୍ୟ ଏ ପ୍ରକାର ‘ମସ୍ତିଷ୍କ ବ୍ୟାୟାମ’ କରିବା ଦରକାର।
ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Prize Money: RCB ଉପରେ ହେଲା ଟଙ୍କା ବର୍ଷା, ଛାଇ ଗଲେ କୋହଲି-ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟାଇଟଲ ହାସଲ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ହିନ୍ଦୁ ପୁଅ ସହ କଥା ହେବାରୁ ନାବାଳିକା ଝିଅକୁ ହତ୍ୟା କଲେ ବାପା, ମୃତଦେହକୁ ଖଣ୍ଡ ଖଣ୍ଡ କରି ରଖିଦେଲେ ଟ୍ରେନ ବଗିରେ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୨୧।୫: ରାଜଧାନୀ ଲକ୍ଷ୍ନୌରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋମତୀନଗର ଏକ୍ସପ୍ରେସର ଏକ ସ୍ଲିପର କୋଚର ବାକ୍ସ ଏବଂ ବ୍ୟାଗ ଭିତରୁ…

୫ ଦେଶ ବୁଲି ଭାରତ ପାଇଁ ‘ଗେମ୍‌ଚେଞ୍ଜର ଡିଲ୍‌’ କଲେ ମୋଦି: ଜାଣନ୍ତୁ କ’ଶ ଘଟିଲା

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ…

test

Test

ବିଜୟ-ରଶ୍ମିକାଙ୍କ ଗ୍ଲୋବାଲ ରେକର୍ଡ: ମେସି-ରୋନାଲ୍ଡୋଙ୍କୁ ପକାଇଲେ ପଛରେ

ସାଉଥ୍‌ ଇଣ୍ଡଷ୍ଟ୍ରିର ମୋଷ୍ଟ ଲଭେବଲ୍‌ କପଲ୍‌ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଗତ କିଛି ମାସ ହେବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହକୁ…

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri