ବିଦ୍ୟୁତ୍‌ କେବୁଲ ପାଇଁ ମାଟି ଖୋଳା ଫାଟିଲା ପାଣିପାଇପ୍‌ : ଯୋଡ଼ା ସହରରେ ୩ ଦିନ ଧରି ଜଳ ଯୋଗାଣ ବନ୍ଦ

ଯୋଡ଼ା, ୮।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଟାଟା କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ କେବୁଲ ସଂଯୋଗ ପାଇଁ ମାଟି ଖୋଳାଯାଉଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଛା ଯାଇଥିବା ପାଣି ପାଇପ୍‌ ଫାଟି ଯାଇଛି। ଫଳରେ ଗତ ୩ଦିନ ହେବ ସହରବାସୀ ପାନୀୟଜଳ ଯୋଗାଣରୁ ବଞ୍ଚତ୍ତ ହୋଇଛନ୍ତି। ଏଥିପାଇଁ ଲୋକମାନେ ନାହିଁ ନ ଥିବା ହଇରାଣ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ପାଇପ ଫାଟିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି। ଖୁବ୍‌ ଶୀଘ୍ର ଏହାର ମରାମତି କରାଯିବ ବୋଲି ଟାଟା କମ୍ପାନୀ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ ଟାଟା କମ୍ପାନୀ ପକ୍ଷରୁ ୩୩କେଭିର ଦୁଇଟି କେବୁଲ ଓ ୧୧ କେଭିର ଦୁଇଟି ବିଦ୍ୟୁତ୍‌ କେବଲ ସଂଯୋଗ ପାଇଁ ଜେସିବିରେ ମାଟି ଖୋଳାଯାଉଥିବାବେଳେ ସହରର ମଙ୍ଗଳା ମନ୍ଦିର ଛକ ନିକଟରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାଟି ତଳେ ବିଛା ଯାଇଥିବା ପାଣି ପାଇପ୍‌ ଫାଟି ଯାଇଥିଲା। ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟି ଯାଇଥିବାରୁ ଗୁରୁବାରଠାରୁ ସହରରେ ଜଳ ଯୋଗାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏହା ଜଣାପଡ଼ିବା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଡା ଟାଟାଷ୍ଟିଲ ମୁଖ୍ୟଙ୍କୁ ଲିଖିତ ଭାବେ ଚିଠି ଦିଆଯାଇଛି। କମ୍ପାନୀ ପକ୍ଷରୁ ଫଟା ଯାଇଥିବା ପାଇପ୍‌ ଓ ଅନ୍ୟାନ୍ୟ ସାମଗ୍ରୀର କ୍ଷତିଭରଣା ଯୋଗାଇ ଦିଆଗଲେ ଖୁବ୍‌ଶୀଘ୍ର ପାଇପ ସଂଯୋଗୀକରଣ କରାଯାଇ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ଏସଡିଓ ମନୋଜ କୁମାର ପଣ୍ଡା କହିଛନ୍ତି। ଏଫରି କି ଯୋଡ଼ା ପୌରାଞ୍ଚଳରେ ବିଭିନ୍ନ ଓ୍ବାର୍ଡରେ ଜଳସଙ୍କଟ ଦେଖାଦେବାରୁ ଯୋଡା ପୌରପାଳିକା ପକ୍ଷରୁ ମଧ୍ୟ ଚିଠି ନଂ ୬୯୬୪ /୬।୯।୨୦୧୯ରେ ଏହାର ଶୀଘ୍ର ମରାମତି କରିବା ପାଇଁ ଟାଟା କମ୍ପାନୀର ବିଦ୍ୟୁତ ବିଭାଗୀୟ ଅଧିକାରୀ ଦିନେଶ ପ୍ରସାଦଙ୍କୁ ଚିଠି କରାଯାଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି। ଏନେଇ ଟାଟା କମ୍ପାନୀର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆଶିଷ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସମସ୍ତ ସରକାରୀ ଅନୁମୋଦନ ସହିତ ମାଟି ଖୋଳା କାର୍ଯ୍ୟ କମ୍ପାନୀ ପକ୍ଷରୁ କରାଯାଉଥିଲା। ତେବେ ମାଟି ତଳେ ଯାଇଥିବା ପାଇପ ଲାଇନ୍‌ ଗୁଡିକ ୫୦ରୁ ୬୦ ବର୍ଷ ପୁରୁଣା ହୋଇଥିବାରୁ ମାଟି ଖୋଳିବାବେଳେ ଏହା ଫାଟି ଯାଇଥିଲା। ଶନିବାର ପାଇପ୍‌ ଫାଟିଥିବା ସ୍ଥାନକୁ ଚିହ୍ନଟ କରାଯାଇ କାର୍ଯ୍ୟ ଆରମ୍ଭ ଟାଟା କମ୍ପାନୀ ପକ୍ଷରୁ କରାଯାଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ମରାମତି ସାମଗ୍ରୀ ସ୍ଲେଜ ଓ ଲିଡ୍‌ ଧାତୁ ଭୁବନେଶ୍ୱରରୁ ଅଣାଯାଇଛି। ରବିବାର ଅପରାହ୍ନ ସୁଦ୍ଧା ଏହି ପାଇପ୍‌ର ମରାମତି କରାଯାଇ ଜଳ ଯୋଗାଣକୁ ସ୍ବାଭାବିକ କରାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri