ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକ ମାନ : ଏକ ସମୀକ୍ଷା

ଡ. ଗୋବିନ୍ଦ ବେହେରା

ଗତ କିଛିମାସ ତଳେ ନୀତି ଆୟୋଗ ପକ୍ଷରୁ ବିଦ୍ୟାଳୟ ଶିକ୍ଷାର ମାନ ପରିମାପର ସୂଚକ ଛାତ୍ର-ଶିକ୍ଷକ, ଉପସ୍ଥାନ, ପ୍ରଶାସନିକ ସୁବିଧା, ତାଲିମ, ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତାଗୁଡ଼ିକୁ ଆଧାର କରି ବିଚାର କରାଯାଇଛି। ଶିକ୍ଷା, ଫଳାଫଳ, ଶିକ୍ଷାନୁଷ୍ଠାନରେ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ସୁବିଧାସୁଯୋଗ ଆଦି ଅନ୍ୟାନ୍ୟ ପ୍ରଦର୍ଶନ ଆଧାରରେ ନୀତି ଆୟୋଗ ରିପୋର୍ଟ ପ୍ରକାଶ ହୋଇଛି।
ନୀତି ଆୟୋଗ ଦ୍ୱାରା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିକ୍ଷାର ମାନକୁ ବିଚାର କରାଯାଇ ରିପୋର୍ଟ ପ୍ରକାଶ କରାଯାଇଥିଲା। ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ସ୍ଥାନ ସପ୍ତମରେ ରହିବା ଏକ ଉଲ୍ଲେଖନୀୟ ଅଗ୍ରଗତି ବୋଲି କୁହାଯାଇପାରେ। ଏହା ପୂର୍ବରୁ ଓଡ଼ିଶାର ସ୍ଥାନ ୧୩ରେ ଥିଲା। ସୂଚନାଯୋଗ୍ୟ, ଉନ୍ନତ ମାନର ବିଦ୍ୟାଳୟ ଶିକ୍ଷାସୂଚୀରେ ସର୍ବୋଚ୍ଚ ସ୍ଥାନରେ କେରଳ ଏବଂ ସର୍ବନିମ୍ନ ସ୍ଥାନରେ ଉତ୍ତରପ୍ରଦେଶ ରହିବା ସହ ତାମିଲନାଡୁ, ହରିୟାଣା, ଗୁଜରାଟ, ହିମାଚଳପ୍ରଦେଶ, ଓଡ଼ିଶା, ରାଜସ୍ଥାନରେ ସାମଗ୍ରିକ ଶିକ୍ଷାଦାନରେ ମାନବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ କର୍ନାଟକ ଓ ଉତ୍ତରାଖଣ୍ଡ ପଛରେ ପଡ଼ିଯାଇଛନ୍ତି। ତାମିଲନାଡୁରେ ବିଦ୍ୟାଳୟ ସହିତ ସମ୍ପର୍କ ଓ ପରୀକ୍ଷା ଫଳାଫଳ ଭିତ୍ତିରେ ସର୍ବୋତ୍କୃଷ୍ଟ ଥିବା ବେଳେ ଅଧ୍ୟୟନ କ୍ଷେତ୍ରରେ କର୍ନାଟକ, ଭିତ୍ତିଭୂମି କ୍ଷେତ୍ରରେ ହରିୟାଣା ଶୀର୍ଷ ସ୍ଥାନରେ ରହିଛନ୍ତି। ମଣିପୁର ଓ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଉତ୍କୃଷ୍ଟ ମାନର ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସରଳ ଭାଷାରେ ଶିକ୍ଷା ହେଉଛି ବ୍ୟକ୍ତିର ଅନ୍ତର୍ନିହିତ ଶକ୍ତିର ବିକାଶ କରି ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ସମାଜର ଉନ୍ନତି କରିବା ସହ ବ୍ୟକ୍ତି ନମ୍ର, ବିନୟ, ଆନନ୍ଦମୟ ଜୀବନଯାପନ, ଜୀବନଧାରଣର ମାର୍ଗଦର୍ଶନ, ସୁବିଧା ସୁଯୋଗ ଓ ସହଯୋଗ ଯୋଗାଇବା।
ଶିକ୍ଷାର୍ଥୀର ସଂଜ୍ଞା ହେଲା, ପାଞ୍ଚୋଟି ଅନୁଶାସନରେ ଶାସିତ ହୋଇ ଗଭୀର ଅଧ୍ୟବସାୟ ବଳରେ ଶିକ୍ଷା ଲାଭ କରିବା। ଜଣେ ଉତ୍ତମ ଶିକ୍ଷାଦାତା ଉଚ୍ଚକୋଟୀର ଶିକ୍ଷାର୍ଥୀ ହେବା ଆବଶ୍ୟକ। ସେ ଶିକ୍ଷାକୁ ଜୀବନବ୍ୟାପୀ ପ୍ରକ୍ରିୟା ମନେକରି ବିଭିନ୍ନ ପରିବେଶ ଓ ପରିବେଷ୍ଟନୀ ମଧ୍ୟରେ ନିଜକୁ ସାମିଲକରି ଶିକ୍ଷାଦାନ ଶୈଳୀକୁ ବଜାୟ ରଖିବା, ଶିକ୍ଷାର୍ଥୀକୁ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇ ପାରୁଥିବେ।
ଶିକ୍ଷାଦାନ କାଳରେ ଚାରୋଟି ସ୍ତମ୍ଭ (ଶିକ୍ଷା, ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷାୟତନ) ମଧ୍ୟରେ ସମନ୍ବୟ ଓ ଭାରସାମ୍ୟ ସ୍ଥାପନ କରି ଶିକ୍ଷାଦାନକୁ ଆଗେଇନେବା ହିଁ ଶିକ୍ଷାୟତନ। ଯଦିଓ ସ୍ବାର୍ଥସିଦ୍ଧି ନିମିତ୍ତ ଉପରୋକ୍ତ ସ୍ତମ୍ଭଗୁଡ଼ିକ ଦିଗ ପରିବର୍ତ୍ତନ କରନ୍ତି, ତେବେ ଶିକ୍ଷାର ଗୁଣାତ୍ମକ ମାନ ଅଧୋଗତି ନିଶ୍ଚିତ।
ଇଂରେଜ ଶାସନ କାଳରେ ମାକ୍‌ଓ୍ବାଲେ ଅନୁଭବ କଲେ ଯେ, ପ୍ରାଚୀନ ଶିକ୍ଷା ତଥା ଗୁରୁକୁଳ (ମାଟିବଂଶ ଓ କ୍ଷିତିବଂଶ) ଶିକ୍ଷା ପଦ୍ଧତିରେ ସଂସ୍କାର ଆଣି ଭାରତବର୍ଷରେ ଇଂଲିଶ୍‌ ଶିକ୍ଷାକୁ ଗୁରୁତ୍ୱ ଦେଇ ନୂତନ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଫଳରେ ନିମ୍ନ ମାଧ୍ୟମିକ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ଶିକ୍ଷାର ପରିକଳ୍ପନା କରାଯାଇଥିଲା। ଯଦିଓ ପାଠ୍ୟଖସଡ଼ାରେ ପ୍ରାଚୀନ ଭାରତୀୟ ଓ ପ୍ରାଦେଶିକ ପରମ୍ପରା ଏବଂ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଥିଲା, ତଥାପି ଶିକ୍ଷାଦାନରେ ସହୃଦୟତା ଅଭାବରୁ ଗୁଣାତ୍ମକ ମାନରେ ଲେଖଚିତ୍ରର ଅଧଃପତନ ଉପଲବ୍ଧି ହୋଇଛି। ମାତ୍ର ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ନୂତନ ଶିକ୍ଷା ପଦ୍ଧତିରେ ଯେଉଁ ପରିବର୍ତ୍ତନ ଦୃଶ୍ୟମାନ ହୋଇଛି, ତାହା ଗୁଣାତ୍ମକ ମାନ ବୃଦ୍ଧିକୁ ଆହୁରି ଶିଥିଳ କରିଦେଇଛି।
ମନୋବିଜ୍ଞାନୀମାନଙ୍କ ମତରେ ଶିଶୁର ୮୫ ପ୍ରତିଶତ ମନବିକାଶ ୩ବର୍ଷରୁ ଆରମ୍ଭ ହେବା ଯୋଗୁ ବିଦ୍ୟାଳୟ ଶିକ୍ଷାକୁ ୩ ବର୍ଷ ବୟସରୁ ଅଙ୍ଗନଓ୍ବାଡି ତତ୍ତ୍ୱାବଧାନରେ ରଖାଯାଇଛି। ଶିଶୁର ୩ ବର୍ଷ ପ୍ରସ୍ତୁତି ବିଦ୍ୟାଳୟ ଶିକ୍ଷା ପାଇଁ ଏବଂ ୪ବର୍ଷ ପ୍ରସ୍ତୁତି ମାଧ୍ୟମିକ ଶିକ୍ଷା ପାଇଁ ଧାର୍ଯ୍ୟ କରାଯାଇଛି। ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷା ଓ ଆଗ୍ରହ ମାଧ୍ୟମରେ କୌଶଳ ପ୍ରୟୋଗ କରି ବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ପ୍ରତି ଆଗ୍ରହ ଜନ୍ମାଯାଉଛି। ଉଚ୍ଚଶିକ୍ଷା ପ୍ରତି ଶିକ୍ଷାର୍ଥୀଙ୍କ ୨୦୨୦ ବେଳକୁ ୨୫ ପ୍ରତିଶତ ଏବଂ ୨୦୩୫ ମସିହା ବେଳକୁ ୩୫ ପ୍ରତିଶତ ବୃଦ୍ଧି ପାଇବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେଣୁ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ୩ଟି ସୋପାନରେ ବିଭକ୍ତ କରାଯାଇଛି। ପ୍ରଥମ ଶ୍ରେଣୀଭୁକ୍ତ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ୍ଣ ଗବେଷଣା ଓ ସାମାନ୍ୟ ଶିକ୍ଷା, ଦ୍ୱିତୀୟ ଶ୍ରେଣୀଭୁକ୍ତ ବିଶ୍ୱବିଦ୍ୟାଳୟରେ ସାମାନ୍ୟ ଶିକ୍ଷା ଓ ସାମାନ୍ୟ ଗବେଷଣା ଏବଂ ତୃତୀୟ ଶ୍ରେଣୀଭୁକ୍ତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହୋଇଥିବା କଲେଜଗୁଡିକୁ ସ୍ବୟଂଶାସିତ କରାଯାଇ ବିଭିନ୍ନ ବିଷୟରେ ଡିଗ୍ରୀ ପ୍ରଦାନ କରାଯାଉଛି। ‘ଏ’ ଗ୍ରେଡ୍‌ ସଂଖ୍ୟା ବିଦ୍ୟାଳୟସ୍ତରରେ ହ୍ରାସ ପାଇବାରେ ଲାଗିଛି।
ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପରୀକ୍ଷାଫଳକୁ ୭୩% କରିବା ପାଇଁ ପାସ୍‌ ନିୟମକୁ ପରିଷଦ ଭାଙ୍ଗିବାକୁ ବାଧ୍ୟ ହୋଇଛନ୍ତି ଏବଂ ଏହିବର୍ଷ କର୍ତ୍ତୃପକ୍ଷ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନରେ କିଛି ପରିବର୍ତ୍ତନ କରି ଉଭୟ ଦୀର୍ଘ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନାବଳୀରେ ସର୍ବନିମ୍ନ ୧୫ ନମ୍ବର ଧାର୍ଯ୍ୟ କରିଛନ୍ତି। ଦୁଃଖ ଓ ପରିତାପର ବିଷୟ, କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନାବଳୀରେ ପ୍ରାଥମିକ ଶ୍ରେଣୀ ପ୍ରଶ୍ନ ଭଳି ଶୂନ୍ୟ ସ୍ଥାନ, ସ୍ତମ୍ଭ ମିଳନ ଓ ଠିକ୍‌ ଭୁଲ୍‌ ନିରୂପଣ ଭଳି ପ୍ରଶ୍ନ ଭାଷା, ସାହିତ୍ୟ ଓ ସଂସ୍କୃତିର ମାନ ବୃଦ୍ଧି ପାଇ କେତେଦୂର ଯୁକ୍ତିଯୁକ୍ତ ତାହା ବୁଦ୍ଧିଜୀବୀ ମହଲରେ ଏକ ପ୍ରଶ୍ନବାଚୀ ହୋଇଛି।
ଅନ୍ୟପକ୍ଷରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଶିକ୍ଷାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଛି। ଉକ୍ତ ଶିକ୍ଷାର ଭିତିରି ଚିତ୍ର ଆଖି ଆଢୁଆଳରେ ରହିଛି ବୋଲି ବ୍ରିଟେନ୍‌ର ଏକ ୟୁନିଭର୍ସିଟିର ଜଣେ ପ୍ରଫେସର ଏକ ରାଜ୍ୟର ଇଂରାଜୀ ବିଦ୍ୟାଳୟର ପରୀକ୍ଷାଫଳ ପ୍ରକାଶକୁ ତର୍ଜମା କରିଛନ୍ତି। ତାଙ୍କ ମତରେ ସର୍ବୋଚ୍ଚ ୧୬ ମାର୍କ ଗ୍ରେସ୍‌ ଦେଇ ଇଂଲିଶ ଶିକ୍ଷାର୍ଥୀଙ୍କୁ ଅସ୍ବାଭାବିକ ଭାବରେ ଉତ୍ତୀର୍ଣ୍ଣ କରି ତାଙ୍କୁ ଏକ ମେଧାବୀ ଛାତ୍ରର ପରିଚୟ ଦେଇ ଶିକ୍ଷାର ମାନ କିଭଳି ବୃଦ୍ଧି କରାଯାଇପାରିବ ତାହା ସହଜେ ଅନୁମେୟ। ସୂଚନା ଅଧିକାର ଆଇନ ବଳରେ ଜଣେ ପରୀକ୍ଷାର୍ଥୀ ତା’ର ଉତ୍ତରପତ୍ରର ଫଟୋ କପି ନେବା ଯୋଗୁ ମୂଲ୍ୟାୟନକାରୀମାନେ ଆଶାତୀତ ନମ୍ବର ଦେଇ ନିଜକୁ ହରଡ଼ଘଣାରୁ ବଞ୍ଚିତ କରିବା ଏବଂ ଉତ୍ତୀର୍ଣ୍ଣ ହାରକୁ ବୃଦ୍ଧି କରି ଶିକ୍ଷାର ମାନ କିଭଳି ଭାବରେ ବଢ଼ାଇହେବ ତାହା କଳ୍ପନାତୀତ।
ଚନ୍ଦ୍ରପ୍ରଭା ସାହି, ୨ୟ ଗଳି, ବ୍ରହ୍ମପୁର,
ମୋ- ୮୭୬୩୬୮୨୨୬୧


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri