ବିଦେଶରେ ଚାକିରି ଦେବାକୁ କହି ଠକେଇ ଘଟଣା: କାର୍ଯ୍ୟାଳୟ ସିଲ୍‌ରେ ଅଟକିଛି ପୋଲିସ

ନୟାଗଡ଼ ଅଫିସ,୨୩ା୧୨: ବିଦେଶରେ ଚାକିରି କରାଇଦେବାକୁ କହି ଟଙ୍କା ଠକେଇ ଘଟଣାର ନୟାଗଡ଼ ଟାଉନ ପୋଲିସ କେବଳ କାର୍ଯ୍ୟାଳୟ ସିଲ୍‌ରେ ଅଟକିଛି। ଘଟଣାର ମାସେ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଛି। ନଭେମ୍ବର ୨୦ ତାରିଖରେ ଏ ସମ୍ପର୍କିତ ଖବର କେବଳ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ଜିଲା ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ପାଢ଼ୀ ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ବର୍ତ୍ତମାନ ସୁଦ୍ଧା ଫେରାର୍‌ ଅଛନ୍ତି। ମାସେ ତଳେ ଏ ନେଇ ଜିଲା ପୋଲିସ ପକ୍ଷରୁ ୩ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିଲେ ମଧ୍ୟ ଦମ୍ପତିଙ୍କ ଟେର ପାଇନି। ଅନ୍ୟପଟେ ଠକାମିର ଶିକାର ହୋଇଥିବା ଯୁବକମାନେ ସେମାନଙ୍କ ଟଙ୍କା ପାଇବେ କି ନାହିଁ ସେହି ଆଶଙ୍କାରେ ଅଛନ୍ତି।
ଶରଣକୁଳ ହରିହରପୁର ଗ୍ରାମର ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ଖଣ୍ଡପଡ଼ା ରୋଡ଼ସ୍ଥିତ ଲକ୍ଷ୍ମଣନଗରଠାରେ ଘର ଭଡ଼ା ନେଇ ସେଠାରେ ସୁରଧ୍ୱନି ନାମରେ ଏକ ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ବିଦେଶରେ ଚାକିରି କରାଇଦେବାକୁ କହି ଯୁବକମାନଙ୍କଠାରୁ ୬୦ରୁ ୮୦ ହଜାର ଟଙ୍କା ଲେଖାଏ ଆଦାୟ କରୁଥିଲା। ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଗ୍ରାମରୁ ପାଖାପାଖି ୫୦୦ ଯୁବକଙ୍କୁ ମାଲେସିଆରେ ଚାକିରି କରାଇଦେବାକୁ କହି ସଂସ୍ଥା ସେମାନଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ନଭେମ୍ବର ୧୮ ତାରିଖରେ ରଣପୁର ବ୍ଲକର ୧୭, ନୟାଗଡ଼ ବ୍ଲକର ୧୫ ଓ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ୨୮ ଏଭଳି ମୋଟ ୬୦ ଜଣ ଯୁବକ ମାଲେସିଆ ଯିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚତ୍ଥିଲେ। ସେଠାରେ ସୁରଧ୍ୱନି ସଂସ୍ଥାର ୩ କର୍ମଚାରୀ ସେମାନଙ୍କୁ ଭେଟି ଭିସା ଓ ଫ୍ଲାଇଟ୍‌ ଟିକେଟ ଦେଇଥିଲେ। ଯୁବକମାନେ ଏହା ନକଲି ବୋଲି ଜାଣିବା ପରେ ଉକ୍ତ ୩ କର୍ମଚାରୀଙ୍କୁ ଆଣି ରଣପୁର ଥାନା ଅନ୍ଧାରୁଆ ଗ୍ରାମରେ ଅଟକ ରଖିଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରଣପୁର ପୋଲିସ ଉକ୍ତ ଗ୍ରାମରେ ପହଞ୍ଚତ୍ ୩ ଜଣଙ୍କୁ ଉଦ୍ଧାର କରିଥିଲା। ଏହା ପରେ ସେମାନଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଏହା ସହ ପୋଲିସ ଉକ୍ତ କାର୍ଯ୍ୟାଳୟକୁ ମଧ୍ୟ ସିଲ୍‌ କରିଥିଲା। ଏପରିସ୍ଥଳେ ଗତ ୨୦ ତାରିଖରେ ପୋଲିସ କାର୍ଯ୍ୟାଳୟରୁ ଦୁଇଟି କମ୍ପ୍ୟୁଟର ଓ କିଛି କାଗଜପତ୍ର ଜବତ କରିଛି। ରବୀନ୍ଦ୍ର ଉକ୍ତ ଘରେ ପରିବାର ସହ ରହିବା ସହ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ। ସହର ମଝିରେ ଏଭଳି ଏକ ସଂସ୍ଥା ଚାକିରି ଆଳରେ ଯୁବକମାନଙ୍କୁ ଠକୁଥିବା ବେଳେ ପୋଲିସ କିମ୍ବା ପ୍ରଶାସନ କିପରି ଜାଣିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଦୁଇଦିନ ତଳେ କାର୍ଯ୍ୟାଳୟ ଖୋଲାଯାଇ କମ୍ପ୍ୟୁଟର ଜବତ କରାଯାଇଛି। ଏହାର ହାର୍ଡ଼ଡିକ୍ସରୁ କିଛି ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ସେହଭିଳି ରବୀନ୍ଦ୍ର ଓ ସୁରଧ୍ୱନିଙ୍କୁ ବିଭିନ୍ନ ଆଡ଼େ ଖୋଜା ଯାଉଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?