ବିଦ୍ୟାଳୟ ବନ୍ଦ, ୧୬ ଛାତ୍ରୀଛାତ୍ର ପଢ଼ା ଛାଡ଼ିଲେ ଗ୍ରାମବାସୀଙ୍କ ନବୀନ ନିବାସ ଘେରାଉ ଚେତାବନୀ

ଚିଲିକା,୧୮ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରସଂଖ୍ୟା କମ୍‌ ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇ ନିକଟତମ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଛି ।ଏହାକୁ ନେଇ ବହୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଡ଼ୋରି ବନ୍ଧାହେବାକୁ ବସିଛି। ଏଭଳି ଅବସ୍ଥା ସୃଷ୍ଟି ହୋଇଛି ଚିଲିକା ବ୍ଲକ୍‌ ପ୍ରାଣଦେଈପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟଟି ଚଳିତ ଶିକ୍ଷାବର୍ଷରୁ ବନ୍ଦ ହୋଇ ନିକଟସ୍ଥ ସରଳସିଂହ ସରକାରୀ ପ୍ରାଥମିକ ବିଦ୍ୟାଳୟ ସହ ମିଶିଯାଇଛି। ହେଲେ ପ୍ରଥମରୁ ଅଧ୍ୟୟନ କରୁଥିବା ୧୬ ଛାତ୍ରୀଛାତ୍ର ଅନ୍ୟ ବିଦ୍ୟାଳୟକୁ ନ ଯାଇ ଘରେ ବସି ରହିଛନ୍ତି। ଏହାର ସମାଧାନ ନ ହେଲେ ଗ୍ରାମବାସୀ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
୨୦ରୁ କମ୍‌ ପିଲାଥିବା ଦର୍ଶାଯାଇ ଚଳିତ ଶିକ୍ଷାବର୍ଷରେ ଚିଲିକା ବ୍ଲକର ୧୦ ପ୍ରାଥମିକ ବିଦ୍ୟାଳୟକୁ ପାଖ ସ୍କୁଲ ସହିତ ମିଶାଇ ଦିଆଯାଇଛି। ଚିଲିକା ପଞ୍ଚାୟତ ଅନ୍ତର୍ଗତ ପ୍ରାଣଦେଈପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୬ ପିଲା ଥିବାରୁ ତାହାକୁ ବନ୍ଦ କରାଯାଇ ସରଳସିଂହ ପ୍ରାଥମିକ ବିଦ୍ୟାଳୟ ସହ ମିଶାଇ ଦିଆଗଲା। ଗ୍ରାମବାସୀ ଏହାର ପ୍ରତିବାଦ କରି ବ୍ଲକ ଶିକ୍ଷାଧିକାରୀ, ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ, ଜିଲାପାଳ ପ୍ରମୁଖଙ୍କୁ ଜଣାଇବା ପରେ ମଧ୍ୟ ସୁଫଳ ମିଳି ନ ଥିଲା। ପିଲାଙ୍କ ନିରାପତ୍ତା ଦୃଷ୍ଟିରୁ ଅଭିଭାବକମାନେ ୧୬ନଂ ଜାତୀୟ ରାଜପଥ ଓ ରେଳଲାଇନ୍‌ ଅତିକ୍ରମ କରାଇ ଅନ୍ୟ ସ୍କୁଲକୁ ଛାଡ଼ିଲେ ନାହିଁ। ଫଳରେ ଉକ୍ତ ଗ୍ରାମର ଅର୍ପଣ ବେହେରା, ମହେଶ ବେହେରା, ଓମ୍‌ ବେହେରା, କୌଶଲ୍ୟା ବେହେରା, ବର୍ଷାରାଣୀ ଦାସ, ଅଜିତ୍‌ ବେହେରା ପ୍ରମୁଖ ୧୬ ଛାତ୍ରୀଛାତ୍ର ପାଠପଢ଼ା ଛାଡ଼ି ଘରେ ବସିଛନ୍ତି ା ଗ୍ରାମବାସୀ ତୁରନ୍ତ ଉକ୍ତ ବିଦ୍ୟାଳୟ ଚାଲୁ କରାଯାଇ ଅନ୍ୟ ବିଦ୍ୟାଳୟକୁ ନିଆଯାଇଥିବା ୨ଜଣ ଶିକ୍ଷକଙ୍କୁ ମୂଳ ସ୍କୁଲକୁ ଫେରାଇ ପିଲାମାନଙ୍କୁ ଶିକ୍ଷା ଦେବାକୁ ଦାବି କରିଛନ୍ତି ା ଶେଷପନ୍ଥା ସ୍ବରୂପ ଛାତ୍ରୀଛାତ୍ରଙ୍କୁ ନେଇ ନବୀନ ନିବାସ ଘେରାଉ କରିବେ ବୋଲି ପଦ୍ମଚରଣ ବେହେରା, ଶିବ ବେହେରା, ଭାଗୀରଥି ରଣା, କୃପାସିନ୍ଧୁ ଦାସ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚିଲିକା ବିଇଓ ନଗେନ୍ଦ୍ର ସ୍ବାଇଁ କୁହନ୍ତି, ଯଦି ଉଚ୍ଚପଦସ୍ଥ ଅଧିକାରୀ ଅନୁସନ୍ଧାନ କରି ପୁନଃ ଖୋଲିବା ପାଇଁ ଅନୁମତି ଦିଅନ୍ତି ତେବେ ସ୍କୁଲ ଖୋଲିବ, ନଚେତ୍‌ ଛାତ୍ରୀଛାତ୍ର ସାର୍ଟିଫିକେଟ୍‌ ନେଇ ଅନ୍ୟତ୍ର ନାମ ଲେଖି ପଢ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?