ବୁଡ଼ିଗଲାଣି ବୋଳଂ ଲୁଣଚାଷ

ବାଲିଆପାଳ, ୧୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ଉପକୂଳବର୍ତ୍ତୀ ବୋଳଂ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ହେଉଥିବା ଲୁଣ ଚାଷ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲୁଣ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ବୃତ୍ତିହରା ହୋଇପଡିଛନ୍ତି। ଏଠାରେ ଗଢି ଉଠିଥିବା ସମବାୟ ସମିତି ‘ସଲ୍ଟ ମାନୁଫାକଚରିଂ ଇଣ୍ଡଷ୍ଟ୍ରିଜ’ ଅକାମୀ ହୋଇପଡିଛି। ଓଡିଶାରେ ଲୁଣ ଉତ୍ପାଦିତ ହେଉଥିବା ଗଞ୍ଜାମ ଜିିଲାର ହୁୁମ୍ମା, ସୁରନ୍ଦା, ସୁମଣି ଆଦି ସ୍ଥାନର ଲୁଣଠାରୁ ବୋଳଂ ଲୁଣର ଗୁଣବତ୍ତା ଅଧିକ ା ଏଥିରେ ଶତକଡା ୧୫ ଭାଗ ଆୟୋଡିନ ରହିଥାଏ। ବୋଳଂ ଲୁଣ ଚାଷର ପୁନଃ ଉଦ୍ଧାର ଓ କାରଖାନ ପ୍ରତିଷ୍ଠା ସକାଶେ ସରକାରୀ ସ୍ତରରେ ହୋଇଥିବା ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଛି ବୋଲି ଲୁଣ ଚାଷୀ ଲକ୍ଷ୍ମୀଧର ସାମନ୍ତ, ସୁଧୀର ମଣ୍ଡଳ, ବିକାଶ ମଣ୍ଡଳ, ଅରୁଣ ମଇକାପ,ସୁମତୀ ମଇକାପ, ସାଧନା ମଣ୍ଡଳ ପ୍ରମୁଖ ଅଭିଯୋଗ କରିଛନ୍ତି ା
ଅତୀତରେ ଲୁଣ ଚାଷକୁ ଜୀବିକା କରି କେବଳ ବୋଳଂ ପଞ୍ଚାୟତର ୫ଶହରୁ ଊର୍ଦ୍ଧ୍ୱ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ଆୟୋଡିନ ମିଶ୍ରିତ ଲୁଣ ବିକ୍ରି ହେବା ପରେ ଏଠାକାର ଚାଷୀ ଉପତ୍ାଦନ କରୁଥିବା ଲୁଣକୁ ଆୟୋଡିନ ଯୁକ୍ତ କରିବା ପାଇଁ ସରକାର ଆବଶ୍ୟକ ମେଶିନ ଓ ପରୀକ୍ଷା ଗୃହ ଯୋଗାଇ ଦେଇଥିଲେ ା ପ୍ରାୟ ୭୦ ଦଶକରୁ ବୋଳଂ ଲୁଣ ଚାଷ ନିଜର ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲା। ସରକାର ଯୋଗାଇଥିବା ମେଶିନ ଅଳ୍ପ କିଛି ମାସ ଚାଲି ଅଚଳ ହୋଇପଡିବାରୁ ଲୁଣ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଚାଷୀମାନେ ବାଧ୍ୟ ହୋଇ ଉପତ୍ାଦିତ ଲୁଣକୁ ଦଲାଲଙ୍କ ମାଧ୍ୟମରେ ଖୁବ କମ ଦରରେ ବିକ୍ରି କରି କ୍ଷତି ସହିଥିଲେ। ଏଭଳି ସ୍ଥିତିରେ କେତେକ ଚାଷୀ ଲୁଣଚାଷ ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥିଲେ ା ଲୁଣ ଚାଷୀଙ୍କଠାରୁ ସରକାର ଭୂମି କର ବାବଦରେ ଅଧିକ୨୦ ଗୁଣ ଅର୍ଥ ଆଦାୟ କରିବାରୁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା। ୧୯୭୦ରୁ ୧୯୯୬ ପର୍ଯ୍ୟନ୍ତ ଲାଭରେ ଚାଲିଥିବା ସମବାୟ ସମିତି କ୍ରମେ ରୁଗ୍ଣ ହୋଇପଡିଥିଲା। ବୋଳଂ ଅଞ୍ଚଳର ୫ଶହରୁ ଊର୍ଦ୍ଧ୍ୱ ପରିବାର ସେହି ଦିନରୁ ବୃତ୍ତିହରା ହୋଇ ଦୁର୍ଦ୍ଦଶାମୟ ଜୀବନକୁ ଆଦରି ନେଇଛନ୍ତି।
ଲୁଣ ଉପତ୍ାଦନ ପାଇଁ ବୋଳଂରେ ବ୍ୟାପକ ଭିତ୍ତିଭୂମି ଥିଲେ ମଧ୍ୟ ଏହାର ଉପଯୋଗ କରାଯାଉ ନାହିଁ । ଏବେ ଲୋକେ ଖୋଲା ବଜାରରୁ ବିଭିନ୍ନ କମ୍ପାନୀର ଆୟୋଡିନଯୁକ୍ତ ଲୁଣ କିଲୋପ୍ରତି ୧୫ରୁ୨୦ ଟଙ୍କାରେ କିଣୁଛନ୍ତି ା ହେଲେ ବୋଳଂ ଲୁଣକୁ ଉପଯୋଗ କରାଯାଇ ପାରିଲେ ଲୋକେ କିଲୋପ୍ରତି ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରନ୍ତେ ା ଚାଷୀମାନେ ପୂର୍ବଭଳି କର୍ମନିଯୁକ୍ତି ପାଇ ଏହି ପାରମ୍ପରିକ ଲୁଣ ଚାଷକୁ ବଞ୍ଚାଇ ରଖି ପାରନ୍ତେ। ଏଥର ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବୋଳଂ ଲୁଣ ଚାଷର ପୁନଃ ଉଦ୍ଧାର କରାଯିବା ସହ କାରଖାନ ପ୍ରତିଷ୍ଠା ଲାଗି ଏକ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି କାମରେ ଅଗ୍ରଗତି ହୋଇନାହିଁ ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri