ବିଦ୍ୟୁତ୍‌ କେବୁଲ ପାଇଁ ମାଟି ଖୋଳା ଫାଟିଲା ପାଣିପାଇପ୍‌ : ଯୋଡ଼ା ସହରରେ ୩ ଦିନ ଧରି ଜଳ ଯୋଗାଣ ବନ୍ଦ

ଯୋଡ଼ା, ୮।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଟାଟା କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ କେବୁଲ ସଂଯୋଗ ପାଇଁ ମାଟି ଖୋଳାଯାଉଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଛା ଯାଇଥିବା ପାଣି ପାଇପ୍‌ ଫାଟି ଯାଇଛି। ଫଳରେ ଗତ ୩ଦିନ ହେବ ସହରବାସୀ ପାନୀୟଜଳ ଯୋଗାଣରୁ ବଞ୍ଚତ୍ତ ହୋଇଛନ୍ତି। ଏଥିପାଇଁ ଲୋକମାନେ ନାହିଁ ନ ଥିବା ହଇରାଣ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ପାଇପ ଫାଟିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି। ଖୁବ୍‌ ଶୀଘ୍ର ଏହାର ମରାମତି କରାଯିବ ବୋଲି ଟାଟା କମ୍ପାନୀ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ ଟାଟା କମ୍ପାନୀ ପକ୍ଷରୁ ୩୩କେଭିର ଦୁଇଟି କେବୁଲ ଓ ୧୧ କେଭିର ଦୁଇଟି ବିଦ୍ୟୁତ୍‌ କେବଲ ସଂଯୋଗ ପାଇଁ ଜେସିବିରେ ମାଟି ଖୋଳାଯାଉଥିବାବେଳେ ସହରର ମଙ୍ଗଳା ମନ୍ଦିର ଛକ ନିକଟରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାଟି ତଳେ ବିଛା ଯାଇଥିବା ପାଣି ପାଇପ୍‌ ଫାଟି ଯାଇଥିଲା। ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟି ଯାଇଥିବାରୁ ଗୁରୁବାରଠାରୁ ସହରରେ ଜଳ ଯୋଗାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏହା ଜଣାପଡ଼ିବା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଡା ଟାଟାଷ୍ଟିଲ ମୁଖ୍ୟଙ୍କୁ ଲିଖିତ ଭାବେ ଚିଠି ଦିଆଯାଇଛି। କମ୍ପାନୀ ପକ୍ଷରୁ ଫଟା ଯାଇଥିବା ପାଇପ୍‌ ଓ ଅନ୍ୟାନ୍ୟ ସାମଗ୍ରୀର କ୍ଷତିଭରଣା ଯୋଗାଇ ଦିଆଗଲେ ଖୁବ୍‌ଶୀଘ୍ର ପାଇପ ସଂଯୋଗୀକରଣ କରାଯାଇ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ଏସଡିଓ ମନୋଜ କୁମାର ପଣ୍ଡା କହିଛନ୍ତି। ଏଫରି କି ଯୋଡ଼ା ପୌରାଞ୍ଚଳରେ ବିଭିନ୍ନ ଓ୍ବାର୍ଡରେ ଜଳସଙ୍କଟ ଦେଖାଦେବାରୁ ଯୋଡା ପୌରପାଳିକା ପକ୍ଷରୁ ମଧ୍ୟ ଚିଠି ନଂ ୬୯୬୪ /୬।୯।୨୦୧୯ରେ ଏହାର ଶୀଘ୍ର ମରାମତି କରିବା ପାଇଁ ଟାଟା କମ୍ପାନୀର ବିଦ୍ୟୁତ ବିଭାଗୀୟ ଅଧିକାରୀ ଦିନେଶ ପ୍ରସାଦଙ୍କୁ ଚିଠି କରାଯାଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି। ଏନେଇ ଟାଟା କମ୍ପାନୀର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆଶିଷ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସମସ୍ତ ସରକାରୀ ଅନୁମୋଦନ ସହିତ ମାଟି ଖୋଳା କାର୍ଯ୍ୟ କମ୍ପାନୀ ପକ୍ଷରୁ କରାଯାଉଥିଲା। ତେବେ ମାଟି ତଳେ ଯାଇଥିବା ପାଇପ ଲାଇନ୍‌ ଗୁଡିକ ୫୦ରୁ ୬୦ ବର୍ଷ ପୁରୁଣା ହୋଇଥିବାରୁ ମାଟି ଖୋଳିବାବେଳେ ଏହା ଫାଟି ଯାଇଥିଲା। ଶନିବାର ପାଇପ୍‌ ଫାଟିଥିବା ସ୍ଥାନକୁ ଚିହ୍ନଟ କରାଯାଇ କାର୍ଯ୍ୟ ଆରମ୍ଭ ଟାଟା କମ୍ପାନୀ ପକ୍ଷରୁ କରାଯାଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ମରାମତି ସାମଗ୍ରୀ ସ୍ଲେଜ ଓ ଲିଡ୍‌ ଧାତୁ ଭୁବନେଶ୍ୱରରୁ ଅଣାଯାଇଛି। ରବିବାର ଅପରାହ୍ନ ସୁଦ୍ଧା ଏହି ପାଇପ୍‌ର ମରାମତି କରାଯାଇ ଜଳ ଯୋଗାଣକୁ ସ୍ବାଭାବିକ କରାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?