ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକ ମାନ : ଏକ ସମୀକ୍ଷା

ଡ. ଗୋବିନ୍ଦ ବେହେରା

ଗତ କିଛିମାସ ତଳେ ନୀତି ଆୟୋଗ ପକ୍ଷରୁ ବିଦ୍ୟାଳୟ ଶିକ୍ଷାର ମାନ ପରିମାପର ସୂଚକ ଛାତ୍ର-ଶିକ୍ଷକ, ଉପସ୍ଥାନ, ପ୍ରଶାସନିକ ସୁବିଧା, ତାଲିମ, ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତାଗୁଡ଼ିକୁ ଆଧାର କରି ବିଚାର କରାଯାଇଛି। ଶିକ୍ଷା, ଫଳାଫଳ, ଶିକ୍ଷାନୁଷ୍ଠାନରେ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ସୁବିଧାସୁଯୋଗ ଆଦି ଅନ୍ୟାନ୍ୟ ପ୍ରଦର୍ଶନ ଆଧାରରେ ନୀତି ଆୟୋଗ ରିପୋର୍ଟ ପ୍ରକାଶ ହୋଇଛି।
ନୀତି ଆୟୋଗ ଦ୍ୱାରା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିକ୍ଷାର ମାନକୁ ବିଚାର କରାଯାଇ ରିପୋର୍ଟ ପ୍ରକାଶ କରାଯାଇଥିଲା। ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ସ୍ଥାନ ସପ୍ତମରେ ରହିବା ଏକ ଉଲ୍ଲେଖନୀୟ ଅଗ୍ରଗତି ବୋଲି କୁହାଯାଇପାରେ। ଏହା ପୂର୍ବରୁ ଓଡ଼ିଶାର ସ୍ଥାନ ୧୩ରେ ଥିଲା। ସୂଚନାଯୋଗ୍ୟ, ଉନ୍ନତ ମାନର ବିଦ୍ୟାଳୟ ଶିକ୍ଷାସୂଚୀରେ ସର୍ବୋଚ୍ଚ ସ୍ଥାନରେ କେରଳ ଏବଂ ସର୍ବନିମ୍ନ ସ୍ଥାନରେ ଉତ୍ତରପ୍ରଦେଶ ରହିବା ସହ ତାମିଲନାଡୁ, ହରିୟାଣା, ଗୁଜରାଟ, ହିମାଚଳପ୍ରଦେଶ, ଓଡ଼ିଶା, ରାଜସ୍ଥାନରେ ସାମଗ୍ରିକ ଶିକ୍ଷାଦାନରେ ମାନବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ କର୍ନାଟକ ଓ ଉତ୍ତରାଖଣ୍ଡ ପଛରେ ପଡ଼ିଯାଇଛନ୍ତି। ତାମିଲନାଡୁରେ ବିଦ୍ୟାଳୟ ସହିତ ସମ୍ପର୍କ ଓ ପରୀକ୍ଷା ଫଳାଫଳ ଭିତ୍ତିରେ ସର୍ବୋତ୍କୃଷ୍ଟ ଥିବା ବେଳେ ଅଧ୍ୟୟନ କ୍ଷେତ୍ରରେ କର୍ନାଟକ, ଭିତ୍ତିଭୂମି କ୍ଷେତ୍ରରେ ହରିୟାଣା ଶୀର୍ଷ ସ୍ଥାନରେ ରହିଛନ୍ତି। ମଣିପୁର ଓ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଉତ୍କୃଷ୍ଟ ମାନର ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସରଳ ଭାଷାରେ ଶିକ୍ଷା ହେଉଛି ବ୍ୟକ୍ତିର ଅନ୍ତର୍ନିହିତ ଶକ୍ତିର ବିକାଶ କରି ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ସମାଜର ଉନ୍ନତି କରିବା ସହ ବ୍ୟକ୍ତି ନମ୍ର, ବିନୟ, ଆନନ୍ଦମୟ ଜୀବନଯାପନ, ଜୀବନଧାରଣର ମାର୍ଗଦର୍ଶନ, ସୁବିଧା ସୁଯୋଗ ଓ ସହଯୋଗ ଯୋଗାଇବା।
ଶିକ୍ଷାର୍ଥୀର ସଂଜ୍ଞା ହେଲା, ପାଞ୍ଚୋଟି ଅନୁଶାସନରେ ଶାସିତ ହୋଇ ଗଭୀର ଅଧ୍ୟବସାୟ ବଳରେ ଶିକ୍ଷା ଲାଭ କରିବା। ଜଣେ ଉତ୍ତମ ଶିକ୍ଷାଦାତା ଉଚ୍ଚକୋଟୀର ଶିକ୍ଷାର୍ଥୀ ହେବା ଆବଶ୍ୟକ। ସେ ଶିକ୍ଷାକୁ ଜୀବନବ୍ୟାପୀ ପ୍ରକ୍ରିୟା ମନେକରି ବିଭିନ୍ନ ପରିବେଶ ଓ ପରିବେଷ୍ଟନୀ ମଧ୍ୟରେ ନିଜକୁ ସାମିଲକରି ଶିକ୍ଷାଦାନ ଶୈଳୀକୁ ବଜାୟ ରଖିବା, ଶିକ୍ଷାର୍ଥୀକୁ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇ ପାରୁଥିବେ।
ଶିକ୍ଷାଦାନ କାଳରେ ଚାରୋଟି ସ୍ତମ୍ଭ (ଶିକ୍ଷା, ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷାୟତନ) ମଧ୍ୟରେ ସମନ୍ବୟ ଓ ଭାରସାମ୍ୟ ସ୍ଥାପନ କରି ଶିକ୍ଷାଦାନକୁ ଆଗେଇନେବା ହିଁ ଶିକ୍ଷାୟତନ। ଯଦିଓ ସ୍ବାର୍ଥସିଦ୍ଧି ନିମିତ୍ତ ଉପରୋକ୍ତ ସ୍ତମ୍ଭଗୁଡ଼ିକ ଦିଗ ପରିବର୍ତ୍ତନ କରନ୍ତି, ତେବେ ଶିକ୍ଷାର ଗୁଣାତ୍ମକ ମାନ ଅଧୋଗତି ନିଶ୍ଚିତ।
ଇଂରେଜ ଶାସନ କାଳରେ ମାକ୍‌ଓ୍ବାଲେ ଅନୁଭବ କଲେ ଯେ, ପ୍ରାଚୀନ ଶିକ୍ଷା ତଥା ଗୁରୁକୁଳ (ମାଟିବଂଶ ଓ କ୍ଷିତିବଂଶ) ଶିକ୍ଷା ପଦ୍ଧତିରେ ସଂସ୍କାର ଆଣି ଭାରତବର୍ଷରେ ଇଂଲିଶ୍‌ ଶିକ୍ଷାକୁ ଗୁରୁତ୍ୱ ଦେଇ ନୂତନ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଫଳରେ ନିମ୍ନ ମାଧ୍ୟମିକ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ଶିକ୍ଷାର ପରିକଳ୍ପନା କରାଯାଇଥିଲା। ଯଦିଓ ପାଠ୍ୟଖସଡ଼ାରେ ପ୍ରାଚୀନ ଭାରତୀୟ ଓ ପ୍ରାଦେଶିକ ପରମ୍ପରା ଏବଂ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଥିଲା, ତଥାପି ଶିକ୍ଷାଦାନରେ ସହୃଦୟତା ଅଭାବରୁ ଗୁଣାତ୍ମକ ମାନରେ ଲେଖଚିତ୍ରର ଅଧଃପତନ ଉପଲବ୍ଧି ହୋଇଛି। ମାତ୍ର ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ନୂତନ ଶିକ୍ଷା ପଦ୍ଧତିରେ ଯେଉଁ ପରିବର୍ତ୍ତନ ଦୃଶ୍ୟମାନ ହୋଇଛି, ତାହା ଗୁଣାତ୍ମକ ମାନ ବୃଦ୍ଧିକୁ ଆହୁରି ଶିଥିଳ କରିଦେଇଛି।
ମନୋବିଜ୍ଞାନୀମାନଙ୍କ ମତରେ ଶିଶୁର ୮୫ ପ୍ରତିଶତ ମନବିକାଶ ୩ବର୍ଷରୁ ଆରମ୍ଭ ହେବା ଯୋଗୁ ବିଦ୍ୟାଳୟ ଶିକ୍ଷାକୁ ୩ ବର୍ଷ ବୟସରୁ ଅଙ୍ଗନଓ୍ବାଡି ତତ୍ତ୍ୱାବଧାନରେ ରଖାଯାଇଛି। ଶିଶୁର ୩ ବର୍ଷ ପ୍ରସ୍ତୁତି ବିଦ୍ୟାଳୟ ଶିକ୍ଷା ପାଇଁ ଏବଂ ୪ବର୍ଷ ପ୍ରସ୍ତୁତି ମାଧ୍ୟମିକ ଶିକ୍ଷା ପାଇଁ ଧାର୍ଯ୍ୟ କରାଯାଇଛି। ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷା ଓ ଆଗ୍ରହ ମାଧ୍ୟମରେ କୌଶଳ ପ୍ରୟୋଗ କରି ବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ପ୍ରତି ଆଗ୍ରହ ଜନ୍ମାଯାଉଛି। ଉଚ୍ଚଶିକ୍ଷା ପ୍ରତି ଶିକ୍ଷାର୍ଥୀଙ୍କ ୨୦୨୦ ବେଳକୁ ୨୫ ପ୍ରତିଶତ ଏବଂ ୨୦୩୫ ମସିହା ବେଳକୁ ୩୫ ପ୍ରତିଶତ ବୃଦ୍ଧି ପାଇବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେଣୁ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ୩ଟି ସୋପାନରେ ବିଭକ୍ତ କରାଯାଇଛି। ପ୍ରଥମ ଶ୍ରେଣୀଭୁକ୍ତ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ୍ଣ ଗବେଷଣା ଓ ସାମାନ୍ୟ ଶିକ୍ଷା, ଦ୍ୱିତୀୟ ଶ୍ରେଣୀଭୁକ୍ତ ବିଶ୍ୱବିଦ୍ୟାଳୟରେ ସାମାନ୍ୟ ଶିକ୍ଷା ଓ ସାମାନ୍ୟ ଗବେଷଣା ଏବଂ ତୃତୀୟ ଶ୍ରେଣୀଭୁକ୍ତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହୋଇଥିବା କଲେଜଗୁଡିକୁ ସ୍ବୟଂଶାସିତ କରାଯାଇ ବିଭିନ୍ନ ବିଷୟରେ ଡିଗ୍ରୀ ପ୍ରଦାନ କରାଯାଉଛି। ‘ଏ’ ଗ୍ରେଡ୍‌ ସଂଖ୍ୟା ବିଦ୍ୟାଳୟସ୍ତରରେ ହ୍ରାସ ପାଇବାରେ ଲାଗିଛି।
ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପରୀକ୍ଷାଫଳକୁ ୭୩% କରିବା ପାଇଁ ପାସ୍‌ ନିୟମକୁ ପରିଷଦ ଭାଙ୍ଗିବାକୁ ବାଧ୍ୟ ହୋଇଛନ୍ତି ଏବଂ ଏହିବର୍ଷ କର୍ତ୍ତୃପକ୍ଷ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନରେ କିଛି ପରିବର୍ତ୍ତନ କରି ଉଭୟ ଦୀର୍ଘ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନାବଳୀରେ ସର୍ବନିମ୍ନ ୧୫ ନମ୍ବର ଧାର୍ଯ୍ୟ କରିଛନ୍ତି। ଦୁଃଖ ଓ ପରିତାପର ବିଷୟ, କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନାବଳୀରେ ପ୍ରାଥମିକ ଶ୍ରେଣୀ ପ୍ରଶ୍ନ ଭଳି ଶୂନ୍ୟ ସ୍ଥାନ, ସ୍ତମ୍ଭ ମିଳନ ଓ ଠିକ୍‌ ଭୁଲ୍‌ ନିରୂପଣ ଭଳି ପ୍ରଶ୍ନ ଭାଷା, ସାହିତ୍ୟ ଓ ସଂସ୍କୃତିର ମାନ ବୃଦ୍ଧି ପାଇ କେତେଦୂର ଯୁକ୍ତିଯୁକ୍ତ ତାହା ବୁଦ୍ଧିଜୀବୀ ମହଲରେ ଏକ ପ୍ରଶ୍ନବାଚୀ ହୋଇଛି।
ଅନ୍ୟପକ୍ଷରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଶିକ୍ଷାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଛି। ଉକ୍ତ ଶିକ୍ଷାର ଭିତିରି ଚିତ୍ର ଆଖି ଆଢୁଆଳରେ ରହିଛି ବୋଲି ବ୍ରିଟେନ୍‌ର ଏକ ୟୁନିଭର୍ସିଟିର ଜଣେ ପ୍ରଫେସର ଏକ ରାଜ୍ୟର ଇଂରାଜୀ ବିଦ୍ୟାଳୟର ପରୀକ୍ଷାଫଳ ପ୍ରକାଶକୁ ତର୍ଜମା କରିଛନ୍ତି। ତାଙ୍କ ମତରେ ସର୍ବୋଚ୍ଚ ୧୬ ମାର୍କ ଗ୍ରେସ୍‌ ଦେଇ ଇଂଲିଶ ଶିକ୍ଷାର୍ଥୀଙ୍କୁ ଅସ୍ବାଭାବିକ ଭାବରେ ଉତ୍ତୀର୍ଣ୍ଣ କରି ତାଙ୍କୁ ଏକ ମେଧାବୀ ଛାତ୍ରର ପରିଚୟ ଦେଇ ଶିକ୍ଷାର ମାନ କିଭଳି ବୃଦ୍ଧି କରାଯାଇପାରିବ ତାହା ସହଜେ ଅନୁମେୟ। ସୂଚନା ଅଧିକାର ଆଇନ ବଳରେ ଜଣେ ପରୀକ୍ଷାର୍ଥୀ ତା’ର ଉତ୍ତରପତ୍ରର ଫଟୋ କପି ନେବା ଯୋଗୁ ମୂଲ୍ୟାୟନକାରୀମାନେ ଆଶାତୀତ ନମ୍ବର ଦେଇ ନିଜକୁ ହରଡ଼ଘଣାରୁ ବଞ୍ଚିତ କରିବା ଏବଂ ଉତ୍ତୀର୍ଣ୍ଣ ହାରକୁ ବୃଦ୍ଧି କରି ଶିକ୍ଷାର ମାନ କିଭଳି ଭାବରେ ବଢ଼ାଇହେବ ତାହା କଳ୍ପନାତୀତ।
ଚନ୍ଦ୍ରପ୍ରଭା ସାହି, ୨ୟ ଗଳି, ବ୍ରହ୍ମପୁର,
ମୋ- ୮୭୬୩୬୮୨୨୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri