ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ):
ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସାଇବର ପୋଲିସ ଷ୍ଟେଶନ କେସ୍‌ ନଂ. ୨୬/୨୦୨୦(ଆଇପିସି ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଏବଂ ଆଇଟି ଆକ୍ଟର ଦଫା ୬୬(ସି) ଓ (ଡି)ରେ ପ୍ରଦୀପଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ତାଙ୍କ ଜାମିନ୍‌ ନାମଞ୍ଜୁର ହେବାପରେ ତାଙ୍କୁ ଝାରପଡ଼ା ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି। ଲୋକମାନଙ୍କୁ ଟାଟା କମ୍ପାନୀରେ ଚାକିରି ଯୋଗାଇ ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର ଓ ସାଇବର ଅପରାଧ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଆକାଶ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍‌ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ଅନେକ ଯୁବତୀଯୁବକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଘଟଣାରେ ଆକାଶଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଏବେ କ୍ରାଇମ୍‌ବ୍ରାଞ୍ଚ ରିମାଣ୍ଡରେ ନେଇ ଘଟଣାର ଖୋଳତାଡ଼ କରୁଛି। ଚାକିରି କରାଇବା ନାରେ ବେଆଇନଭାବେ ଟଙ୍କା ଆଦାୟ ଘଟଣାରେ ପ୍ରଦୀପ ସହଯୋଗ କରିବା ଏବଂ ପ୍ରଦୀପଙ୍କ ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆକାଶଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବା ତଥ୍ୟ ପ୍ରମାଣ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
ଆକାଶ ଟାଟା କମ୍ପାନୀ ନାମରେ ଯେଉଁ ଠକେଇ କରୁଥିଲେ ସେ ଟଙ୍କା ସିଧାସଳଖ ବିଭିନ୍ନ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଆସୁଥିବା ନେଇ କ୍ରାଇମ୍‌ବ୍ରାଞ୍ଚକୁ ପ୍ରମାଣ ମିଳିଛି। ରବୀନ୍ଦ୍ର କୁମାର ସାହୁ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୭ ଅଗଷ୍ଟରେ ୧୦ ଲକ୍ଷ, ୨୧ ଅଗଷ୍ଟରେ ୫ ଲକ୍ଷ, ସେପ୍ଟେମ୍ବରରେ ୨୦ଲକ୍ଷ ଟଙ୍କା ଓ ଏପରି ଅନେକ ଥର ରବୀନ୍ଦ୍ରଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଦୀପଙ୍କ ଆକାଉଣ୍ଟରୁ ତାହା ଆକାଶଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଥିଲା। ସେହିପରି କମ୍ବୋପାଣି ସାହୁ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ସେପ୍ଟେମ୍ବର ୧ରେ ୨୦ ଲକ୍ଷ, ଗୁରୁମୂର୍ତ୍ତୀ ଅଏଲ କମ୍ପାନୀ ପକ୍ଷରୁ ୪୦ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା ଯାହାକି ଉକ୍ତ ସମସ୍ତ ଟଙ୍କାକୁ ପରବର୍ତ୍ତୀ ସମୟରେ ଆକାଶଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ସେହିପରି ସେପ୍ଟେମ୍ବର ୨ରେ ଆକାଶଙ୍କ ଆକଉଣ୍ଟକୁ ପ୍ରଦୀପ କାହିଁକି ୫୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ଏ ସମସ୍ତ ଦିଗକୁ ନେଇ ପ୍ରଶ୍ନ ପଚାରିବା ପରେ ପ୍ରଦୀପ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏପରିକି ପ୍ରଦୀପଙ୍କ ଆକାଉଣ୍ଟକୁ କିଏ କାହିଁକି ଏତେ ଟଙ୍କା ପଠାଉଥିଲା। ଟଙ୍କା ଟ୍ରାନ୍ସଫର କରୁଥିବା ଲୋକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଆକାଶଙ୍କ ଆକାଉଣ୍ଟକୁ ଯିବା ବେଳେ ତାହା ଫ୍ଲାଟ ଓ ଜମି ରେଜିଷ୍ଟ୍ରେଶନ କରାଯିବା ନେଇ ଟ୍ରାନ୍ସଫର କରାଯାଉଥିବା କୁହାଯାଉଥିଲା। ଅପରପକ୍ଷରେ ଭିଜିଲାନ୍ସର ଏସ୍‌ଆଇଟି ଟିମ୍‌ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।
ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ୪ଟି ଗାଡ଼ିରେ କିଛି ଲୋକ ଆସି ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ପ୍ରଦୀପଙ୍କୁ ନେବାକୁ କହିଥିଲେ। ସ୍ତ୍ରୀ ସୁଜାତା ସାଙ୍ଗରେ ଯିବାକୁ କହିବାରୁ ତାଙ୍କୁ ମନା କରିବା ସହ ଅନ୍ୟ ଏକ ଗାଡ଼ିରେ ପଛରେ ଆସିବାକୁ କହିଥିଲେ। ସେମାନଙ୍କ ସହ ପ୍ରଦୀପ ଗୋଟିଏ କାରରେ ଆଗରେ ଯାଉଥିବା ବେଳେ ସ୍ତ୍ରୀ ପଛରେ ଯାଉଥିଲେ। ହେଲେ ଏକ ଟ୍ରାଫିକରେ ୪ଟି କାର୍‌ ଭିନ୍ନ ଭିନ୍ନ ଦିଗରେ ଚାଲିଯାଇଥିଲା। ଏକ କାର୍‌କୁ ପିଛା କରି ସୁଜାତା ଭୁବନେଶ୍ୱର ଇଓଡବ୍ଲ୍ୟୁ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ବା ପରେ ପ୍ରଦୀପଙ୍କୁ ପାଇ ନ ଥିଲେ। ପ୍ରଦୀପଙ୍କ ଜୀବନ ପ୍ରତି ଭୟ ରହିଛି। ତାଙ୍କୁ ଜଣେ ନକ୍ସଲଙ୍କ ଭଳି ଉଠାଇ ନିଆଯାଇଥିବା ସୁଜାତା ଅଭିଯୋଗ କରିବା ସହ ସ୍ବାମୀଙ୍କର ଯଦି କିଛି ଅସୁବିଧା ହୁଏ, ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସୁଜାତା ଗଣମାଧ୍ୟମ ନିକଟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri