ବିଦେଶ ତାଲିମ କମିବ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଡୋମେଷ୍ଟିକ ଫଣ୍ଡିଂ ଅଫ୍‌ ଫରେନ୍‌ ଟ୍ରେନିଂ (ଡିଏଫ୍‌ଏଫ୍‌ଟି) ନୀତି ଅଧୀନରେ ପ୍ରଶାସକମାନଙ୍କୁ ବିଦେଶକୁ ପଠାଇ ପ୍ରଶିକ୍ଷଣ ଦେବାରେ ବ୍ୟୟ ବୃଦ୍ଧି ହେଉଥିତ୍ବା ଯୋଗୁ ମୋଦି ସରକାର ଏହାକୁ କମାଇବାର ସମ୍ଭାବନା ଦେଖାଦେଇଛି। ୨୦୧୮-୧୯ରେ ସରକାର ୩୩୨ ଜଣ ବାବୁଙ୍କୁ ପ୍ରଶିକ୍ଷଣ ଦେବାରେ ଖର୍ଚ୍ଚ କରିଛନ୍ତି ୬୦ କୋଟି। ଏହା କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ବାର୍ଷିକ ପ୍ରଶିକ୍ଷଣ ବଜେଟର ଅଧାରୁ ଅଧିକ। ଏହି ନୀତିରେ ବାବୁମାନେ କେମ୍ବ୍ରିଜ, ହାଓ୍ବାର୍ଡ ଓ ଅନ୍ୟ ଶୀର୍ଷ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟକୁ ଦୀର୍ଘ ଓ ସ୍ବଳ୍ପମିଆଦୀ କୋର୍ସ ପାଇଁ ସରକାରୀ ଖର୍ଚ୍ଚରେ ଯାଇଥାନ୍ତି। ଏବେ ଡିଓପିଟି ସମସ୍ତ କ୍ୟାଡର କର୍ତ୍ତୃପକ୍ଷଙ୍କୁ ଲେଖିଛନ୍ତି ଯେ, ଡିଏଫ୍‌ଏଫ୍‌ଟି ନୀତିକୁ ପରିବର୍ତ୍ତନ କରାଯିବା ସହ ଖ୍ୟାତନାମା ବିଦେଶୀ ପ୍ରଶିକ୍ଷକଙ୍କୁ ଭାରତକୁ ଆଣି ସମନ୍ବିତ ପ୍ରଶିକ୍ଷଣ ଦିଆଯିବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଶିକ୍ଷଣ ଦେବା ସହ ପ୍ରଶିକ୍ଷଣ ଲାଗି ବିଦେଶକୁ ଅଳ୍ପ କେତେ୍‌ଜଣ ବାବୁଙ୍କୁ ପଠାଇ ପରେ ସେମାନଙ୍କୁ ଭାରତରେ ଅନ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା କାମରେ ଲଗାଯିବ। ମୋଦି ସରକାରଙ୍କ ଏହି ପଦକ୍ଷେପରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସରକାର ଏବେ ପୂରା ଖର୍ଚ୍ଚକାଟ ନୀତି ଅବଲମ୍ବନ କରୁଛନ୍ତି।
ସେବି ମୁଖ୍ୟ
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପରବର୍ତ୍ତୀ ମୁଖ୍ୟ ପଦ ପାଇଁ ଦରଖାସ୍ତ ଆହ୍ବାନ କରିବା ଦ୍ୱାରା ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ଆଉ ଦୁଇବର୍ଷ ବୃଦ୍ଧି କରାଯାଇପାରେ ବୋଲି ସୃଷ୍ଟି ହୋଇଥିବା ଗୁଜବର ଅନ୍ତ ଘଟିଛି। ତ୍ୟାଗୀଙ୍କ ତିନିବର୍ଷିଆ କାର୍ଯ୍ୟକାଳ ଏହି ମାସରେ ଶେଷ ହେଉଛି। ହିମାଚଳପ୍ରଦେଶ କ୍ୟାଡର ୧୯୮୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତ୍ୟାଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ବୋଲି ଅନେକେ ମନେକରୁଥିଲେ। ତାଙ୍କ ପୂର୍ବରୁ ୟୁ.କେ. ସିହ୍ନାଙ୍କ କାର୍ଯ୍ୟକାଳ ତିନିବର୍ଷ ବୃଦ୍ଧି କରାଯାଇଥିଲା, ଯାହାଦ୍ୱାରା ସବୁଠୁ ଦୀର୍ଘଦିନ ରହିବାରେ ସେ ଦ୍ୱିତୀୟ ସେବି ମୁଖ୍ୟ ହୋଇପାରିଥିଲେ। ୨୦୧୭ରେ ତ୍ୟାଗୀଙ୍କୁ ନିଯୁକ୍ତି ଦେବାବେଳେ ସରକାର ଦୁଇଥର ବିଜ୍ଞପ୍ତି ଜାରି କରିଥିଲେ। ଆଗରୁ ତ୍ୟାଗୀ ଅର୍ଥନୈତିକ ବ୍ୟାପାର ବିଭାଗର ଯୁଗ୍ମସଚିବ ଥିଲେ ଓ ପରେ ତାଙ୍କୁ ସେବି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ପ୍ରଥମ ବିଜ୍ଞପ୍ତିରେ ତାଙ୍କର କାର୍ଯ୍ୟକାଳ ସର୍ବାଧିକ ୫ ବର୍ଷ ହେବ ବା ସେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ରହିବେ- ଏହି ଦୁଇଟିରୁ ଯେଉଁଟି ପ୍ରଥମେ ପଡିବ ତାହା କାର୍ଯ୍ୟକାରୀ ହେବାର ନିୟମ ରହିଥିଲା। ପରେ ତ୍ୟାଗୀଙ୍କ ନିଯୁକ୍ତି ଅବଧିକୁ କମାଇ ତିନିବର୍ଷ କରି ଆଉ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଥିଲା। ପ୍ରାପ୍ତ ସୂତ୍ରରୁ ପ୍ରକାଶ୍ୟ ଯେ, ତ୍ୟାଗୀଙ୍କ ଅବସର ବୟସ ହୋଇ ନ ଥିବାରୁ ସେ ପୁଣି ଏହି ପଦ ପାଇଁ ଦରଖାସ୍ତ କରିପାରନ୍ତି। କିନ୍ତୁ ଯଦି ତାଙ୍କୁ ପୁଣି ନିଯୁକ୍ତି ମିଳେ ତେବେ ଏହାକୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ବଦଳରେ ନୂତନ ନିଯୁକ୍ତି ଭାବେ ଗଣାଯିବ।
ଜମ୍ମୁ-କାଶ୍ମୀର ପୋଲିସ କ୍ଷୁବ୍ଧ
ନିକଟରେ ଜମ୍ମୁ-କଶ୍ମୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଜି.ସି. ମୁର୍ମୁଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ଆର୍‌.ଆର୍‌. ଭଟ୍ଟନାଗରଙ୍କୁ ସୁରକ୍ଷା ସମ୍ବନ୍ଧିତ ସବୁ କ୍ଷମତା ଦିଆଯିବା ନିଷ୍ପତ୍ତିକୁ ନେଇ ସେଠାକାର ପୋଲିସ ବାବୁମାନେ ମର୍ମାହତ ହୋଇଛନ୍ତି। ଥାନା ଅଧିକାରୀ (ଏସ୍‌ଏଚ୍‌ଓ)ଙ୍କ ବଦଳିଠାରୁ ଆରମ୍ଭ କରି ଅର୍ଦ୍ଧସାମରିକ ବଳ ଓ ରାଜ୍ୟ ସୁରକ୍ଷା ବଳର ସଶସ୍ତ୍ର ବାହିନୀରେ ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ କ୍ଷମତା ଭଟ୍ଟନାଗରଙ୍କୁ ଦିଆଯିବାରୁ ଏଭଳି ଅସନ୍ତୋଷ ପ୍ରକାଶ ପାଇଛି। ଭଟ୍ଟନାଗର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବେ। ଅର୍ଥାତ୍‌ ବାସ୍ତବ କ୍ଷମତା କୁମାରଙ୍କ ପାଖରେ ରହିବ। କୌତୂହଳର ବିଷୟ ହେଉଛି, ୧୯୭୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇପିଏସ୍‌ ଅଧିତ୍କାରୀ କୁମାର ଡେପୁଟେଶନରେ ଦିଲ୍ଲୀ ପଳାଇଥିଲେ କାରଣ ତାଙ୍କଠାରୁ ୧୦ ବର୍ଷ କନିଷ୍ଠ ମୁର୍ମୁଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ସେ ଚାହୁଁ ନ ଥିଲେ। ଭଟ୍ଟନାଗର ହେଉଛନ୍ତି ସିଆର୍‌ପିଏଫ୍‌ର ପୂର୍ବତନ ମହାନିର୍ଦ୍ଦେଶକ କିନ୍ତୁ ତାଙ୍କର ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରିବାର ଅଭିଜ୍ଞତା ନାହିଁ। ବହୁ ବରିଷ୍ଠ ପୋଲିସ ଅଧିକାରୀ କୁହନ୍ତି ଯେ, ସିଆର୍‌ପିଏଫ୍‌ର ନେତୃତ୍ୱ ନେଇଥିବା ସତ୍ତ୍ୱେ ତାଙ୍କର ଏହି କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ସନ୍ତ୍ରାସବାଦ-ବିରୋଧୀ ଅଭିଯାନର ଅଭିଜ୍ଞତା ନାହିଁ। ପୁନଶ୍ଚ ୩୭୦ ଧାରା ଉଚ୍ଛେଦ ହେବା ପରେ ଦକ୍ଷ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଅଭାବ ହେତୁ ସରକାର କୁମାରଙ୍କୁ ସବୁ କ୍ଷମତା ଦେବାର ନିଷ୍ପତ୍ତି ନେଇଥିବା ବିଶ୍ୱାସ କରାଯାଉଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସୁରକ୍ଷା ଦାୟିିତ୍ୱ ନିଜ ହାତରେ ରଖିବାକୁ ଚାହଁୁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ମଧ୍ୟ ଆଉ ଏକ କାରଣ ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri