Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରୁ ଭାରତର ଅଭିଯାନ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୨।୮(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରାରମ୍ଭିକ ସଂସ୍କରଣରେ ଭାରତ ଗୁରୁବାରଠାରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ତା’ର ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟୀ ହୋଇ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଏହି ଟେଷ୍ଟରେ ବିଜୟୀ ହେଲେ କୋହଲିଙ୍କ ନେତୃତ୍ୱରେ ଭାରତ ୨୭ତମ ବିଜୟ ହାସଲ କରିବ। ଏଥି ସହ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ହେବେ। ପୁଣି କୋହଲି ଶତକ ହାସଲ କଲେ ଅଧିନାୟକ ହିସାବରେ ସେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ୧୯ଟି ଶତକ ରେକର୍ଡର ସମକକ୍ଷ ହେବେ। କାଗଜକଲମରେ ଭାରତ ଅପେକ୍ଷାକୃତ ଶକ୍ତିଶାଳୀ ମନେହେଉଛି। କୋହଲି, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ, ରୋହିତ ଶର୍ମା ଓ ରିଷଭ ପନ୍ତଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ ଦୃଢ଼ ମନେହେଉଛି। ମ୍ୟାଚ୍‌ରେ ଭାରତ ଫେଭରାଇଟ୍‌ ମନେହେଉଥିଲେ ମଧ୍ୟ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜକୁ ମଧ୍ୟ ଆଦୌ ଦୁର୍ବଳ ମନେ କରିହେବ ନାହିଁ।
ଗତ ସିରିଜରେ ଓ୍ବେଷ୍ଟଇଣ୍ଡିଜ ୨-୧ରେ ଭ୍ରମଣକାରୀ ଇଂଲଣ୍ଡକୁ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା। ଆଣ୍ଟିଗୁଆର ଏହି ଉଇକେଟରେ ଦ୍ରୁତ ବୋଲରଙ୍କୁ ବେଶ୍‌ ସହାୟତା ମିଳିବ। ଫଳରେ କୋହଲି ଓ ତାଙ୍କ ଖେଳାଳିମାନେ ପରୀକ୍ଷାର ସମ୍ମୁଖୀନ ହେବେ। ଟେଷ୍ଟ କ୍ରିକେଟର ମାନ ଓ ଲୋକପ୍ରିୟତା କମୁଛି ବୋଲି ଚର୍ଚ୍ଚା ହେଉଛି। ତେବେ ଗତ କେତେବର୍ଷ ମଧ୍ୟରେ ଟେଷ୍ଟ ଫର୍ମାଟର ଚମକ ଓ ଲୋକପ୍ରିୟତା ବଢ଼ିଛି। ବିଭିନ୍ନ ଚ୍ୟାଲେଞ୍ଜ ଗ୍ରହଣ କରି ଦଳକୁ ଜିତାଇବାକୁ ଚେଷ୍ଟା କରିବାର ପ୍ରୟାସ ଖେଳାଳିମାନଙ୍କ ଉପରେ ନିର୍ଭର କରେ ବୋଲି କୋହଲି କହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରାରମ୍ଭିକ ସଂସ୍କରଣ ଉପରେ ମତ ଦେଇ ସେ ଏହି କଥା କହିଛନ୍ତି। ଏହି ଚାମ୍ପିୟନଶିପ୍‌ରେ ଆଗାମୀ ଦିନରେ ମ୍ୟାଚ୍‌ଗୁଡିକରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିବ। ଠିକ୍‌ ସମୟ ଓ ଅବକାଶରେ ଏହି ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଏହି ଗ୍ରାଉଣ୍ଡରେ ଶେଷଥର ପାଇଁ ଇଂଲଣ୍ଡ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଖେଳିଥିଲା। ଏଥିରେ ଇଂଲଣ୍ଡ ୧୮୭ ଓ ୧୩୨ ରନ ସଂଗ୍ରହ କରିଥିଲା। ତେବେ ଏହା ବର୍ଷର ଭିନ୍ନ ସମୟରେ ଖେଳାଯାଇଥିଲା।
ଘରୋଇ ଦ୍ରୁତ ବୋଲରଙ୍କୁ କିଭଳି ସାମ୍‌ନା କରାଯିବ ସେ ନେଇ କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଚିନ୍ତିତ ଥିବେ। କୋଚ୍‌ ପଦ ବଜାୟ ରଖିବା ପରେ ଶାସ୍ତ୍ରୀଙ୍କ ପାଇଁ ଏହି ସିରିଜ ପ୍ରଥମ ପରୀକ୍ଷା ସୃଷ୍ଟି କରିଛି। ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର କେମର ରୋଚ ଓ ଶାନନ ଗାବ୍ରିଏଲ ଓ ଜାସନ ହୋଲ୍ଡର ନୂଆ ବଲ୍‌ରେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ। ଯଦି ଉଇକେଟରେ ପେସ୍‌ ଓ ବାଉନ୍ସ ଦେଖିବାକୁ ମିଳିବ ତା,ହେଲେ କୋହଲି ୪ଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇବେ। ରବିଚନ୍ଦ୍ରନ ଅଶ୍ୱିନ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ସ୍ପିନରଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳିବ। ୩ଜଣ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଖେଳିବା ଏକ ପ୍ରକାର ନିଶ୍ଚିତ। ତେବେ ବ୍ୟାଟିଂ କମ୍ବିନେଶନ ନେଇ କୋହଲି ଦ୍ୱନ୍ଦ୍ୱରେ ରହିଛନ୍ତି। ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍‌ ହୋଇଥାନ୍ତେ ତା,ହେଲେ କୋହଲି ରୋହିତ କିମ୍ବା ରାହାନେଙ୍କ ମଧ୍ୟରୁ ଜଣକୁ ଦଳରୁ ବାଦ୍‌ ଦେଇଥାନ୍ତେ। ତେବେ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜର ଗତ କିଛିଦିନର ରେକର୍ଡକୁ ଦୃଷ୍ଟିରେ ରଖି ସେ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବେ। ଏପରି ହେଲେ ରୋହିତ ଓ ରାହାଣେ ଉଭୟେ ଖେଳିବା ସମ୍ଭାବନା ରହିଛି।
ଯଦି ଉଇକେଟ ସବୁଜ ହୁଏ ତେବେ ବଲ୍‌ ଫାଷ୍ଟ ଓ ବାଉନ୍ସ ହେବ। ଏପରି ହେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସମେତ ୫ ବୋଲରଙ୍କୁ ଭାରତ ଖେଳାଇବ। ପୁଣି ମୟଙ୍କ ଅଗ୍ରଓ୍ବାଲଙ୍କ ସହ ଦ୍ୱିତୀୟ ଓପନର ଭାବେ କିଏ ଇନିଂସ ଓପନ କରିବ ସେ ନେଇ ଭାରତୀୟ ଟିମ୍‌ ମ୍ୟାନେମେଣ୍ଟ ଚିନ୍ତିତ ଥିବ। ଲୋକେଶ ରାହୁଲ ଜଣେ ସ୍ପେଶାଲିଷ୍ଟ ଓପନର ହୋଇଥିବାରୁ ତାଙ୍କୁ ସୁଯୋଗ ଦିଆଯାଇପାରେ। ତେବେ ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ହନୁମା ବିହାରୀ ଓପନର ଭାବେ ଭଲ ପ୍ରଦର୍ଶନ କରିଥିଲେ। ପୁଣି ଅଷ୍ଟ୍ରେଲିଆ ତୁଳନାରେ ଓ୍ବେଷ୍ଟଇଣ୍ଡିଜ୍‌ର ପେସ୍‌ ଆକ୍ରମଣ ସେତେଟା ଶାଣିତ ନୁହେଁ। ବିହାରୀଙ୍କୁ ସୁଯୋଗ ଦିଆ ନ ଗଲେ ଠିକ୍‌ ହେବ ନାହିଁ। ଏ ନେଇ କୋହଲି ଦ୍ୱନ୍ଦ୍ୱରେ ଥିବେ।
ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଫର୍ମାଟରେ ଗତ କିଛି ବର୍ଷ ମଧ୍ୟରେ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇନାହିଁ। ତେବେ ଦଳରେ କେତେଜଣ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ସାଇ ହୋପ, ଜନ୍‌ କ୍ୟାମ୍ପବେଲ ଓ ଶିମରନ ହେଟମେୟରଙ୍କ ଭଳି ୩ଜଣ ଯୁବ ପ୍ରତିଭାସମ୍ପନ୍ନ ଖେଳାଳି ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ। ରୋଷ୍ଟନ ଚେଜ୍‌ ମଧ୍ୟ ୨୦୧୬ରେ ଅନୁଷ୍ଠିତ କିଙ୍ଗଷ୍ଟନ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ମଧ୍ୟ ଭଲ ଅଫ୍‌ ସ୍ପିନ୍‌ ବୋଲିଂ କରିପାରନ୍ତି। ଏପର୍ଯ୍ୟନ୍ତ ସେ ୫୦ ଟେଷ୍ଟ ଉଇକେଟ ହାସଲ କରିଛନ୍ତି। ଡାରେନ ବ୍ରାଭୋ ଓ୍ବେଷ୍ଟଇଣ୍ଡିଜର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ। ସେ ଏପର୍ଯ୍ୟନ୍ତ ୫୨ଟି ଟେଷ୍ଟ ଖେଳି ପାଖାପାଖି ୩୫୦୦ ରନ ସଂଗ୍ରହ କରିଛନ୍ତି। ତେବେ ବିଶ୍ୱର ସବୁଠାରୁ ଓଜନିଆ କ୍ରିକେଟର ରାଖିମ କର୍ନଓ୍ବାଲଙ୍କୁ ଏହି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିବ କି ନା ତାହା ଦେଖିବାକୁ ବାକି ରହିଲା। ତାଙ୍କର ବିଶାଳକାୟ ଶରୀରକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଭଲ ଅଫ୍‌ ସ୍ପନ୍‌ ବୋଲିଂ କରିବା ସହ ଲୋୟର ମିଡଲ ଅର୍ଡରରେ ଭଲ ବ୍ୟାଟିଂ କରିବାର କ୍ଷମତା ରଖିଥାନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏହି ମ୍ୟାଚ୍‌ ଭାରତ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା, ରିଷଭ ପନ୍ତ (ଉଇକେଟକିପର), କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ଭୁବନେଶ୍ୱର କୁମାର ଓ ରିଦ୍ଧିମାନ ଶାହା (ଉଇକେଟକିପର)।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରେଗ୍‌ ବ୍ରାଥଓ୍ବେଟ୍‌, ଡାରେନ ବ୍ରାଭୋ, ଶମରାହ ବ୍ରୁକ୍ସ, ଜନ୍‌ କ୍ୟାମ୍ପବେଲ, ରଷ୍ଟନ ଚେଜ୍‌, ରାଖିମ କର୍ନଓ୍ବାଲ, ଶେନ ଡୋରିଚ୍‌, ଶାନନ ଗାବ୍ରିଏଲ୍‌, ଶିମରନ ହେଟମେୟର, ସାଇ ହୋପ୍‌, କିମୋ ପଲ ଓ କେମର ରୋଚ୍‌।
ସମୟ: ସନ୍ଧ୍ୟା ୭ଟା
ସ୍ଥାନ: ନର୍ଥ ସାଉଣ୍ଡ, ଆଣ୍ଟିଗୁଆ
ସିଧା ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri