ବୃକ୍ଷ ପ୍ରତି ସମର୍ପିତ ଅନିଲ

ଆରଡ଼ି, ୨।୧୨ (ଡି.ଏନ.ଏ.)- ଶିକ୍ଷକତା ବୃତ୍ତି ସତ୍ତ୍ୱେ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଅନିଲ କୁମାର ଦାସ(୫୦)। ସେ କହନ୍ତି, ବୃକ୍ଷ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ଗଛ ବଞ୍ଚିଲେ ଯାଇ ଆମ ପରିବେଶ ସୁରକ୍ଷିତ ରହିବ। ଏହି ବାର୍ତ୍ତା ବାଣ୍ଟି ସେ ସମସ୍ତଙ୍କୁ ସଚେତନ କରିଆସୁଛନ୍ତି। ଏଥିସହ ସେ ଶିକ୍ଷକତା କରୁଥିବା ବିଦ୍ୟାଳୟ ପରିସରରେ ବିଭିନ୍ନ ଫୁଲ, ଫଳ ଗଛ ଲଗାଇ ପରିବେଶ ନିଆରା କରି ଗଢ଼ି ତୋଳିଛନ୍ତି। ଅନିଲ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର-ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।
ଅନିଲଙ୍କ ଘର ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ ଜଗନ୍ନାଥବାଡ଼ି ଗଁାରେ। ସେ ଉଚ୍ଚଶିକ୍ଷା ଲାଭ କରି ୨୦୦୯ରେ ସୁନ୍ଦରପୁର-ଦୋହରାପାଟଣା ଉ.ପ୍ରା. ବିଦ୍ୟାଳୟରେ ଯୋଗ ଦେଇଥିଲେ। ୨୦୧୦ରୁ ସେ ବିଦ୍ୟାଳୟ ପରିସରରେ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ସେବେଠାରୁ ସେ ଏହାକୁ ନିଜ କର୍ତ୍ତବ୍ୟର ଏକ ଅଂଶ ଭାବି ବିଭିନ୍ନ ଅଞ୍ଚଳରେ ଗଛ ଲଗାଇ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଇଥିବା କହନ୍ତି। ସେ ଲଗାଇଥିବା ଆମ୍ବ ଗଛରେ ଚଳିତବର୍ଷ ପ୍ରଥମ ଥର ଆମ୍ବ ଫଳିଛି। ଆଉ ଦୁଇବର୍ଷ ହେଲା ନଡ଼ିଆ ଫଳୁଛି। ପ୍ରତିବର୍ଷ ପାଚିଲା କଦଳୀ ମଧ୍ୟ ତୋଳା ଯାଉଛି। ଏସବୁ ଗଛକୁ ଛାଡ଼ିଦେଲେ ବିଦ୍ୟାଳୟ ପ୍ରାଙ୍ଗଣରେ ସେ ସୃଷ୍ଟି କରିଛନ୍ତି ସୁନ୍ଦର ଫୁଲ ବଗିଚା। ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ବଗିଚାରେ ଅଶୋକ, ମନ୍ଦାର, ଗୋଲାପ, ଗେଣ୍ଡୁ, ଚମ୍ପା, କରବୀର, ବକର ମଲ୍ଲିଆ, କନିଅର ଆଦି ବିଭିନ୍ନ ପ୍ରଜାତିର ଫୁଲ ଗଛ ସ୍ଥାନ ପାଇଛି। କେବଳ ସେତିକି ନୁହେଁ ବିଦ୍ୟାଳୟର ବିଭିନ୍ନ ପାର୍ଶ୍ୱରେ ସେ ପନିପରିବା ଚାଷ କରିଛନ୍ତି। ଅମୃତଭଣ୍ଡା, କଞ୍ଚା କଦଳୀ, ସଜନା ବ୍ୟତୀତ ବିମ୍‌, ବାଇଗଣ, ବିଲାତି ବାଇଗଣ, ପାଳଙ୍ଗ, କୋଶଳା ଆଦି ଶାଗ ଋତୁକାଳୀନ ପରିବା ଗଛ ଲଗାଉଛନ୍ତି। ବର୍ଷ ସାରା ପିଲାମାନଙ୍କ ମଧ୍ୟାହ୍ନଭୋଜନ ପାଇଁ ଖାଦ୍ୟ ପ୍ରସ୍ତୁତିରେ ଏହା ସହାୟକ ହୋଇପାରୁଛି। ଏଥିପାଇଁ ସେ ଛାତ୍ରୀଛାତ୍ର, ଶିକ୍ଷକ ଅଭିଭାବକମାନଙ୍କ ଗହଣରେ ପ୍ରିୟଭାଜନ ହୋଇପାରିଛନ୍ତି।
ବିଦ୍ୟାଳୟରେ କ୍ଲାସ ଆରମ୍ଭ ପୂର୍ବରୁ ଓ ସରିବା ପରେ ତାଙ୍କ ହାତରେ ଥାଏ କୋଡ଼ି, କୋଦାଳ ଆଉ ଶାବଳ। ପ୍ରତିଦିନ ଏହି ସମୟରେ ସେ ମାଟି ହାଣିବାଠାରୁ ଆରମ୍ଭ କରି ଗଛ ଲଗାଇବା, ପାଣି ଦେବା ଓ ଲଗାଇଥିବା ଗଛର ଯତ୍ନ ନେବାରେ ଲାଗିପଡ଼ନ୍ତି। ତାଙ୍କର ଏହି ଶ୍ରମ ତାଙ୍କୁ ଗଛ ମଣିଷର ପରିଚୟ ଦେଇଛି। ବର୍ତ୍ତମାନର ପରିସ୍ଥିତିରେ ଚାରାରୋପଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ସେ କହନ୍ତି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri