ବିଦ୍ୟୁତ୍‌ ମରାମତିବେଳେ ଠିକା ମିସ୍ତ୍ରି ଜଳିଯିବା ଘଟଣା : -ମାରିଦେବା ପରେ ପୋଲିସ ଲଗାଇ ଚାପି ଦେବାକୁ ଉଦ୍ୟମ

ଭୁବନେଶ୍ୱର, ୧୭ା୫(ବ୍ୟୁରୋ)- ରାଜଧାନୀକୁ ଶୀଘ୍ର ବିଦ୍ୟୁତ୍‌ ଯୋଗାଇବା ପାଇଁ ଭୋକଶୋଷ ଭୁଲି ମରାମତିରେ ଲାଗି ପଡିଥିଲେ ବହୁ ଠିକା ମିସ୍ତ୍ରି ଓ ଶ୍ରମିକ। ବାତ୍ୟାବିପନ୍ନଙ୍କ ପାଇଁ ସାଜିଥିଲେ ରିୟଲ ହିରୋ। ହେଲେ ବୁଧବାର କାର୍ଯ୍ୟସ୍ଥଳରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଯାଇଥିଲେ ଠିକା ମିସ୍ତ୍ରି ବାଗଇ ମୁର୍ମୁ ଓରଫ ମଟକା (୨୨)। ଖବର ପାଇ ଗୁରୁବାର ତାଙ୍କ ବାପା ମୟୂରଭଞ୍ଜ ଜିଲା ଭିଜିଡିହି ଗ୍ରାମର ବାଗାତ ମୁର୍ମୁ ଓ ପରିବାର ଲୋକେ ପହଞ୍ଚତ୍ବା ପରେ କାନ୍ଦ ବୋବାଳିରେ କ୍ୟାପିଟାଲ ହସ୍ପିଟାଲ ପରିସର ଫାଟି ପଡିଥିଲା। ସେସୁ ଲାଇନ୍‌ମ୍ୟାନଙ୍କ ଭୁଲ୍‌ ପାଇଁ ତାଙ୍କ ପୁଅର ଜୀବନ ଯାଇଥିବା ଶୁଣିବା ପରେ ବାପା ବାଗାତ ପୂରା ଭାଙ୍ଗି ପଡିଥିଲେ। ଅପରାହ୍ନରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ହେଲେ ନ୍ୟାୟ ଓ କ୍ଷତିପୂରଣ ଆଶା ନେଇ ୮୦ବର୍ଷୀୟ ବାପା ଓ ସମ୍ପର୍କୀୟମାନେ ଗାଡ଼ିରେ ମୃତଦେହକୁ ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ସେମାନେ ସେଠାରେ ପହଞ୍ଚତ୍ବାକ୍ଷଣି ସେସୁ ଭୁବନେଶ୍ୱର ସିଟି ଡିଭିଜନ-୧ ସମ୍ମୁଖରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା। ମଟକାଙ୍କ ମୃତ୍ୟୁ ବିଦ୍ୟୁତ୍‌ ବିଭାଗର ସମ୍ପୂର୍ଣ୍ଣ ଅବହେଳାରୁ ହୋଇଥିବା ଅଭିଯୋଗ ହେଉଛି। ଜାଣିଶୁଣି ମାରିଦେବା ପରେ ପୋଲିସ ଲଗାଇ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେବା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ମୁତାବକ, ମଟକା ଠିକା ସଂସ୍ଥା ଆଖଣ୍ଡଳମଣୀ ଇଲେକ୍ଟ୍ରିକାଲ କନଷ୍ଟ୍ରକ୍ସନ ଅଧୀନରେ ଅନୁଗୋଳରେ କାର୍ଯ୍ୟ କରୁଥିଲେ। ବାତ୍ୟା ପରେ ସରକାରଙ୍କ କଡା ନିର୍ଦ୍ଦେଶ ପାଇଁ ଠିକାଦାର ମିସ୍ତ୍ରି ଥିବା ମଟକାଙ୍କ ସହ ୩୦ଜଣ ଶ୍ରମିକଙ୍କୁ ଭୁବନେଶ୍ୱରରେ ବିଦ୍ୟୁତ୍‌ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟରେ ଲଗାଇଥିଲେ। ବୁଧବାର ୧୫ଜଣ ଧଉଳି ନିକଟରେ କାମ କରୁଥିବା ବେଳେ ମଟକା ଓ ଅନ୍ୟ ୧୪ଜଣ ସତ୍ୟନଗର ବିଦ୍ୟୁତ୍‌ କାର୍ଯ୍ୟାଳୟ ଅଧୀନ କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ କଲୋନୀ ନିକଟରେ କାମ କରୁଥିବାବେଳେ ଦୁର୍ଘଟଣା ଘଟିଥିଲା। ମୃତ ମଟକାଙ୍କ ସହ କାର୍ଯ୍ୟ କରୁଥିବା ମୁଖ୍ୟ ସହଯୋଗୀ ଡମ୍ବୁରୁଙ୍କ କହିବାନୁସାରେ, ବୁଧବାର ସାଢେ ୫ଟାରେ ସେମାନେ ସତ୍ୟନଗର ବିଦ୍ୟୁତ୍‌ କାର୍ଯ୍ୟାଳୟର ଲାଇନମ୍ୟାନ୍‌ ଅକୁର ବେହେରାଙ୍କ ତତ୍ତ୍ୱାବଧାନରେ ୧୧କେଭିରୁ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟରେ ଲାଗିଥିଲେ। ୧୧ କେଭିରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଲାଇନମ୍ୟାନ ଅକୁର କହିବା ସହ ମଟକାଙ୍କୁ ତାର ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ମଟକା ଖୁଣ୍ଟକୁ ଚଢ଼ି ତାରକୁ ଧରିବାକ୍ଷଣ ଜଳିଯାଇ ତଳକୁ ଖସି ପଡିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ କାର୍ଯ୍ୟ କରୁଥିବା ମଟକାଙ୍କ ସହଯୋଗୀ ଚନ୍ଦନ କୁମାର କହିଛନ୍ତି, ମେଡିକାଲରୁ ବାହାରି ଶାନ୍ତି ଶୃଙ୍ଖଳା ଭାବେ ସେସୁ କାର୍ଯ୍ୟାଳୟ ବାହାରେ ଅଧିକାରୀଙ୍କୁ ଭେଟି ଦୁଃଖ ଜଣାଇବାକୁ ଅପେକ୍ଷା କରିଥିଲୁ। ଅଧଘଣ୍ଟା ଅପେକ୍ଷା କରିବା ପରେ ଭିତରକୁ ଯାଇଥିବା ପରିବାର ଲୋକ ନିରାଶ ହୋଇ ଫେରିଥିଲେ। ହଠାତ ପୋଲିସ ଆସି ମଟକା ରହିଥିବା ଆମ୍ବୁଲାନ୍ସ ଏବଂ ପରିବାର ଲୋକଙ୍କୁ ଉଠାଇ ନେଇଗଲା। ଏଥିସହ ଆମକୁ ପୋଲିସ ଖରାପ ଭାଷାରେ ଗାଳିଗୁଲଜ କରି ଏକ ଭ୍ୟାନରେ ଉଠାଇନେଇ ଛାଡ଼ିଦେଇଥିଲା।
ପୋଲିସ ମୃତକ ଓ ତାଙ୍କ ବାପାଙ୍କୁ ଉଠାଇ ନେବା ଘଟଣାକୁ ମାମଲାର ତଦନ୍ତକାରୀ ଅଧିକାରୀ ବିଶ୍ୱରଞ୍ଜନ ଶତପଥୀ ଅସ୍ବୀକାର କରିଛନ୍ତି। ସେ କୁହନ୍ତି, ପୋଲିସର ତଦନ୍ତ କାର୍ଯ୍ୟ ସରିବା ପରେ ପରିବାର ଲୋକେ ମୃତଦେହ ଧରି ମେଡିକଲାରୁ ଏକ ଆମ୍ବୁଲାନ୍ସରେ ବାହାରିଥିଲେ। ମାତ୍ର ତା’ପରେ କ’ଣ ହେଲା ତାହା କହିପାରିବୁ ନାର୍ହି। ପୋଲିସ କମିଶନର ସତ୍ୟଜିତ ମହାନ୍ତି କୁହନ୍ତି, ମୃତ ମଟକାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିବା ପରେ ବିଭାଗ ତରଫରୁ ୫୦ ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଏହାକୁ କେତେଜଣ ଠିକାଦାରଙ୍କ କର୍ମଚାରୀ ବିରୋଧ କରିଥିଲେ। ଫଳରେ ସେଠାରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଦେଖି ପୋଲିସ ସେମାନଙ୍କୁ କଡା ସୁରକ୍ଷା ଭିତରେ ଆଣି ଗ୍ରାମକୁ ଛାଡ଼ିବାକୁ ନେଇଛି। ତେବେ ମୃତକଙ୍କ ପିରବାରକୁ ଶୀଘ୍ର ଉଚିତ ଆର୍ଥିକ ସହାୟତା ମିଳିବ ବୋଲି ମହାନ୍ତି କହିଛନ୍ତି।
ଆନ୍ଦୋଳନକୁ ଓହ୍ଲାଇବ ବିଦ୍ୟୁତ୍‌ ଠିକାଦାର ସଂଘ:
ମଟକାଙ୍କ ମୃତ୍ୟୁ ପରଠାରୁ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀଙ୍କର ଦେଖାନାହିଁ। ଶ୍ରମିକମାନେ ଫୋନ୍‌ କରିଥିଲେ ମଧ୍ୟ କେହି ଫୋନ୍‌ ଉଠାଉ ନାହାନ୍ତି। ଗୁରୁବାର ପରିବାର ଲୋକେ ପହଞ୍ଚତ୍ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ କାହାର ଦେଖା ମିଳି ନ ଥିଲା। ଶେଷରେ ନ୍ୟାୟ ବଦଳରେ ପୋଲିସକୁ ଲଗାଇ ମୁହଁ ବନ୍ଦ କରିବାକୁ ଉଦ୍ୟମ କରାଗଲା। ଏହାକୁ ନେଇ ଓଡିଶା ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏନର ଯୁଗ୍ମ ସମ୍ପାଦକ ଚନ୍ଦନ କୁମାର ଶତପଥୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସରକାର ଆମକୁ ପ୍ରତିଶ୍ରୁତି ଦେଇ ଡାକି କାମ କଲେ। ଜୀବନ ଚାଲିଯିବା ପରେ ବି ସରକାର କିମ୍ବା ବିଦ୍ୟୁତ୍‌ ବିଭାଗ ଭୁଲିଗଲେ। ଗରିବ ପିଲା ମଟକାର ଆଗକୁ ପଛକୁ କେହି ନାହାନ୍ତି। ଯଦି ଠିକ କ୍ଷତିପୂରଣ ନ ମିଳେ ତେବେ ଠିକାଦାର ସଂଘ ବାଧ୍ୟହୋଇ ରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।
କ୍ଷତିପୂରଣ ଦାବିରେ ରାସ୍ତାରୋକୋ:
ଘଟଣାକୁ ନେଇ ରାଜଭବନ ଛକ ନିକଟରେ ଗୁରୁବାର ରାତିରେ ପରିବାର ଲୋକ ଓ କାର୍ଯ୍ୟରତ ଠିକା କର୍ମଚାରୀ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଗାଡ଼ିମୋଟର ଅଟକି ରହିଥିଲା। ରାଜଭବନ ଛକ ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ପୋଲିସର ଚିନ୍ତା ବଢ଼ିଯାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।
ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ:
ମଟକାଙ୍କ ମୃତ୍ୟୁ ଓ ବିଭାଗୀୟ ଅବହେଳାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ ନାୟକ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିଭଳି ପୁରୀ ଓ କଟକରେ ମଧ୍ୟ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ବହୁ କର୍ମଚାରୀ ଓ ଶ୍ରମିକ ଆହତ ହୋଇଛନ୍ତି। ବିଦ୍ୟୁତ୍‌ ବିଭାଗ ଆବଶ୍ୟକ ସୁରକ୍ଷା ସରଞ୍ଜାମ ଯୋଗାଇ ନ ଦେଇ ସେମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରୁଛି। ତେଣୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମୁଖ୍ୟ ଶାସନ ସଚିବ, ଶକ୍ତି ସଚିବ ଓ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଏକ ସପ୍ତାହ ଭିତରେ ମୃତକଙ୍କ ପରିବାର ଲୋକଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିବେଦନ କରିଛନ୍ତି।
ବାପାଙ୍କୁ ଝୁରି ହେଉଛନ୍ତି ଦୁଇ ପିଲା:
ମଟକାଙ୍କ ପରିବାର ଅତି ଗରିବ। ବାପା ବୁଢ଼ା ହୋଇଯାଇଥିବାରୁ କାମଧନ୍ଦା କରିପାରୁନାହାନ୍ତି। ଦୁଇ ଭାଇ ବିଲବାଡି କାମ କରନ୍ତି। ଏପରିସ୍ଥିତିରେ ପୁଅକୁ ହରାଇ ବାପା ପୂରା ଭାଙ୍ଗି ପଡ଼ିଥିବାବେଳେ ଏକଥା ଶୁଣି ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇଛି। ୪ ଓ ୨ବର୍ଷର ଦୁଇପିଲା ମଧ୍ୟ ବାପାକୁ ନ ପାଇ ଝୁରି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?