ବେତ କାରୁକାର୍ଯ୍ୟରେ ନିପୁଣ ଶିଳ୍ପୀ ସୁଦର୍ଶନ

ସୋର, ୧୭।୧୦(ଡି.ଏନ.ଏ.)- ବେତରେ ବିଭିନ୍ନ ସାମଗ୍ରୀ ତିଆରି କରିବା କଳାକୁ ଜୀବିକା ଭାବେ ଆଦରି ନେଇଛନ୍ତି ଶିଳ୍ପୀ ସୁଦର୍ଶନ ବେହେରା (୪୮)। ନୂତନ ଶୈଳୀରେ ସେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଯୁବପିଢି ଚାକିରି ପଛରେ ନ ଗୋଡ଼ାଇ ପାରମ୍ପରିକ କଳାକୁ ଆଦରି କାର୍ଯ୍ୟ କଲେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ସେ କହିଛନ୍ତି।
ଶିଳ୍ପୀ ସୁଦର୍ଶନଙ୍କ ଘର ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ବାଇନଣ୍ଡା ମଙ୍ଗରାଜପୁର ଗ୍ରାମରେ । ତାଙ୍କ ମାତା ରନିମଣି ବେହେରା ଓ ପିତା ଗୋପାଳ ବେହେରା। ସୁଦର୍ଶନଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ପରିବାରର ଆର୍ଥିକ ପରିସ୍ଥିତି ଲାଗି ଘର ଛାଡ଼ି କଲିକତାକୁ ପଳାଇ ଯାଇଥିଲେ। ସେଠାକାର କାଦୁପଡ଼ାରେ ଜଣେ ବେତ କାରିଗରଙ୍କ ନିକଟରେ ଦୀର୍ଘ ୫ବର୍ଷ ଧରି ବେତ କାମ ଶିଖିଥିଲେ। ପରେ କଲିକତାରୁୁ ଆସି ନିଜ ଘରେ ରହି ବେତ ଶିଳ୍ପକୁ ଆଗକୁ ବଢାଇବା ଲକ୍ଷ୍ୟରେ ସେ ଏହାକୁ ଜୀବିକା ଭାବେ ଆଦରି ନେଇଥିଲେ। ସ୍ଥାନୀୟ ଅଞ୍ଚଳରେ କଞ୍ଚାମାଲ ଅଭାବ ଯୋଗୁ ସେ କଲିକତା ଯାଇ ବେତ ସଂଗ୍ରହ କରି ଆଣୁଥିଲେ। ପରେ ସେଥିରେ ସୋଫାସେଟଠାରୁ ଆରମ୍ଭ କରି ଡାଇନିଂ ଟେବୁଲ୍‌, ଫୁଲଦାନି, ଚେୟାର, ଟେବୁଲ, ଡ୍ରେସିଂ ଟେବୁଲ୍‌, ଫୁଲଡ଼ାଲା, ପଶୁପକ୍ଷୀ ଚିତ୍ର, ଝୁଲଣା ଆଦି ସାମଗ୍ରୀ ପ୍ରସ୍ତୁତି କରି ନିଜ କଳା ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କ ସାମଗ୍ରୀରେ ନୂତନତାର ଝଲକ ଯୋଗୁ ଗ୍ରାହକଙ୍କ ମହଲରେ ଆଦୃତି ଲାଭ କରିଥିଲା। ଏବେ ବେତର ଅଭାବ ଓ ମୂଲ୍ୟବୃଦ୍ଧି ଏହି ସାମଗ୍ରୀ ପ୍ରସ୍ତୁତିରେ ଅନ୍ତରାୟ ସୃଷ୍ଟି କରୁଛି। ଏହାସତ୍ତ୍ୱେ ସେ ବେତ ସଂଗ୍ରହ କରି ଏହି କଳାକୁ ଉଜ୍ଜୀବିତ ରଖିଛନ୍ତି। ପ୍ରଥମେ ବେତକୁ କାଟି ଛୋଟ ବଡ଼ ବିଭିନ୍ନ ଆକୃତିର କଳାକୃତି ପ୍ରସ୍ତୁତ କରୁଛନ୍ତି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଣେ ବେତ କାରିଗର ଭାବେ କାର୍ଯ୍ୟ କରି ନିଜ ପରିବାର ଭରଣପୋଷଣରେ ସମର୍ଥ ହୋଇଛନ୍ତି। ବିଭିନ୍ନ ପୂଜା, ମେଳାରେ ସେ ଷ୍ଟଲ ଖୋଲି ନିଜ କଳାକୃତି ପ୍ରଦର୍ଶନ ସହ ବିକ୍ରି କରିଥାନ୍ତି। ବେତ କାରୁକାର୍ଯ୍ୟର ଜଣେ ସଫଳ ଶିଳ୍ପୀ ଭାବେ ପରିଚୟ ହାସଲ କରିଥିବାରୁ ଏହା ତାଙ୍କୁ ଆତ୍ମ ସନ୍ତୋଷ ଦେଇଛି ବୋଲି କହିଛନ୍ତି। ପ୍ରଶାସନ ତଥା ସରକାରୀ ସ୍ତରରେ ଏଭଳି କଳାକୁ ପ୍ରୋତ୍ସାହନ ମିଳିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ଯୁବ ଭୋଟର ଦେଶର ଭବିଷ୍ୟତ: ଏସଆଇଆର ଉପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ ଆଇ ଆର ଉପରେ ଏକ ସଚେତନତା…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri