Posted inଖେଳ

ବିସିସିଆଇ ଏଜିଏମ୍‌: ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ନିଷ୍ପତ୍ତି; ଆଇସିସି ସିଇସିରେ ଜୟ ଶାହା ପ୍ରତିନିଧିତ୍ୱ କରିବେ

ମୁମ୍ବାଇ,୨।୧୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ବିସିସିଆଇ ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବହୁ ଚର୍ଚ୍ଚିତ ଜଷ୍ଟିସ ଆର.ଏମ.୍‌ ଲୋଧା ପ୍ୟାନେଲ ଦ୍ୱାରା ଦିଆଯାଇଥିବା କେତୋଟି ସଂସ୍କାରମୂଳକ ପ୍ରସ୍ତାବ ତଥା କେତେକ ପ୍ରଶାସନିକ ରିଫର୍ମ ବା ସୁଧାର କୁ କୋହଳ କରିବା ପାଇଁ ଏହି ବୈଠକରେ ସହମତି ପ୍ରକାଶ ପାଇଛି। ଖାସ୍‌ କରି ବୋର୍ଡ ପଦାଧିକାରୀଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଏହାର ସଫଳ ରୂପାୟନ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ତେଣୁ ସୁପ୍ରିମକୋର୍ଟଙ୍କ ନିକଟକୁ ଏନେଇ ପ୍ରସ୍ତାବ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ହୋଇପାରିଲେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ିବା ନେଇ ପଥ ପରିଷ୍କାର ହେବ। ଗତ ଅକ୍ଟୋବର ୨୩ରେ ଗାଙ୍ଗୁଲି ବୋର୍ଡ ସଭାପତି ନିଯୁକ୍ତ ହୋଇଥିଲେ। କୁଲିଂ ଅଫ୍‌ ପିରିୟଡ ପାଇଁ ସେ ପଦରେ ମାତ୍ର ୯ମାସ ରହିପାରିବେ। ଅର୍ଥାତ ତାଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ଜୁଲାଇରେ ଶେଷ ହେବ। ଯଦି ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମୋଦନ କରିନ୍ତି ତା’ହେଲେ ଗାଙ୍ଗୁଲି ୨୦୨୪ ପର୍ଯ୍ୟନ୍ତ ପଦରେ ରହିପାରିବେ। ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ରେ ବୋର୍ଡ ସମ୍ପାଦକ ଜୟ ଶାହା ବିସିସିଆଇ ତରଫରୁ ପ୍ରତିନିଧିତ୍ୱ କରିବେ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି। ନିର୍ବାଚନ ପୂର୍ବରୁ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଆଇସିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ କମିଟି (ସିଇସି)ରେ ପ୍ରତିନିଧିତ୍ୱ କରିଆସୁଥିଲେ।
ଏବେକାର ବୋର୍ଡ ସମ୍ବିଧାନ ଅନୁସାରେ ଯେଉଁ ପଦାଧିକାରୀ ଦୁଇ ଥର ୩ ବର୍ଷିଆ କାର୍ଯ୍ୟକାଳ ବିସିସିଆଇ କିମ୍ବା ରାଜ୍ୟ ଆସୋସିଏଶନ ପାଇଁ ପୂରା କରିଥିବେ, ସମ୍ପୃକ୍ତ ବ୍ୟକ୍ତି ବାଧ୍ୟତାମୂଳକ ଭାବେ ୩ ବର୍ଷିଆ କୁଲିଂ ଅଫ୍‌ ପିରିୟଡରେ ଯିବେ। ଏବେ ବୋର୍ଡ କିମ୍ବା ଆସୋସିଏଶନରେ ପୃଥକ୍‌ ଭାବେ ଦୁଇଟି କାର୍ଯ୍ୟକାଳ ବା ୬ ବର୍ଷ ପୂରା କରିଥିଲେ କୁଲିଂ ଅଫ୍‌ ପିରୟଡ ଲାଗୁ କରିବାକୁ ସହମତି ପ୍ରକାଶ ପାଇଛି। ଯଦି ସୁପ୍ରିମକୋର୍ଟ ଅନୁମୋଦନ ଦିଅନ୍ତି ତା’ହେଲେ ଜୟ ଶାହାଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି ପାଇବ। କାରଣ ତାଙ୍କ କାର୍ଯ୍ୟକାଳ ଆଉମାତ୍ର ଗୋଟିଏ ବର୍ଷଠାରୁ କମ୍‌ ରହିଛି।
ଆଇସିସି ସିଇସିରେ ବୋର୍ଡ ସମ୍ପାଦକ ମାନେ ପ୍ରତିନିଧିତ୍ୱ କରିବାର ନିୟମ ରହିଛି। ତେଣୁ ଏଥିରେ ଜୟ ବିସିସିଆଇ ତରଫରୁ ଅଂଶଗ୍ରହଣ କରିବେ ବୋଲି ଗାଙ୍ଗୁଲି କହିଛନ୍ତି। ତେବେ ଆଇସିସି ବୋର୍ଡ ବୈଠକରେ କିଏ ପ୍ରତିନିଧିତ୍ୱ କରିବ ଏନେଇ ବିସିସିଆଇ ନିଷ୍ପତ୍ତି ନେଇ ପାରିନାହିଁ। ସେହିପରି ବିବାଦୀୟ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନିୟମ ପାଇଁ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଗଠନ ପାଇଁ ନିଷ୍ପତ୍ତି ନିଆଯାଇପାରିନାହିଁ। ଉଲ୍ଲେଖଥାଉ କି, ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପାଇଁ ସିଏସିରୁ ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଓ ଗାଙ୍ଗୁଲି ଓହରିଯାଇଥିଲେ। ଫଳରେ କପିଳଦେବ, ଶାନ୍ତା ରଙ୍ଗାସ୍ବାମୀ ଓ ଅଂଶୁମାନ ଗାଏକ୍‌ଓ୍ବାଡଙ୍କୁ ନେଇ ଗଠିତ କମିଟି ପୁରୁଷ ହେଡ କୋଚ୍‌ ନିଯୁକ୍ତ କରିଥିଲା।
ପୁଣି ଭବିଷ୍ୟତରେ ଏଜିଏମ୍‌ରେ ତିନି ଚତୁର୍ଥାଂଶ ବହୁମତରେ ସମ୍ବିଧାନ ସଂଶୋଧନ କରିବାର କ୍ଷମତା ପାଇଁ ସୁପ୍ରିମକୋର୍ଟଙ୍କଠାରୁ ଅନୁମତି ଲୋଡ଼ାଯିବ। ପ୍ରତ୍ୟେକ ସଂଶୋଧନରେ ସୁପ୍ର୍‌ିମ୍‌କୋର୍ଟଙ୍କ ଅନୁମତି ନେବା ଅବାସ୍ତବ ବା ବ୍ୟବହାରିକ ନୁହଁ ବୋଲି ବୋର୍ଡ ଅଧିକାରୀମାନେ ସହମତି ପ୍ରକାଶ କରିଛନ୍ତି। ଏବେ ସୁପ୍ରିମକୋର୍ଟଙ୍କ ଅନୁମୋଦନ ଉପରେ ସବୁକିଛି ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?