Posted inଜାତୀୟ

ବିଦେଶୀ ପୁଞ୍ଜିନିବେଶ ପାଇଁ ଦ୍ୱାର ଖୋଲିବାକୁ ପିଏମ୍‌ଓର ଯୋଜନା: ଆଣବିକ ଶକ୍ତିରେ ଏଫ୍‌ଡିଆଇକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୧୨ା୧(ଆଇଏଏନ୍‌ଏସ୍‌): ଆଣବିକ ଶକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ ପ୍ରମୁଖ ପକ୍ଷ ଭାବେ ଗଢ଼ି ତୋଳିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଏହି କ୍ଷେତ୍ର ଲାଗି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)ର ଦ୍ୱାର ଖୋଲିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏନେଇ ବିଚାର କରୁଥିବାବେଳେ ଏପରି ନିଷ୍ପତ୍ତି ନିଆଗଲେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ ଦେଶର ଆଣବିକ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ଏହାସହ ଭାରତର ଆଣବିକ ବିଦ୍ୟୁତ୍‌ ଶକ୍ତି ନୀତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି।
ପିଏମ୍‌ଓ ସହ ବିସ୍ତୃତ ଆଲୋଚନା ପରେ ଆଣବିକ ଶକ୍ତି ବିଭାଗ (ଡିଏଇ) ପକ୍ଷରୁ ଆଇନ ମନ୍ତ୍ରଣାଳୟଠାରୁ ଆଇନଗତ ମତାମତ ଲୋଡ଼ାଯାଇଛି। ଏଫ୍‌ଡିଆଇ ନୀତିରେ ସଂଶୋଧନ ଆଣିଲେ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିପାରିବ କି ନାହିଁ ସେନେଇ ଆଇନ ମନ୍ତ୍ରଣାଳୟ ଡିଏଇକୁ ଅବଗତ କରାଇବ। ଆଟମିକ୍‌ ଏନର୍ଜି କମିଶନଠାରୁ ନୀତିରେ ସଂଶୋଧନ ପାଇଁ ପରାମର୍ଶ ମିଳିବା ପରେ ଡିଏଇ ପକ୍ଷରୁ ପିଏମ୍‌ଓକୁ ଏକ ରିପୋର୍ଟ ଦିଆଯିବା ନେଇ ପ୍ରସ୍ତାବ ରହିଛି। ଗତ ୮ ତାରିଖରେ ଡିଏଇ (ଅଣୁଶକ୍ତି ଭବନ) ଯୁଗ୍ମ ସଚିବଙ୍କ ଏକ ପତ୍ରରୁ ଏହି ବିଷୟ ଜଣାପଡ଼ିଛି। ଆଣବିକ ଶକ୍ତିରେ ଘରୋଇ ଅଂଶଧନ ନେଇ ଡିଏଇର ସ୍ପଷ୍ଟ ଆଭିମୁଖ୍ୟ ରହିଥିବା ଉକ୍ତ ଚିଠିରୁ ଜଣାପଡ଼ିଛି। କୋଇଲା, ଗ୍ୟାସ, ଜଳ ବିଦ୍ୟୁତ୍‌ ଓ ପବନ ଶକ୍ତି ପରେ ଭାରତରେ ଆଣବିକ ଶକ୍ତି ହେଉଛି ବିଦ୍ୟୁତ୍‌ ଉତ୍ପାଦନର ପଞ୍ଚମ ବୃହତ୍‌ ଉତ୍ସ। ୨୦୧୯ ପର୍ଯ୍ୟନ୍ତ ଦେଶର ୭ ଆଣବିକ ଶକ୍ତି ପ୍ରକଳ୍ପରେ ୨୨ଟି ଆଣବିକ ରିଆକ୍ଟର ପ୍ରତିଷ୍ଠା କରାଯାଇ ପାରିଛି। ଏହିସବୁ ପାଓ୍ବାର ପ୍ଲାଣ୍ଟର ମୋଟ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ହେଉଛି ୬୭୮୦ ମେଗାଓ୍ବାଟ୍‌। ବିଦେଶୀ ପୁଞ୍ଜିନିବେଶକୁ ଏହି କ୍ଷେତ୍ରରେ ଅନୁମତି ମିଳିଲେ ଦେଶର ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବହୁଗୁଣିତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri