ନଷ୍ଟ ଧାନଗଛ ଧରି ଜିଲାପାଳଙ୍କୁ ଭେଟିଲେ ଚାଷୀ

ଛତ୍ରପୁର, ୧୦/୧୧ (ଦିଲ୍ଲୀପି ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଅତିବୃଷ୍ଟି ଯୋଗୁଁ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହାଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ଓ ଭାଗଚାଷୀଙ୍କୁ ସ୍ୱତନ୍ତ୍ର ଆର୍ଥିକ କ୍ଷତିପୂରଣ ପ୍ୟାକେଜ୍ ପ୍ରଦାନ ଦାବିରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି ଜୋରଦାର କରାଯାଇଛି। ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ନେତୃତ୍ୱରେ ଚାଷୀ ଓ ଚାଷୀ ପ୍ରତିନିଧିମାନେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ଚାଷୀମାନେ ବନ୍ୟାରେ ନଷ୍ଟ ହୋଇଥିବା ଧାନଗଛ ହାତରେ ଧରି ଜିଲାପାଳଙ୍କ ନିକଟରେ ପହଞ୍ଚି ଫସଲ କ୍ଷୟକ୍ଷତିର ବାସ୍ତବ ଚିତ୍ର ଉପସ୍ଥାପନ କରିଥିଲେ। ବର୍ଷକର ପରିଶ୍ରମ ସହ ଚାଷ ପାଇଁ କରିଥିବା ଖର୍ଚ୍ଚ ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ପ୍ରଚଳିତ ପୁରୁଣା ରିଲିଫ୍ କୋଡ୍ ଅନୁଯାୟୀ ମିଳୁଥିବା ସହାୟତା ଚାଷୀଙ୍କ କ୍ଷତି ଭରଣା ପାଇଁ ଯଥେଷ୍ଟ ହେଉନଥିବାରୁ ଏଥିରେ ସମୟୋପଯୋଗୀ ପରିବର୍ତ୍ତନ ଆଣିବାକୁ ମହାସଭା ଦାବି କରିଛି।

ମହାସଭା ପକ୍ଷରୁ ଉପସ୍ଥାପିତ ଦାବିଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ସର୍ବନିମ୍ନ ୨୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ, ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ସମାନ ସହାୟତା, ଫସଲ ବୀମା ପ୍ରଦାନ ନିମନ୍ତେ ପ୍ରତି ଗ୍ରାମକୁ ଏକକ ଭାବେ ବିବେଚନା, ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ ଏବଂ ନୂତନ କୃଷି ଋଣ ଯୋଗାଇବା ଆଦି ଅନ୍ତର୍ଭୁକ୍ତ ରହିଛି।

ସେହିପରି ବନ୍ୟାରେ ଭାଙ୍ଗିଯାଇଥିବା କେନାଲ ଓ ଘାଇଗୁଡ଼ିକର ତୁରନ୍ତ ମରାମତି, କୃଷି ଶ୍ରମିକଙ୍କୁ ଗ୍ରାମାଞ୍ଚଳରେ କାମ ଯୋଗାଇବା, ରବି ଫସଲ ପାଇଁ ମୁଗ, ବିରି, ଚିନାବାଦାମ ଓ ପନିପରିବା ବିହନ ସହିତ ଜୈବିକ ସାର ରିହାତି ଦରରେ ଯୋଗାଇବାକୁ ମଧ୍ୟ ଦାବି କରାଯାଇଛି।

ଚାଷୀଙ୍କ ଦୁର୍ଦ୍ଦଶାକୁ ଗୁରୁତ୍ୱର ସହ ବିଚାର କରି ସରକାର ତୁରନ୍ତ ସ୍ୱତନ୍ତ୍ର କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଋଷିକୂଲ୍ୟା ରୟତ ମହାସଭା ଦାବି କରିଛି।

ଏହି ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ସମାଜସେବୀ ଭାଗିରଥି ବେହେରା, ପୂର୍ଣ୍ଣଚନ୍ଦ୍ର ଦାଶ, ସୁମା ଦାଶ, ଏ. ସଞ୍ଜୀବ ରେଡ୍ଡୀ, ବିଜୟ କୁମାର ସ୍ୱାଇଁ, କାମରାଜୁ ରେଡ୍ଡୀ, ପୁନି ମହାପାତ୍ର, ବିପ୍ର ଦାସ, ପ୍ରଭାତ ପାଣିଗ୍ରାହୀ ଓ ଇଜୁ ଆମିନ ଖାନଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡର ଅହଂକାର ଭାଙ୍ଗିଲା ଭାରତ! ମ୍ୟାଚ ବାତିଲ ପରେ ବି କିୱି ଦଳକୁ ବଡ଼ ଝଟ୍‌କା ଦେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାରି ରହିଛି। ଏହା ମଧ୍ୟରେ ପ୍ରଥମ ୩ଟି ମ୍ୟାଚ ଖେଳାଯାଇସାରିଛି। ପ୍ରଥମ ମ୍ୟାଚରେ…

ଅସ୍ତ ରହିବେ ଶନିଦେବ: ତୁଳା ସମେତ ୫ ରାଶିଙ୍କ ଉପରେ ପଡ଼ିବ ଅଶୁଭ ପ୍ରଭାବ! ପାଖରୁ ପଳାଇବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କ ବକ୍ରୀ ଚଳନର ପ୍ରଭାବ କିଛି ରାଶିର ଲୋକଙ୍କ ଜୀବନରେ ଅଶୁଭ ପ୍ରଭାବ ପକାଇପାରେ। ବିଶେଷକରି ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା…

ଏହି ଗୀତ ଶୁଣି କାନ୍ଦି ପକାଇଲେ ସଲମାନ: ବାପାଙ୍କୁ ମାଗିଲେ କ୍ଷମା

ମୁମ୍ବାଇ: ‘ବିଗ ବସ ୨୦’ର ‘ୱିକେଣ୍ଡ କା ୱାର୍‌’ ଏପିସୋଡ ଏଥର ଖୁବ ରୋଚକ ହୋଇଥିଲା। ଏହି ବିଶେଷ ଅବସରରେ ଅନେକ ଗାୟକ ନିଜ ସୁମଧୁର ସ୍ବରରେ…

‘ସୁରଭି’ରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ, ଦେଲେ ଏହି ପରାମର୍ଶ

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ’ ସୁରଭି ‘ ଅନୁଷ୍ଠିତ…

ଡ଼. ରାମପ୍ରସାଦଙ୍କୁ ମିଳିଲା ଯୁବ ବୈଜ୍ଞାନିକ ପୁରସ୍କାର ; ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ, ଛୁଟୁଛି ଶୁଭେତ୍ସା

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଡ଼. ରାମପ୍ରସାଦ ପାଢ଼ୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା କରି ସମଗ୍ର ଦେଶ…

ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲା; ସ୍ବାମୀ ଲିପନ ସାହୁଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ,୧୦।୧୧(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ମର୍ଡର ମାମଲାରେ ଅଭିଯୁକ୍ତ ଲିପନ ସାହୁଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି । ଏକ ସପ୍ତାହ ଅନ୍ତରୀଣ ଜାମିନ ମଞ୍ଜୁର…

ନ୍ୟୁଜିଲାଣ୍ଡ ପାଇଁ ଖୁସିଖବାର: ଶେଷ ୨ ଦିନିକିଆରୁ ବାଦ୍‌ ପଡ଼ିଲେ ଅଧିନାୟକ ଗିଲଙ୍କ ସମେତ ୩ ଖେଳାଳି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମଙ୍ଗଳବାର (୧୦ ନଭେମ୍ବର)…

ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ମୋରଡ଼ା/ରାସଗୋବିନ୍ଦପୁର,୧୧ା୧୧(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳର ଜୈନିକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?