Posted inଜାତୀୟ

ବିବାଦରେ ଶାହଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବ: ହିନ୍ଦୀକୁ ନେଇ ହୁଲସ୍ଥୂଲ

ନୂଆଦିଲ୍ଲୀ,୧୫।୯(ପି.ଟି.): ହିନ୍ଦୀ ଦିବସ ପାଳନ ଅବସରରେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ‘ଗୋଟିଏ ଦେଶ ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଛନ୍ତି। ଅଧିକାଂଶ ଲୋକ ହିନ୍ଦୀରେ କଥା ହେଉଥିବାରୁ ଏହାକୁ ସାଧାରଣ ଭାଷା ଭାବେ ଗ୍ରହଣ କରାଗଲେ ସାରା ଦେଶକୁ ଏକତା ସୂତ୍ରରେ ବନ୍ଧାଯାଇପାରିବ ବୋଲି ସେ କହିଛନ୍ତି। ଶାହଙ୍କ ଏଭଳି ପ୍ରସ୍ତାବକୁ ନେଇ ଦେଶରେ ହୁଲସ୍ଥୂଲ ସୃଷ୍ଟି ହୋଇଛି। ଦକ୍ଷିଣ ଭାରତ ସମେତ ବିଭିନ୍ନ ରାଜ୍ୟରେ ଏହାକୁ ବିରୋଧ କରାଯାଇଛି। ବେଙ୍ଗାଲୁରୁ ସମେତ କର୍ନାଟକର ବିଭିନ୍ନ ସ୍ଥାନରେ କନ୍ନଡ ସପକ୍ଷବାଦୀ ସଂଗଠନଗୁଡିକ ଶାହଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ସେହିପରି ଅନ୍ୟ ଅଣହିନ୍ଦୀଭାଷୀ ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ପ୍ରତିବାଦର ସ୍ବର ଉଠିଛି।
ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ମାତୃଭାଷାକୁ ଯଥାସମ୍ଭବ ବ୍ୟବହାର କରନ୍ତୁ, କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତରେ ହିନ୍ଦୀକୁ ପହଞ୍ଚାଇବା ପାଇଁ ଏହାର ପ୍ରସାର କରାଯିବା ଆବଶ୍ୟକ। ଭାରତରେ ବିଭିନ୍ନ ଭାଷା ପ୍ରଚଳିତ ଓ ପ୍ରତ୍ୟେକ ଭାଷାର ନିଜସ୍ବ ଗୁରୁତ୍ୱ ରହିଛି। ତେବେ ଭାରତକୁ ବିଶ୍ୱରେ ପରିଚିତ କରାଇବା ଲାଗି ଗୋଟିଏ ଭାଷା ସାରା ଦେଶରେ ପ୍ରଚଳିତ ହେବା ଜରୁରୀ ବୋଲି ସେ ଟୁଇଟ୍‌ କରିଛନ୍ତି। ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ‘ଗୋଟିଏ ଭାଷା’ ସ୍ବପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ଉତ୍ତରପୂର୍ବାଞ୍ଚଳର ପ୍ରତ୍ୟେକ ପିଲାଙ୍କୁ ହିନ୍ଦୀ ଶିଖାଯିବ ବୋଲି ଏହି ଅବସରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି।
ସରକାରୀ ଭାଷା ଆଇନ, ୧୯୬୩ ଅନୁଯାୟୀ କେନ୍ଦ୍ର ସରକାର ଓ ପାର୍ଲାମେଣ୍ଟ ପାଇଁ ହିନ୍ଦୀ ଓ ଇଂଲିଶକୁ ସରକାରୀ ଭାଷା ଭାବେ ଗ୍ରହଣ କରାଯାଇଥିଲା। ଦେଶର ୨୨ଟି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ବୀକୃତି ପ୍ରଦାନ କରାଯାଇଛି। ଭାଷାର ଭିନ୍ନତା ଦେଶର ଶକ୍ତି ହୋଇଥିବାବେଳେ ଜାତୀୟ ଭାଷାର ମଧ୍ୟ ଆବଶ୍ୟକତା ରହିଛି। ଜାତୀୟ ଭାଷା ବିନା ଆମ ସଂସ୍କୃତିକୁ ବ୍ୟକ୍ତ କରିବା ଶକ୍ତି ହରାଇବା ବୋଲି ହିନ୍ଦୀ ଦିବସରେ ଉଦ୍‌ବୋଧନ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ କହିଥିଲେ।
ଅନ୍ୟପକ୍ଷରେ ହିନ୍ଦୀ ଜାତୀୟ ଭାଷା ବୋଲି କେନ୍ଦ୍ର ସରକାର ମିଥ୍ୟା ସୂଚନା ଦେଉଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଟୁଇଟ୍‌ କରିଛନ୍ତି। ଦେଶର ୨୨ ସରକାରୀ ଭାଷା ମଧ୍ୟରୁ ହିନ୍ଦୀ ଗୋଟିଏ ବୋଲି ସେ କହିଛନ୍ତି। ମିଥ୍ୟା ଓ ଭୁଲ୍‌ ତଥ୍ୟ ଦେଇ କୌଣସି ଭାଷାର ପ୍ରସାର କରାଯାଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି। ହିନ୍ଦୀ ଦିବସ ଭଳି କନ୍ନଡ ଦିବସ କେବେ ପାଳନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାନ୍ତୁ ବୋଲି ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କହିଛନ୍ତି। କନ୍ନଡ ଏକ ସରକାରୀ ଭାଷା ଓ କର୍ନାଟକ ସଂଘୀୟ ବ୍ୟବସ୍ଥାର ଏକ ଅଂଶ ବୋଲି ସେ ଟୁଇଟ୍‌ କରିଛନ୍ତି। ସେହିପରି ହିନ୍ଦୀ ପ୍ରତ୍ୟେକ ଭାରତୀୟଙ୍କ ମାତୃଭାଷା ହୋଇପାରିବ ନାହିଁ। ସମ୍ବିଧାନର ଅନୁଚ୍ଛେଦ ୨୯ ପ୍ରତ୍ୟେକ ଭାରତୀୟଙ୍କୁ ନିଜସ୍ବ ଭାଷା ଓ ସଂସ୍କୃତି ବାଛିବାର ଅଧିକାର ଦେଇଛି। ହିନ୍ଦୀ, ହିନ୍ଦୁ ଓ ହିନ୍ଦୁତ୍ୱଠାରୁ ଭାରତ ବହୁତ ବଡ଼ ବୋଲି ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି। ଅନୁରୂପ ଭାବେ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ ମଧ୍ୟ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଅଣହିନ୍ଦୀ ଭାଷୀଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ବିବେଚନା କରିବା ଲାଗି ଏହି ନୀତି ଉଦ୍ଦିଷ୍ଟ ବୋଲି ସେ ସମାଲୋଚନା କରିଛନ୍ତି। ଶାହଙ୍କ ଏଭଳି ମନ୍ତବ୍ୟ ଜାତୀୟ ସଂହତି ପ୍ରତି ବିପଜ୍ଜନକ ହୋଇଥିବାରୁ ସେ ତୁରନ୍ତ ତାଙ୍କ ମନ୍ତବ୍ୟ ଫେରାଇନେବାକୁ ଷ୍ଟାଲିନ ଦାବି କରିଛନ୍ତି। ହିନ୍ଦୀକୁ ଜୋର ଜବରଦସ୍ତ ଲଦିଦେବା ପାଇଁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଚଳାଇଥିବା ଉଦ୍ୟମକୁ ଅଣହିନ୍ଦୀଭାଷୀ ରାଜ୍ୟଗୁଡିକ ଦୀର୍ଘଦିନ ହେଲା ବିରୋଧ କରିଆସୁଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଲୋକେ ସବୁ ଭାଷା ଓ ସଂସ୍କୃତିକୁ ସମାନ ଭାବେ ସମ୍ମାନ ଦେବା ଉଚିତ। ତା’ ମାନେ ନୁହେଁ ନିଜ ମାତୃଭାଷାକୁ ଜଳାଞ୍ଜଳି ଦେବା। ଆମେ ଅନେକ ଭାଷା ଶିଖିପାରୁ, କିନ୍ତୁ ନିଜ ମାତୃଭାଷାକୁ ଭୁଲିଯିବା ଉଚିତ ନୁହେଁ ବୋଲି ସେ ଟୁଇଟ୍‌ କରିଛନ୍ତି। ଅମିତ୍‌ ଶାହଙ୍କ ମନ୍ତବ୍ୟକୁ ସିପିଆଇ ପକ୍ଷରୁ ଦୃଢ଼ବିରୋଧ କରାଯାଇଛି। ଏହା ଦେଶର ସଂଘୀୟ ବ୍ୟବସ୍ଥା ଓ ବିବିଧତା ଉପରେ ଆକ୍ରମଣ। ହିନ୍ଦୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ହିନ୍ଦୁତ୍ୱ ଏଜେଣ୍ଡାର ଅଂଶବିଶେଷ। ସରକାର ଏଭଳି ଉଦ୍ୟମରୁ ଓହରି ଯାଆନ୍ତୁ ବୋଲି ସିପିଆଇ ଦାବି କରିଛି। ପୂର୍ବତନ ଏମ୍‌ପି ତଥାଗତ ସତପଥୀ ମଧ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ‘ଓ୍ବାନ ନେଶନ ଓ୍ବାନ ଲାଙ୍ଗୁଏଜ୍‌’ ଥିଓରୀ ଦେଶକୁ ଏକାଠି କରିବ ନାହିଁ, ବରଂ ଭାଙ୍ଗିଦେବ। ଏହା ଅଣହିନ୍ଦୀଭାଷୀଙ୍କୁ ଅଣଭାରତୀୟରେ ପରିଣତ କରିବ ବୋଲି ତଥାଗତ ଟୁଇଟ୍‌ କରିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ହିନ୍ଦୀ ଭାଷାର ପ୍ରସାର ସପକ୍ଷରେ ମତ ଦେଇଛନ୍ତି। ସୁପ୍ରିମକୋର୍ଟ ଓ ସମସ୍ତ ହାଇକୋର୍ଟରେ ଭାରତୀୟ ଭାଷା ବ୍ୟବହାର ପାଇଁ ସମ୍ବିଧାନ ସଂଶୋଧନ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ୧୯୫୦ରେ ସମ୍ବିଧାନ ପ୍ରଣୟନ ହେଲା ବେଳେ ଇଂଲିଶକୁ ୧୫ ବର୍ଷ ନିମନ୍ତେ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ପ୍ରସ୍ତାବ ଥିଲା। ହିନ୍ଦୀକୁ ସରକାରୀ ଭାଷା ଭାବେ ଗ୍ରହଣ କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ ଇଂଲିଶ ପ୍ରାଧାନ୍ୟ ବଜାୟ ରଖିଆସିଛି ବୋଲି ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri