ମୋରଡ଼ା/ରାସଗୋବିନ୍ଦପୁର,୧୧ା୧୧(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳର ଜୈନିକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଉକ୍ତ ଥାନା ଅଧୀନ ହରିପୁର ଗ୍ରାମର ଗୌରୀଶଙ୍କର ଦତ୍ତ(୫୧)।
ମିଳିଥିବା ସୂଚନା ମୁତାବକ, ନାବାଳିକା ଜଣକ ଖରା ଛୁଟିରେ ଘରକୁ ଯାଇ ଏକ କୁକୁଡ଼ା ଫାର୍ମରେ କାର୍ଯ୍ୟ କରୁଥିବା ସମୟରେ ଗୌରୀଶଙ୍କର ତାଙ୍କୁ ବଳାତ୍କାର କରିଥିଲେ ଏବଂ ଏବାବଦରେ କାହାକୁ ନ ଜଣାଇବାକୁ ଧମକ ମଧ୍ୟ ଦେଇଥିଲେ। ତେବେ ଗତ ଶନିବାର ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ଏନେଇ ପରିବାର ଲୋକେ ଥାନାରେ ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୋକ୍ସୋ ଆକ୍ଟରେ ଏକ ମାମଲା(ନଂ. ୫୮୫/୨୬) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

