Posted inଖେଳ

ବିଶ୍ୱକପ୍‌ ଲାଗି କେଦାର ଫିଟ୍‌

ମୁମ୍ବାଇ,୧୮।୫- ଭାରତୀୟ ଦଳର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଓ କାମଚଳା ସ୍ପିନର କେଦାର ଯାଦବଙ୍କ ବିଶ୍ୱକପ୍‌ରେ ଖେଳିବା ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ହୋଇଛି। ତାଙ୍କୁ ଶନିବାର ଫିଟ୍‌ ଘୋଷିତ କରାଯାଇଛି। ଫଳରେ ଆସନ୍ତା ୨୨ ତାରିଖରେ ବଳକା ଭାରତୀୟ ଦଳର ଖେଳାଳିଙ୍କ ସହ ଲଣ୍ଡନ ଗସ୍ତ କରିବେ ବୋଲି ସ୍ପଷ୍ଟ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ୩୪ ବର୍ଷୀୟ ଅଲରାଉଣ୍ଡରଙ୍କ କାନ୍ଧରେ ଆଘାତ ଲାଗିଥିଲା। ଟିମ୍‌ ଇଣ୍ଡିଆ ଫିଜିଓ ପାର୍ଟିକ ଫରହାର୍ଟଙ୍କ ତତ୍ତ୍ୱାବଧାନରେ କେଦାର ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିଛନ୍ତି। ଏ ନେଇ ଫିଜିଓ ପାର୍ଟିକ ଫିଟନେସ ରିପୋର୍ଟ ଦାଖଲ କରିଛନ୍ତି। ଭାରତୀୟ ଦଳର ଫିଜିଓ ଓ କେଦାର ଗତ ସପ୍ତାହରେ ମୁମ୍ବାଇ ଏକ ପଞ୍ଚ ତାରକା ହୋଟେଲକୁ ଆସିଥିଲେ। ଏମ୍‌ସିଏର ବି.କେ.ସି. ଫାସିଲିଟରେ କିଛି ଟ୍ରେନିଂ ସେସନ ପରେ ଯାଦବ ଫିଟ୍‌ନେସ ଟେଷ୍ଟ ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଯାଦବ ଏପର୍ଯ୍ୟନ୍ତ ୫୯ ଦିନିକିଆ ମ୍ୟାଚ୍‌ ଖେଳି ୪୩.୫୦ ଆଭରେଜରେ ୧୧୭୪ ରନ୍‌ କରିଛନ୍ତି। ତାଙ୍କ ଛୋଟିଆ କ୍ୟାରିୟରରେ ୨ ଶତକ ଓ ୫ ଅର୍ଦ୍ଧଶତକୀୟ ଇନିଂସ ରହିଛି। ବୋଲିଂରେ ମଧ୍ୟ ତାଙ୍କର ଦକ୍ଷତା ରହିଛି। ସେ ୩୪.୭୦ ହାରରେ ୨୭ ଉଇକେଟ ନେଇଛନ୍ତି। ଏଥିଯୋଗୁ ଭାରତୀୟ ଦଳର ସେ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri