ବିଜ୍ଞାନ,କାରିଗରୀ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ନୂଆପଡା ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା; ଯୋଗେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା

ନୂଆପଡ଼ା ଅଫିସ,୧୯ା୮ : ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜ୍ଞାନ, କାରିଗରୀ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଦିନିକିଆ ନୂଆପଡା ଗସ୍ତରେ ଆସି ଜିଲାର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସ୍ଥାନୀୟ ପତୋରାସ୍ଥିତ ଯୋଗେଶ୍ୱର ମନ୍ଦିର ବୁଲି ଦେଖିବା ସହ ପୂଜାର୍ଚ୍ଚନା କରିଛନ୍ତି ।
ରବିବାର ସକାଳେ ଟ୍ରେନ ଯୋଗେ ମନ୍ତ୍ରୀ ପଣ୍ଡା ସହଧର୍ମିଣୀଙ୍କ ସହ ଆସି ନୂଆପଡ଼େରେ ପହଞ୍ଚତ୍ ଥିଲେ । ନୂଆପଡ଼ା ଜିଲା ପ୍ରଶାସନ ଓ ବିଜେଡି ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ପ୍ରଥମେ ମନ୍ତ୍ରୀ ନିକଟସ୍ଥ ବିଜୁ ପଟ୍ଟନାୟକ ଭିନ୍ନକ୍ଷମ ବିଦ୍ୟାଳୟ ଯାଇ ଦିବ୍ୟାଙ୍ଗମାନଙ୍କ ସହ ଆଲୋଚନା କରିଥିଲେ। ପରେ ନୂଆପଡ଼ାରୁ ପତୋରା ଯିବା ବାଟରେ କାଞ୍ଚନବେନ ରସିକଲାଲ ଚେରିଟେବଲ ଟ୍ରଷ୍ଟ ତରଫରୁ ପରିଚାଳିତ ବିଦ୍ୟାଳୟକୁ ଯାଇ ଅନ୍ବେଷା କାର୍ଯ୍ୟକ୍ରମରେ ଶିଶୁଙ୍କ ସ୍ଥିତି ଦେଖିଥିଲେ । ତାଙ୍କ ସହ ଟ୍ରଷ୍ଟର ସଭ୍ୟ ତଥା ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଜୟ ଢୋଲକିଆ, ଜିଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁ ମାଝି, ଟିଟୁ ପଣ୍ଡା, ଅବନୀ ଜୋଷୀ, ସିତୁ ବୋଧନକର, ସ୍ବାଗତ ଜୋଷୀ ପ୍ରମୁଖ ସାମିଲ ଥିଲେ । ପରେ ପତୋରାରେ ପହଞ୍ଚତ୍ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଶିବଲିଙ୍ଗରେ ପାଣି ଲାଗି କରିଥିଲେ । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମନ୍ଦିରର ସାମଗ୍ରୀକ ବିକାଶ ସକାଶେ କମିଟି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେଠାରେ ପାନୀୟ ଜଳ ବ୍ୟବସ୍ଥା କରିବା ସହ ପାଚେରି, ପାନ୍ଥଶାଳା, ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି ା ଅବହେଳିତ ରାଜୀବ ଉଦ୍ୟାନ ପ୍ରତି ଦୃଷ୍ଟି ଦେବାକୁ କମିଟି ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପଣ୍ଡା କୌଣସି ଅଞ୍ଚଳର ବିକାଶ ପାଇଁ ପର୍ଯ୍ୟଟନ ଏକ ଆଧାର । ପତୋରା ସ୍ବର୍ଣ୍ଣଗର୍ଭା । ଏଠିକାର ଉନ୍ନତି ସକାଶେ ସରକାରଙ୍କ ତରଫରୁ ଅନୁଦାନ ଏବଂ ଅନୁକମ୍ପା ରହିଛି ବୋଲି କହିଥିଲେ । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କମିଟି ସଭାପତି ମୂରଲୀଧର ପଣ୍ଡା, ସମ୍ପାଦକ ଶ୍ୱେତରାମ ଦେୱାଙ୍ଗନ, ସୁରେଶ ଅଗ୍ରୱାଲ, ଭାନୁପ୍ରତାପ ଦଣ୍ଡସେନା, କେଶରୀ ଜୈନ ପ୍ରମୁଖ ସ୍ବାଗତ କରିଥିଲେ। ପତୋରାରୁ ଫେରି ନୂଆପଡ଼ା ସଦର ବ୍ଲକରେ ଆୟୋଜିତ ସଭାରେ ୫ଜଣ ଭିନ୍ନକ୍ଷମମାନଙ୍କୁ ଟ୍ରାଇ ସାଇକେଲ, ୨ ଜଣଙ୍କୁ ହ୍ବିଲ ଚେୟାର, ୭୭ ଜଣଙ୍କୁ ଭତ୍ତା, ୬୭୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଖରିଆରରୋଡରେ ବରିଷ୍ଠ ନାଗରିକମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀ ଆଲୋଚନା କରିଥିଲେ। ଅପରାହ୍ନରେ ନୂଆପଡାସ୍ଥିତ ସର୍କିଟ ହାଉସରେ ଜିଲାପାଳ ଏବଂ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସାରିବା ପରେ ସେ କୋମନା, ଖଡିଆଳ ଗସ୍ତ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri