ବିଦ୍ୟୁତ୍‌ ସଂଯୋଗରେ ଦୁର୍ନୀତି: ଟଙ୍କା ନେଉଛନ୍ତି ସଂଯୋଗ ଦେଉନାହାନ୍ତି

ରାୟଗଡ଼(ଗଜପତି),୯ା୧୨-ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବାବେଳେ ଗଜପତି ଜିଲା ରାୟଗଡ଼ ବ୍ଲକ୍‌ରେ ବିଦ୍ୟୁତ୍‌ ସଂଯୋଗରେ ଦୁର୍ନିତି ଅଭିଯୋଗ ହୋଇଛି। ଠିକା ସଂସ୍ଥା ଓ ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀମାନେ ବିଦ୍ୟୁତ୍‌ ସଂଯୋଗ ନାମରେ ହିତାଧିକାରୀଙ୍କଠାରୁ ଟଙ୍କା ନେଇ ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଛି। କେତେକ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ତାହାର ରେକର୍ଡ ନ ଥିବା ଜଣାପଡ଼ିଛି। ସେହିପରି ଅନ୍ୟ କେତେକି ହିତାଧିକାରୀ ଟଙ୍କା ଦେଇ ମଧ୍ୟ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ରହିଛନ୍ତି।
ଅଭିଯୋଗ ପ୍ରକାରେ, ବିଦ୍ୟୁତ୍‌ ସଂଯୋଗ ଦେବା ନିମନ୍ତେ କର୍ମଚାରୀମାନେ ହିତାଧିକାରୀଙ୍କଠାରୁ ବିନା ରସିଦରେ ଟଙ୍କା ନେଉଛନ୍ତି। ହେଲେ ବିଦ୍ୟୁତ ସଂଯୋଗ ଦେଉନାହାନ୍ତି। କେତେକ କର୍ମଚାରୀ ଟଙ୍କା ହଡ଼ପ କରି ଏଠାରୁ ବଦଳି ହୋଇ ଚାଲିଯାଇଛନ୍ତି। ଫଳରେ ଲୋକେ ନିରୁପାୟ ହୋଇଛନ୍ତି। କିଛିଦିନ ତଳେ ସଚ୍ଚେଟତାକୁ ନେଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଚର୍ଚ୍ଚାରେ ରହିଥିବାବେଳେ ଗ୍ରାମାଞ୍ଚଳରେ ଉପଭୋକ୍ତାମାନେ ଦୁର୍ନୀତି ଓ ଶୋଷଣର ଶିକାର ହୋଇଥିବାରୁ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ା ରାଜ୍ୟ ଓ କେନ୍ଦ୍ର ସରକାର ମାଗଣାରେ ହିତାଧିକାରୀଙ୍କ ପାଖରେ ବିଦ୍ୟୁତ୍‌ ସେବା ପହଞ୍ଚାଇବାପାଇଁ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ହିତାଧିକାରୀମାନେ ଏଥିରେ ସୁବିଧା ପାଇପାରୁ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ସୌଭାଗ୍ୟ ଯୋଜନାରେ କେବଳ ଗରିବ ଲୋକଙ୍କୁ ମାଗଣାରେ ଘରୋଇ ବିଦ୍ୟୁତ୍‌ ସଂଯୋଗ ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଠିକା ସଂସ୍ଥା ଓ ବିଦ୍ୟୁତ ବିଭାଗ କର୍ମଚାରୀମାନେ ମୋଟା ଅଙ୍କର ଟଙ୍କା ନେଇ ବ୍ୟବସାୟିକ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି ା ପ୍ରକାଶ ଯେ, ୨୦୧୭ ମସିହାରେ ମାଗଣାରେ ବିପିଏଲ୍‌ ସଂଯୋଗୀକରଣ ଥିବାବେଳେ ନୂତନ ବିଦ୍ୟୁତ ସଂଯୋଗ କରିବା ପାଇଁ ପଦ୍ମପୁର ଗ୍ରାମର ପରମାନନ୍ଦ ପାଇକଙ୍କଠାରୁ ବିଦ୍ୟୁତ୍‌ କର୍ମଚାରୀ ୪ ହଜାର ଟଙ୍କା ନେଇଥିଲେ। ମାତ୍ର ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନ ଥିଲା। ଫଳରେ ସେ ନିଜେ ମିଟର କିଣି ସଂଯୋଗୀକରଣ ପାଇଁ ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିବେଦନ କରିଥିଲେ ା ଏ ବାବଦକୁ ତାଙ୍କ ଠାରୁ ଆଉ ୫ଶହ ଟଙ୍କା ମଧ୍ୟ ନେଇଥିଲେ। ହେଲେ ଇତିମଧ୍ୟରେ ୨ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ସେ ବିଦ୍ୟୁତ୍‌ ବିଲ ପାଇ ନାହାନ୍ତି ା ବିଲ୍‌ ପାଇଁ ବାରମ୍ବାର ରାୟଗଡ଼ ଓ ଉପଲଡ଼ାସ୍ଥିତ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଜଣାଇଥିଲେ। ହେଲେ ସେଠାରେ ରେକେର୍ଡରେ ତାଙ୍କର କୌଣସି କାଗଜପତ୍ର ନ ଥିବା ବିଭାଗୀୟ ଅଧିକାରୀ ଜଣାଇଥିଲେ। ବିଭାଗରେ ରେକର୍ଡ ନ ଥାଇ ତାଙ୍କୁ ବିଦ୍ୟୁତ୍‌ ସଂଯୋଗ କିପରି ଦିଆଗଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ପରମାନନ୍ଦ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରି ପରିବାର ଚଳାନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଗରିବ ଶ୍ରେଣୀର ଲୋକେ ଅସୁବିଧା ଭୋଗୁଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଦେବବ୍ରତ ସାହୁଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁ ନଥିବାବେଳେ ଏପରି ଅନେକ ଲୋକ ଦୁର୍ନୀତିର ଶିକାର ହୋଇଥିବା ନଜରକୁ ଆସିଛି। ତେଣୁ ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri