ବିଷକୁମ୍ଭମ୍‌ ପୟୋମୁଖମ୍‌

ହରିଶଙ୍କର ମିଶ୍ର

ଆମ ଓଡ଼ିଆରେ ଗୋଟିଏ କଥା ଅଛି ‘ମଧୁର ବିନୟ ବଚନ। କହି ତୋଷିବ ଜନମନ’। ବିଜ୍ଞ ଜନମାନେ କୁହନ୍ତି, ଆମ ଜିହ୍ବାରେ ଅମୃତ ଓ ବିଷ ଉଭୟ ରହିଥାଏ। କଥାକୁ ଠିକ୍‌ ଢଙ୍ଗରେ ପ୍ରୟୋଗକଲେ ଶତ୍ରୁ ନିଜର ହୋଇପାରେ। ସେଥିରୁ ବିଚ୍ୟୁତ ହେଲେ ମିତ୍ର ଶତ୍ରୁ ହୋଇଥାଏ। ମଧୁର ବଚନ କହିବାରେ କେହି କୃପଣ ଭାବ ନ ଦେଖାଇବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଛନ୍ତି। ଏହି ମଧୁର ବଚନ କେବଳ ସାମାଜିକ ସଂହତି ପାଇଁ ଉପଯୋଗୀ ଥିବାବେଳେ ଏବେ ଏହା ଅନେକଙ୍କ ପାଇଁ ଏଭଳି ଅନୁସରଣୀୟ ହୋଇଯାଇଛି ଯେ ସେମାନେ କେଉଁ କଥାଶୈଳୀ ମାଧ୍ୟମରେ କାହାକୁ ପ୍ରଭାବିତ କରିପାରିବେ ସେଥିପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ସ୍ପଷ୍ଟ ହେଉଛି। ଆମ ଦେଶର ବିଚିତ୍ର ଗଣତନ୍ତ୍ର ବ୍ୟବସ୍ଥାରେ ଜନସଂଖ୍ୟାର ୩୦ ଶତାଂଶ ଭୋଟରଙ୍କ ସମର୍ଥନ ପାଇଥିବା ବ୍ୟକ୍ତି ମଧ୍ୟ ପଞ୍ଚାୟତରୁ ପାର୍ଲାମେଣ୍ଟର ସଭ୍ୟ ହେବାକୁ ଯୋଗ୍ୟ ହୋଇଥାଆନ୍ତି। ନିର୍ବାଚନ ପରେ କ୍ଷମତା ପାଉଥିବା ବ୍ୟକ୍ତିଙ୍କ ସହ ତାଙ୍କର ରାଜନୈତିକ ଦଳର ତଳୁ ଉପର ସ୍ତର ଯାଏ ଥିବା ବ୍ୟକ୍ତିମାନେ କ୍ଷମତାର ଯଥେଷ୍ଟ ଉପଯୋଗ ଓ ଉପଭୋଗ କରୁଥିବା ସମସ୍ତେ ଜାଣନ୍ତି। କିନ୍ତୁ ସେଇ ନିର୍ବାଚିତ ପ୍ରତିନିଧିମାନେ ନିଜକୁ ସମ୍ପୂର୍ଣ୍ଣ ଦେଶ , ରାଜ୍ୟ ବା ନିର୍ବାଚିତ କରିଥିବା ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ନିଜକୁ ସମର୍ପଣ କରୁଥିବା କହିବାରେ ସାମାନ୍ୟ ଦ୍ବିଧା ପ୍ରକାଶ କରନ୍ତି ନାହିଁ। ଆମ ରାଜ୍ୟର ଲୋକସଂଖ୍ୟା ୨୦୧୧ ଜନ ଗଣନାରେ ୪ କୋଟି ୨୦ଲକ୍ଷ ଥିଲା। ୨୦୨୧ରେ କରୋନା ସଂକ୍ରମଣ ଯୋଗୁ ଜନଗଣନା ହୋଇ ନ ଥିଲେ ବି ଗାଣିତିକ ବୃଦ୍ଧି ଆଧାରରେ ଏହି ବର୍ଷରେ ୪କୋଟି ୭୦ଲକ୍ଷ, ୨୦୨୨ରେ ୪କୋଟି ୭୫ ଲକ୍ଷ ଏବଂ ତାହା ୨୦୨୩ ରେ ୪କୋଟି ୭୯ ଲକ୍ଷ ଆକଳନ କରାଯାଇଛି। କିନ୍ତୁ ଆମ ରାଜ୍ୟର ପ୍ରତ୍ୟେକ ରାଜନୈତିକ ଦଳୀୟ ନେତା ୨୦୧୯ର ଜନସଂଖ୍ୟା ଆଧାରରେ ରାଜନୈତିକ ଭାଷଣ ମାଧ୍ୟମରେ ସାଢ଼େ ୪କୋଟି ଓଡ଼ିଆଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ସେମାନଙ୍କ ସ୍ବାର୍ଥ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ଘୋଷଣା କରିଥାନ୍ତି।
ରାଜ୍ୟର ସୀମାନ୍ତ ଅଞ୍ଚଳ ପଡ଼ୋଶୀ ରାଜ୍ୟ କବଳିତ ହେଉଥିବା ବେଳେ ରାଜ୍ୟର ପ୍ରତ୍ୟେକ ଇଞ୍ଚ ଜାଗା ସୁରକ୍ଷିତ ରହିଛି ଏବଂ ପଡ଼ୋଶୀ ରାଜ୍ୟ ବିଦ୍ୟାଳୟରେ ଓଡ଼ିଆ ଭାଷା ଉଚ୍ଛେଦ ସତ୍ତ୍ୱେ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀଙ୍କ ଭାଷା ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସଚେତନ ବୋଲି କହିବା କେବଳ ସତ୍ୟର ଅପଳାପ- ଏହା କହି ଲୋକଙ୍କୁ ପ୍ରଭାବିତ କରାଯିବା ସେଇ ମଧୁର ବଚନର ନମୁନା। ଆମ ରାଜ୍ୟର ଖଣିଜ ସମ୍ପଦକୁ ଈଶ୍ୱରଙ୍କ ବରଦାନ ଏବଂ ଏହାର ଠିକ୍‌ ଉପଯୋଗ କରାଯାଇପାରିଲେ ଆମେ ଏକ ବିକଶିତ ଓ ଦେଶରେ ଶ୍ରେଷ୍ଠ ରାଜ୍ୟ ଗଠନ କରିପାରିବା ବୋଲି ଯେଉଁମାନେ ମଧୁରବାଣୀରେ ଆମକୁ ସ୍ବପ୍ନ ଦେଖାନ୍ତି ସେଇମାନେ ରାଜ୍ୟର ଖଣି-ପାଣି-ଜଙ୍ଗଲ ଲୁଟିର ମହାନାୟକ ହୁଅନ୍ତି। ଦାଦନ ଓ ଦୁର୍ନୀତିରେ ପ୍ରତିଷ୍ଠିତ ମାନ୍ୟତା ପାଇଥିବା ରାଜ୍ୟରେ ଦୁର୍ନୀତିର ଶୂନ୍ୟ ସହନଶୀଳତା ଓ ଜଣେ କେହି ଦାଦନ ଶ୍ରମିକ ରହିବେ ନାହିଁ ବା କାହାରିକୁ ଖାଦ୍ୟ ଓ ଚିକିତ୍ସା ବିନା ମରିବାକୁ ଦିଆଯିବ ନାହିଁ ପରି ବଚନ ନିଶ୍ଚିତ ଶ୍ରୁତିମଧୁର। ୨୦୨୨ ପରେ ରାଜ୍ୟରେ ଗୋଟିଏ ଚାଳଘର ରହିବ ନାହିଁ ବୋଲି ହୋଇଥିବା ଘୋଷଣା କେତେଜଣ ବ୍ୟକ୍ତିଙ୍କୁ ଆମୋଦିତ ସହ ସେମାନଙ୍କ ମନରେ ନୂତନ ଘର ପ୍ରାପ୍ତି ଆଶା ସଞ୍ଚାର କରିଥିଲା। କିନ୍ତୁ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଥିବା ଚାଳଘର ବୋଧହୁଏ ଦୃଷ୍ଟିଗୋଚର ହେଉନାହିଁ।
ପୁରୀରେ ଐତିହ୍ୟ କରିଡର ନାମରେ ବହୁ ଶତାଧିକ ବର୍ଷର ଐତିହ୍ୟ ଧ୍ବଂସ ପାଇଁ ନୀଳନକ୍ସା ତିଆରି, ସେଥିପାଇଁ ଆବଶ୍ୟକ ଜାଗା ପାଇଁ ସ୍ଥିତିବାନ୍‌ ସ୍ବତ୍ବକୁ ଏଡ଼ାଇ ଦଖଲରେ ଥିବା ବ୍ୟକ୍ତିମାନଙ୍କୁ ଜମି ଓ ଘର ମୂଲ୍ୟର ବହୁଗୁଣ ଅର୍ଥ କୋଟି କୋଟି ଟଙ୍କାରେ ଏବଂ ବିକଳ୍ପ ଜାଗା ପ୍ରଦାନ କରାଗଲା। ଏହା ସତ୍ତ୍ୱେ ପୁରୀର ବିକାଶ ଅତୁଳନୀୟ ଓ ଐତିହାସିକ ବୋଲି ପ୍ରଶଂସା ସାଉଁଟିବାର ପ୍ରଚେଷ୍ଟା ମୂଳରେ କଥାର ମାଧୁର୍ଯ୍ୟ ହିଁ ମୁଖ୍ୟ ମାଧ୍ୟମ। ସ୍କୁଲରୁ ଅଧାରେ ପାଠ ଛାଡୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଓଡ଼ିଶାରେ ୧ ନମ୍ବର ବୋଲି ତଥ୍ୟଭିତ୍ତିକ ପ୍ରମାଣ ପ୍ରକାଶ ସତ୍ତ୍ୱେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଓ ଶୈକ୍ଷିକ ଦକ୍ଷତା ବୃଦ୍ଧି ପରିବର୍ତ୍ତେ ସ୍କୁଲ ରୂପାନ୍ତରଣର ଅଭିନବ ପ୍ରକ୍ରିୟା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଶିକ୍ଷକ ଏଂ ଅଧ୍ୟାପକ ଅଭାବରୁ ପରୀକ୍ଷା ପୂର୍ବରୁ ପାଠ୍ୟକ୍ରମ ସରି ନ ଥିବାରୁ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନେ ଚିନ୍ତିତ ଅଛନ୍ତି। କିନ୍ତୁ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା ମଧ୍ୟ ଅଭିନବ ମଧୁର ବାର୍ତ୍ତା। ଆଗାମୀ ଫେବୃୟାରୀରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ନୂତନ ପ୍ରୟାସ ଶୃତିମଧୁର ହୋଇପାରେ। ରାଜ୍ୟରେ ନାରୀ ନିର୍ଯାତନା ଏବଂ ଅନେକ ରହସ୍ୟମୟ ହତ୍ୟାର ନଥି ଭିନ୍ନ ଦିଗକୁ ନେବାରେ ଦକ୍ଷତା ଯୋଗୁ ତୁଳନାତ୍ମକ ପରିସଂଖ୍ୟାନ ମାଧ୍ୟମରେ କମ୍‌ ଆପରାଧିକ ରାଜ୍ୟ ଭାବେ ଉପସ୍ଥାପନା ମଧୁର ବଚନ ହୋଇଛି। ଏଠାରେ କିନ୍ତୁ ଅମୃତ ବା ମଧୁର ବଚନ ଯେଉଁ ଉଦ୍ଦେଶ୍ୟରେ କୁହାଯାଏ ତା’ର ଘୋର ଉଲ୍ଲଂଘନ ଏବଂ ସ୍ବାର୍ଥ ସାଧନ ପାଇଁ ପ୍ରୟୋଗ ହେଉଥିବା ନିଶ୍ଚିତ ହେଉଛି। ବିଜ୍ଞଜନମାନେ ମଧ୍ୟ ଏହି ଚେତାବନୀ ଦେଇଛନ୍ତି ଯେ ସବୁଦିନ ପାଇଁ ସୁଲୋକଙ୍କୁ ପ୍ରଭାବିତ କରାଯାଇ ନ ପାରେ। ଯେଉଁଦିନ ମଧୁର ବଚନ ମାୟାରୁ ମୁକ୍ତହୋଇ ଜନତା ଜନାର୍ଦ୍ଦନ ବାସ୍ତବତାକୁ ଅନୁଭବ କରିବେ ସେଦିନ ମଧୁର ବଚନ ନିଶ୍ଚିତ ‘ବିଷକୁମ୍ଭମ୍‌ ପୟୋମୁଖମ୍‌’ ବା ପାଟିରେ ମଧୁର ଅନ୍ତରେ ଜହରର ପର୍ଦ୍ଦାଫାଶ ହୋଇଯିବ, ଏଥିରେ ସନ୍ଦେହ ନାହିଁ।
ଗୁଣ୍ଡିଚା ବିହାର, ପୁରୀ ମୋ:୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?