ବେଆଇନ ଜବରଦଖଲ: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅମରପାଲି, ୧୮ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ତିଲେଇମାଲ ଗ୍ରାମବାସୀ ସୋମବାର ଗ୍ରାମର ବେଆଇନ ଜବରଦଖଲ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତିଲେଇମାଲ ମୌଜାକୁ ଲାଗି ଜଙ୍ଗଲ ଜମି ଅଛି । ଏହା ପ୍ରାୟ ୩ଶହ ଏକରରୁ ଉର୍ଦ୍ଧ୍ୱ ହେବ। ଗ୍ରାମବାସୀଙ୍କ ଅଭିଯୋଗମତେ ଗତ ୧୭ତାରିଖରେ ଖଣ୍ଡହତା ରାଜସ୍ବ ନିରୀକ୍ଷକ ତିଲେଇମାଲ ଜଙ୍ଗଲକୁ ଆସି ବେଆଇନ ପାଇଥିବା ଜମିପଟ୍ଟାର ତଦନ୍ତ କରୁଥିବା ସମୟରେ ଅଚିହ୍ନା ବ୍ୟକ୍ତିମାନଙ୍କ ନାମରେ ଥିବା କହିଥିଲେ। ଜମିପଟ୍ଟା ପାଇଥିବା ବ୍ୟକ୍ତି ତିଲେଇମାଲର ନୁହନ୍ତି। ଅଭିଯୋଗକାରୀଙ୍କ ମତରେ ତାଙ୍କ ଗ୍ରାମରେ ଅନେକ ଗରିବ ଓ ଭୂମିହୀନ ପରିବାର ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମିପଟ୍ଟା ମିଳିପାରି ନାହିଁ। ମାତ୍ର ଚଞ୍ଚକତା କରି କେତେକ ବାହାରି ବ୍ୟକ୍ତିଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଯେଉଁମାନେ ପଟ୍ଟା ପାଇଛନ୍ତି ସେହି ଜମିକୁ ଲାଗି ଜଙ୍ଗଲ ଜମିରେ ଥିବା ବଡବଡ ଗଛ ସବୁ କାଟି ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି । ଏଣୁ ଯେଉଁମାନେ ବେଆଇନ ଜବରଦଖଲ ପଟ୍ଟା ପାଇଛନ୍ତି ତାକୁ ଖାରଜ କରିବା ସଙ୍ଗେସଙ୍ଗେ ତିଲେଇମାଲ ଗ୍ରାମର ଗରୀବ ଭୁମିହୀନଙ୍କୁ ବଣ୍ଟନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri