ବରୀ,୨|୮(ସ୍ବ.ପ୍ର)- ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତର କ୍ଷେମେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚ ମାସ ହେବ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଗୁରୁବାର ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥି ସହିତ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ଜମା ଖାତାରୁ ୩୦ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦିଲ୍ଲୀପ୍ କୁମାର ନାୟକଙ୍କ ସମେତ ସମସ୍ତ ସଦସ୍ୟ ଅଭିଯୋଗ କରିଥିବା ଜଣାପଡ଼ିଛି।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏ ମୋଟ୍ ୪୦ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ। ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯିବାରୁ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ କମିଯାଇ ୨୭ରେ ପହଞ୍ଚତ୍ଛି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ସଂକ୍ରାନ୍ତରେ ଜାନୁୟାରୀ ୧୯ରେ ବରୀ ବ୍ଲକ୍ ଶିକ୍ଷାଧିକାରୀ, ୨୮ା୧ା୧୯ରେ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ବେଳେ ୨୫ ଫେବୃୟାରୀରେ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ମଧ୍ୟାହ୍ନ ଭୋଜନ ଯୋଗାଇଆସୁଥିବା ହରପାର୍ବତୀ ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ସୁନିତା ରାଉତ ଅଭିଯୋଗ କରିଥିଲେ। ବାରମ୍ବାର ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗୁରୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଏସ୍ଏମ୍ସି ଚେୟାର ପରର୍ସନ୍ ଦିଲ୍ଲୀପ୍ କୁମାର ନାୟକ କହିଛନ୍ତି। ମଧ୍ୟାହ୍ନ ଭୋଜନ ବନ୍ଦ ହେବା ଘଟଣାରେ ବରୀ ବ୍ଲକ୍ ଶିକ୍ଷାଧିକାରୀ, ଦାୟିତ୍ୱରେ ଥିବା ଏବିଓ ବାଙ୍କ ବିହାରୀ ପଣ୍ଡା ସମ୍ପୃକ୍ତ ବୋଲି କମିଟି ପକ୍ଷରୁ ଦାୟୀ କରାଯାଇଛି। ରୋଷେଇ ଘର ନିର୍ମାଣ ପାଇଁ ୫୯ ହଜାର ଟଙ୍କା ଆସିଥିବାବେଳେ ଏହା ବିଦ୍ୟାଳୟ ଜମା ଖାତାରେ ପଡ଼ିରହିଛି। ଏ ନେଇ ସାଧାରଣରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ସଂକ୍ରାନ୍ତରେ ପ୍ରଧାନଶିକ୍ଷକ ରାଜକିଶୋର ମଲ୍ଲିକଙ୍କୁ ପଚାରିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ହେବା ଘଟଣାକୁ ସ୍ବୀକାର କରିଥିଲେ। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ହରପାର୍ବତୀ ସ୍ବୟଂ ସହାୟିକା ଗୋଷ୍ଠୀର କୌଣସି ରେକର୍ଡ଼ ପତ୍ର ନାହିଁ ବୋଲି କହିଥିଲେ। ଏହି ସ୍ବୟଂ ସହାୟକ ଗୋଷ୍ଠୀ ନିଜ ଘରେ ରୋଷେଇ କରି ଛାତ୍ରୀଛାତ୍ରଙ୍କୁ ଆଣି ଖାଇବାକୁ ଦେଉଥିବାରୁ ଏବେ ବନ୍ଦ କରିଦିଆଯାଇଛି। ତେବେ କୌଣସି ଟଙ୍କା ଏସ୍ଏମ୍ସି ଜମା ଖାତାରୁ ହଡ଼ପ କରାଯାଇ ନାହିଁ । ବରୀ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର ବେହେରାଙ୍କୁ ପଚାରିବାରୁ ଆସନ୍ତା ଶନିବାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।
ବିଦ୍ୟାଳୟରେ ପାଞ୍ଚ ମାସ ମଧ୍ୟାହ୍ନ ଭୋଜନ ବନ୍ଦ: ଜିଲାପାଳଙ୍କ ନିକଟରେ ଅଭିଯୋଗ କଲା ପରିଚାଳନା କମିଟି
Posted inଆମ ଜିଲା ଖବର, ଯାଜପୁର View All
ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ
ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଜଳିଗଲା ଏକ ବ୍ୟାନର୍…
ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ
ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…
ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ
ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…
ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର
ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…
ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍ ପଣ୍ଡିତ
ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

