ବିଦ୍ୟାର୍ଥୀ ଓ ହ୍ବାଟ୍‌ସଆପ୍‌ ପୁସ୍ତକ

ନଗେନ୍ଦ୍ର ନାଥ ପଟ୍ଟନାୟକ

ପୁସ୍ତକ ପଢ଼ିବା ମହାଆନନ୍ଦର ବିଷୟ। ବିଦ୍ୟାର୍ଥୀ ଜୀବନରେ ଶିକ୍ଷା ଏକପ୍ରକାର ବାଧ୍ୟତାମୂଳକ। କିନ୍ତୁ ପାଠପଢ଼ା ସମୟରେ ବିବଶ ହୋଇ ପଢ଼ୁଥିବା ପିଲା ଏବଂ ଆଗ୍ରହ ତଥା ଆନନ୍ଦ ସହକାରେ ଶିକ୍ଷା ଲାଭ କରୁଥିବା ଛାତ୍ରଙ୍କ ମଧ୍ୟରେ ବିଶେଷ ଫରକ ଦେଖିବାକୁ ମିଳିଥାଏ। ସୁତରାଂ ଶିକ୍ଷଣ ହେଉଛି ଆନନ୍ଦର ଉତ୍ସ ଓ ବିକାଶର ମୂଳାଧାର। ଆମମାନଙ୍କ ଭିତରୁ ଅଧିକାଂଶ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆନନ୍ଦ ଲାଭ କରନ୍ତି। ତେବେ ଆମର ଏହି ଆତ୍ମସନ୍ତୋଷ କେବଳ ସ୍ବଳ୍ପ ସମୟ ପାଇଁ।
ବାସ୍ତବରେ ପୁସ୍ତକ ପଢ଼ାରେ ଯେଉଁ ନିରୁତା ଆନନ୍ଦ ମିଳେ ତାହା ସ୍ଥାୟୀ ଓ ଚିରନ୍ତନ। ଏହି ସୁଖ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ। ପାଠପଢ଼ା ଯେ କୌଣସି ପ୍ରକାର ହୋଇପାରେ। ଖବରକାଗଜ ହେଉ କି ପତ୍ରପତ୍ରିକା ଅଥବା ଆମ ହାତରେ ଥିବା ମୋବାଇଲ ସ୍ମାର୍ଟଫୋନରେ ଅଙ୍ଗୁଳି ଚଳାଇ ହେଉ ଏ ସବୁରୁ ଆମେ ବହୁ ମୂଲ୍ୟବାନ ଶିକ୍ଷା ଲାଭ କରିଥାଉ। ୱାଟସ୍‌ଆପ ପୁସ୍ତକ କଥା କିନ୍ତୁ ପୂରା ନିଆରା। ଛାପା ବହି ଖଣ୍ଡେ ହାତରେ ଥିଲେ କିମ୍ବା ବହିକୁ ଆଖି ପୂରେଇ ଦେଖିଲେ ଅଥବା ବହିର ଭୁରୁଭୁରୁ ବାସନାରେ ଆମେ ପ୍ରଚୁର ଆନନ୍ଦ ଉପଭୋଗ କରିଥାଉ। ବହି ପଢୁ ପଢୁ ତାକୁ ଛାତି ଉପରେ ଜଡେଇ ଧରି ଆମେ କେତେବେଳେ ମହାଆନନ୍ଦରେ ଶୋଇପଡୁ ଜାଣିପାରୁ ନାହୁଁ। ଯେମିତି କୌଣସି ଗୁଲୁଗୁଲିଆ ଅବୋଧ ଶିଶୁ ସାଙ୍ଗରେ ଖେଳୁ ଖେଳୁ ଆମେ ଆନନ୍ଦରେ ବିଭୋର ହୋଇ ଗାଢ଼ ନିଦରେ ଶୋଇପଡ଼ୁ।
ଲକ୍‌ଡାଉନ୍‌ ସମୟରେ ଆମେ ସବୁ ଘରର ଚାରିକାନ୍ଥ ଭିତରେ ବନ୍ଦୀ ହୋଇ ରହିଛେ। ସଂଗରୋଧର ନିୟମକୁ ମାନି ଚଳୁଛେ। ଆମେ ନିଜ ପରିବାରବର୍ଗଙ୍କ ସହିତ ନିଃସଙ୍ଗ ଜୀବନ ବିତାଉଛେ। ବର୍ତ୍ତମାନ ଜନପଦ, ସହର, ଜିଲା ଓ ସହର ସବୁ ଯେମିତି ଏକଘରକିଆ ହୋଇ ରହିଯାଇଛି। ଏପରି କି ଆମ ଦେଶ ଭାରତବର୍ଷ ମଧ୍ୟ ପୃଥିବୀର ଅନ୍ୟାନ୍ୟ ଦେଶଗୁଡିକରୁ ବିଚ୍ଛିନ୍ନ ହୋଇ ଏକଲା ହୋଇଯାଇଛି। ଆମେ ସମସ୍ତେ ଏକୁଟିଆ ହୋଇ ସଂଗ୍ରାମ ଜାରି ରଖିଛେ ଅଦୃଶ୍ୟ ଶକ୍ତି ମହାଘାତକ କରୋନା ବିରୋଧରେ। ଏହି ଯୁଦ୍ଧରେ ନା ଆମର ସାଧନ କାମରେ ଆସୁଛି ନା ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷେପଣାସ୍ତ୍ର ଓ ବାହୁବଳର ଉପଯୋଗ ହୋଇପାରୁଛି। ଏବେ କୌଣସି ମହିଳା ଗର୍ଭବତୀ ହେଉ କି ଜ୍ୱର ରୋଗ ହେଉ ଚିକିତ୍ସା ପାଇଁ ଯେଉଁ ପରିଚିତ ଡାକ୍ତରବାବୁଙ୍କ ନିକଟକୁ ଯାଉଛି ସେ ତାକୁ ନ ଦେଖିବାକୁ ରୋକଠୋକ ମନା କରିଦେଉଛି। ଏପରି କି ଅକାଳରେ ମୃତ୍ୟୁବରଣ କଲେ ବି କେହି ଶବକୁ କାନ୍ଧରେ ବୋହି ସଂସ୍କାର କରୁନାହାନ୍ତି। ବର୍ତ୍ତମାନର ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ପରିପ୍ରେକ୍ଷୀରେ କେବଳ ପୁସ୍ତକ ହିଁ ପରିବର୍ତ୍ତନଶୀଳ ସମାଜକୁ ଉଦ୍ଧାର କରିପାରିବ। ଆଉ ସମାଜ ବି ପୁସ୍ତକକୁ ଆପଣାଇ ନେଇଛି।
ଏବେ ଇ-ବୁକର ଚାହିଦା କାହିଁ କେତେ ବଢିଗଲାଣି। ମୋବାଇଲ ଓ କମ୍ପ୍ୟୁଟର ଓ ଲ୍ୟାପଟପ ପରଦାରେ ଦୃଶ୍ୟମାନ ପୁସ୍ତକକୁ ଆମ ଆଖି ହଳକ ପଢିବାରେ ଅଭ୍ୟସ୍ତ ହୋଇଗଲାଣି। କମ୍ପ୍ୟୁଟର ଟେବୁଲ ଉପରେ ମଥାନୋଇଁ ପଢୁ ପଢୁ ଆମ ଆଖିକି କେତେବେଳେ ଯେ ନିଦ ଆସିଯାଉଛି ଜାଣିପାରୁନୁ। ଆମ ଦେଶରେ ଅଡିଓ ପୁସ୍ତକର ଚାହିଦା ବଢିବାରେ ଲାଗିଛି। ଅଡିଓ ପୁସ୍ତକ ଶୁଣି ଆମେ ଘରେ ଖାଦ୍ୟ ରାନ୍ଧିବାଠାରୁ ଆରମ୍ଭ କରି ବାସନକୁସନ ମଜାମଜି, ଘର ଓଳାଇ ସଫାସୁତର କରିବା ଆଦି କାର୍ଯ୍ୟ ଅତି ସହଜରେ ନିଷ୍ପାଦନ କରିପାରୁଛେ।
ବର୍ତ୍ତମାନ ହ୍ବାଟସ୍‌ଆପ ଜରିଆରେ ପ୍ରସ୍ତୁତ ପୁସ୍ତକ ସବୁ ଉପଲବ୍ଧ ହେଉଛି। ଅବଶ୍ୟ ଅଧିକାଂଶ ଲୋକ ଅଛନ୍ତି ଯେଉଁମାନଙ୍କୁ କି କମ୍ପ୍ୟୁଟର ବ୍ୟବହାର ଆଦୌ ଜଣାନାହିଁ। ଯଦିଓ ମୋବାଇଲ ସମସ୍ତଙ୍କ ନିକଟରେ ରହିଛି। ତେବେ ଯେଉଁମାନେ ହ୍ବାଟସ୍‌ଆପ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ହ୍ବାଟସ୍‌ଆପ ପୁସ୍ତକ ବନା ହୋଇଥାଏ। ବର୍ତ୍ତମାନର କରୋନା ମହାମାରୀ ସମୟରେ ଏହା ଏକ ନୂତନ ଆବିଷ୍କାର ବୋଲି ଆମେ କହିପାରିବା। ଯେଉଁଠି ଇ-ବୁକ ଓ ଅଡିଓ-ବୁକ ଛପା ପୁସ୍ତକର ଅବିକଳ ନକଲ ସେଇଠି ହ୍ବାଟସ୍‌ଆପ ପୁସ୍ତକ ଏକବାରେ ଏକ ନୂତନ ପୁସ୍ତକ କହିଲେ ଅତ୍ୟୁକ୍ତି ହେବନାହିଁ। ଏଇ ହ୍ବାଟସ୍‌ଆପ ପୁସ୍ତକ ପଢାରେ ଆମକୁ ଭରପୂର ଆନନ୍ଦ ମିଳେ। ପୁସ୍ତକ, ଲେଖକ ଓ ପାଠକ-ଏମାନେ ସମସ୍ତେ ପରସ୍ପରର ସହଚର। ନିଃଶୁଳ୍କ ଉପଲବ୍ଧ ହୋଇଥାଏ ହ୍ବାଟସ୍‌ଆପ୍‌ ପୁସ୍ତକ।
ଏହି ହ୍ବାଟସ୍‌ଆପ ପୁସ୍ତକ ବିକ୍ରି ହୋଇ ନ ଥାଏ। ୟା ଉପରେ କୌଣସି କଟକଣା ଲାଗୁ କରିବା ବି ସମ୍ଭବ ହୋଇ ନ ଥାଏ। ଏହି ପୁସ୍ତକ ସୁଲଭ ଓ ସହଜରେ ବନା ହୋଇଥାଏ। କପିରାଇଟ ଓ ରୟାଲଟି କ୍ଷେତ୍ରରେ ଯେମିତି କ୍ଷତି ନ ପହଞ୍ଚେ ସେଥିପ୍ରତି ଦୃଷ୍ଟି ଦିଆଯାଇ ଏହି ପୁସ୍ତକ ତିଆରି କରାଯାଇଥାଏ। ଏହା ଏକ ପ୍ରକାର ସ୍ବତନ୍ତ୍ର ପୁସ୍ତକ, ଯାହାକୁ ପଢିଲେ ପ୍ରଚୁର ସୁଖ ଓ ଆନନ୍ଦ ମିଳିଥାଏ। ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିବା ୱାଟସ୍‌ଆପ ଏକ ବିଲକୁଲ ନିଆରା ପୁସ୍ତକ। ଲେଖକଙ୍କର ସୃଜନଶକ୍ତି ବିକାଶ କ୍ଷେତ୍ରରେ ଏହା ସୃଷ୍ଟିକରେ ଉତ୍ସୁକତା। ପୁଣି କୌଣସି ଏକ ଅଜଣା ତଥ୍ୟ ବିଷୟରେ ଆମ ମନରେ ବଢାଇଦିଏ କୌତୁହଳ ତଥା ଜିଜ୍ଞାସା। ମୋଟାମୋଟି ହ୍ବାଟସ୍‌ଆପକୁ ପୁସ୍ତକକୁ ଆମେ ନବଜାତ ଶୁଶୁ ବୋଲି କହିପାରିବା। ସଦ୍ୟ ପ୍ରକାଶିତ ପରିସଂଖ୍ୟାନ ଅନୁସାରେ ଏଇ କିଛିିଦନ ହେବ ନିଇତି ଦଶହଜାରରୁ ଊଦ୍ଧର୍‌ବ ଲୋକ ୟାକୁ ପଢିବାକୁ ଭଲ ପାଆନ୍ତି। ଆଉ ପଚିଶରୁ ତିରିଶ ହଜାର ଲୋକ ୟାକୁ ରୋଜ ପଢୁଛନ୍ତି।
କାହାରି ପ୍ରତି ପୁସ୍ତକର ପାତରଅନ୍ତର ଓ ବାଛବିଚାର ଭେଦଭାବ ନ ଥାଏ। ବିଶେଷକରି ହ୍ବାଟସ୍‌ଆପ୍‌ ପୁସ୍ତକ ଆଗରେ ଅମିର-ଗରିବ, ସାନ-ବଡ, ପଛୁଆ-ଆଗୁଆ ଓ ପୁରୁଷ-ନାରୀ ସମସ୍ତେ ସମାନ। କେବଳ ପୁସ୍ତକ ଯୋଗୁ ଶିଶୁର ମେଧାଶକ୍ତି ପ୍ରଖର ତଥା ବିକଶିତ ହୋଇଥାଏ। ଖାଲି ସେତିକି ନୁହେଁ, ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ତା’ର ବିକାଶ ଘଟିଥାଏ। ଏସବୁ ବାଦ୍‌ ପୁସ୍ତକ ପଢା ବ୍ୟାପକ ଭାବେ ବଢିଚାଲେ। ପୁସ୍ତକ ସମସ୍ତଙ୍କର ଆଉ ସମସ୍ତଙ୍କ ପାଇଁ। ପୁସ୍ତକ ପୁଣି ଆମ ପାଖକୁ ଆସେ ଆଉ ଆମ ନିକଟରୁ ଅନ୍ୟମାନଙ୍କ ପାଖକୁ ଚାଲିଯାଏ। ଏହି ପୁସ୍ତକ କାହା ପ୍ରତି ବାଛବିଚାର ନୀତି ଆପଣାଇ ନ ଥାଏ, ଠିକ୍‌ ଯେମିତି ଅବୋଧ ଶିଶୁଟିଏ ପରି।

ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର,
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri