ବିଜ୍ଞାନ ଈଶ୍ୱରଙ୍କୁ ହତ୍ୟାକରେ ନାହିଁ

”୧୯୯୯ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ମାର୍ଟିନସ ଜେ.ଜି. ଭେଲ୍‌ମ୍ୟାନ୍‌ଙ୍କ ମତରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସେତୁବନ୍ଧଟିଏ ନିର୍ମାଣ କରିବା ସଂଗତି ଏବଂ ଅସଂଗତି ମଧ୍ୟରେ ତାହା କରିବା ଭଳି ମନେହୋଇପାରେ, କିନ୍ତୁ ବିଜ୍ଞାନକୁ ସମାଜର ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ତା’ଠାରେ ଅତ୍ୟାବଶ୍ୟକ ବୈଜ୍ଞାନିକ ମନୋଭାବର ସଞ୍ଚାର କରିବାର ଏହା ହେଉଛି ଏକ ନିର୍ଭରଯୋଗ୍ୟ ତଥା ସବୁଠାରୁ ସହଜସାଧ୍ୟ ମାର୍ଗ।“

କିଛିବର୍ଷ ତଳେ ଇଂଲଣ୍ଡର କ୍ୟାଥୋଲିକ ଚର୍ଚ୍ଚଗୁଡ଼ିକ ଦ୍ୱାରା ଅନୁଷ୍ଠିତ ସର୍ବେକ୍ଷଣରୁ ଜଣା ପଡ଼ିଥିଲା ଯେ ସାଧାରଣ ଲୋକଙ୍କ ମଧ୍ୟରୁ ୮୭.୬% ଈଶ୍ୱରଙ୍କ ସ୍ଥିତିକୁ ଦୃଢ଼ ଭାବେ ବିଶ୍ୱାସ କଲାବେଳେ ୧୨.୩%ଙ୍କର ଏଥି ସମ୍ପର୍କରେ ନିର୍ଦ୍ଦିଷ୍ଟ ମତାମତ ନାହିଁ କିମ୍ବା ସେମାନେ ଏହାକୁ ନେଇ ବିଶେଷ ଚିନ୍ତା କରନ୍ତି ନାହିଁ ଏବଂ ଅବଶିଷ୍ଟ ଅର୍ଥାତ୍‌ ଅତି ନଗଣ୍ୟ ହୋଇଥିବା ୦.୧% ସେଥିରେ ଆଦୌ ବିଶ୍ୱାସ କରନ୍ତି ନାହିଁ। ତେବେ, କ୍ରମଶଃ ଈଶ୍ୱରବିଶ୍ୱାସୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଏ ବିଶ୍ୱାସ ପ୍ରତି ନିଷ୍ଠାପରତା କମିବାରେ ଲାଗିଛି ବୋଲି ଏଥିରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ଈଶ୍ୱର ପ୍ରତି ବିଶ୍ୱାସ ନ ଥିବା ତଥା ତାଙ୍କ ସହିତ ସମ୍ପୃକ୍ତ ନ ଥିବା ଲୋକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଛି। ଏଥିପାଇଁ ଅନେକେ ବିଜ୍ଞାନକୁ ଦାୟୀକରନ୍ତି। ଏହା ମଣିଷକୁ ଅଧିକ ଯୁକ୍ତିବାଦୀ ଓ ବସ୍ତୁବାଦୀ କରିଦେଉଥିବାରୁ ଏପରି ଘଟୁଛି ବୋଲି ସେମାନଙ୍କ ମତ। କାରଣ ସେଥିଯୋଗୁ ସେ ଈଶ୍ୱରଙ୍କ ସ୍ଥିତିକୁ ମଧ୍ୟ ଯୁକ୍ତି ମାଧ୍ୟମରେ ତଉଲୁଛି ଏବଂ ସେଥିରେ ସଫଳ ନ ହେବା ଫଳରେ ତାଙ୍କ ପ୍ରତି ତା’ର ବିଶ୍ୱାସ ହ୍ରାସ ପାଉଛି। ଏଣୁ ବିଜ୍ଞାନର ପ୍ରଗତି ଆଧ୍ୟାତ୍ମିକତା ତଥା ଈଶ୍ୱର ବିଶ୍ୱାସର ବିଲୟ ଘଟାଇ ଚାଲିଛି ବୋଲି କୁହାଯାଉଛି।
ଅନ୍ୟପକ୍ଷରେ,୧୯୯୯ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ମାର୍ଟିନସ ଜେ.ଜି. ଭେଲ୍‌ମ୍ୟାନ୍‌ଙ୍କ ମତରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସେତୁବନ୍ଧଟିଏ ନିର୍ମାଣ କରିବା ସଂଗତି ଏବଂ ଅସଂଗତି ମଧ୍ୟରେ ତାହା କରିବା ଭଳି ମନେହୋଇପାରେ। କିନ୍ତୁ ବିଜ୍ଞାନକୁ ସମାଜର ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ତା’ଠାରେ ଅତ୍ୟାବଶ୍ୟକ ବୈଜ୍ଞାନିକ ମନୋଭାବର ସଞ୍ଚାର କରିବାର ଏହା ହେଉଛି ଏକ ନିର୍ଭରଯୋଗ୍ୟ ତଥା ସବୁଠାରୁ ସହଜସାଧ୍ୟ ମାର୍ଗ। ନିକଟରେ ମର୍ଯ୍ୟାଦାସମ୍ପନ୍ନ ଆନ୍ତର୍ଜାତିକ ଟେମ୍ପଲଟନ ପୁରସ୍କାର ତା’ର ଆଭିମୁଖ୍ୟକୁ ମୁଖ୍ୟତଃ ଏହି ଦିଗାଭିମୁଖୀ କରିଛି।
ଏହି ପୁରସ୍କାରଟି ଆମେରିକାର ଜନ୍‌ ଟେମ୍ପଲଟନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ୧୯୭୨ ମସିହାରେ। ତେବେ ୧୯୮୭ ମସିହାରେ ଜନ୍‌ ଟେମ୍ପଲଟନ ଫାଉଣ୍ଡେଶନ ଗଠନ କରାଯାଇ ତାକୁ ଏ ଦାୟିତ୍ୱ ସମର୍ପଣ କରାଯାଇଛି। ପ୍ରଥମେ ଏହାର ଆଭିମୁଖ୍ୟ ଥିଲା ଆଧ୍ୟାତ୍ମିକ ପରିସରକୁ ପ୍ରତିଷ୍ଠିତ କରିବା ଲାଗି ଅସାଧାରଣ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା। ତେଣୁ ପ୍ରାଥମିକ ଅବସ୍ଥାରେ ଏଥିପାଇଁ ବିଚାରକୁ ନିଆଯାଉଥିଲା ଧର୍ମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ। ଅତଏବ ଏହାର ପ୍ରଥମ ପ୍ରାପ୍ତକ ଥିଲେ ମଦର ଟେରେସା ଏବଂ ତାଙ୍କ ପରେ ଆର୍କ ବିଶପ ଦେଶମଣ୍ଡ ଟୁଟୁ, ଦଲାଇଲାମା, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଭଳି ଲୋକେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାର ପରିସର ବିସ୍ତାରିତ କରାଗଲା। ଫଳରେ ଫ୍ରିମ୍ୟାନ୍‌ ଡଏସନ (୧୯୯୪), ମାର୍ଟିନ ରିସ (୨୦୧୧)ଙ୍କ ଭଳି ବହୁ ପ୍ରଖ୍ୟାତ ବୈଜ୍ଞାନିକ ଏହା ଲାଭ କରିବାର ଗୌରବ ଅର୍ଜନ କଲେ। ଚଳିତବର୍ଷ (୨୦୧୯)ରେ ଏହି ୧.୪ ନିୟୁତ ଡଲାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଆମେରିକାର ନିଉହାମ୍ପସାୟାରସ୍ଥିତ ଡାର୍ଟମାଉଥ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ପ୍ରଫେସର ମାର୍ଶେଲୋ ଗ୍ଲେଇଷ୍ଟର। ସେ ମଧ୍ୟ ଏକକାଳୀନ ଭାବେ ପ୍ରାକୃତିକ ଦର୍ଶନ ବିଭାଗର ଆପଲଟନ ପ୍ରଫେସର ରୂପେ କାର୍ଯ୍ୟନିର୍ବାହ କରୁଛନ୍ତି।
ଗ୍ଲେଇଷ୍ଟର ଜଣେ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀ। ତାଙ୍କ ଅଧ୍ୟୟନ ଓ ଗବେଷଣାର ପରିସର ଖୁବ୍‌ ପ୍ରଶସ୍ତ। ତାହା ଆଦ୍ୟ ବିଶ୍ୱବ୍ରହ୍ମାଣ୍ଡର ପଦାର୍ଥ ବିଜ୍ଞାନଠାରୁ ଆରମ୍ଭକରି ନଭୋ-ଜୀବବିଜ୍ଞାନ, କଣିକା ପଦାର୍ଥ ବିଜ୍ଞାନ ଏବଂ ବିଶ୍ୱତତ୍ତ୍ୱ ପର୍ଯ୍ୟନ୍ତ ପରିବ୍ୟାପ୍ତ। ସେ ମଧ୍ୟ ଜଣେ ଉତ୍ତମ ଜନପ୍ରିୟ ବିଜ୍ଞାନ ଲେଖକ। ତାଙ୍କ ଲେଖାଗୁଡ଼ିକର ବିସ୍ତୃତ ପରିସର ମଧ୍ୟରେ ଥାଏ ବିଜ୍ଞାନ, ସଂସ୍କୃତି, ଦର୍ଶନ ଏବଂ ଆଧ୍ୟାତ୍ମିକତାର ଅନନ୍ୟ ସମନ୍ବୟ।
ବ୍ରାଜିଲର ରିଓ ଡି’ଜେନିରୋଠାରେ ୧୯୫୯ମାର୍ଚ୍ଚ ୧୯ ତାରିଖରେ ଜନ୍ମଲାଭ କରିଥିବା ଏହି ବୈଜ୍ଞାନିକଙ୍କ ପିତା ଆଇଜାକ ଥିଲେ ଜଣେ ଶିକ୍ଷାବିତ୍‌ ଏବଂ ମାତା ହାଲୁଜା ଜଣେ ଗୃହିଣୀ। ସେ ୧୯୮୧ ମସିହାରେ ସ୍ଥାନୀୟ ପୋଣ୍ଟିଫିକାଲ କ୍ୟାଥୋଲିକ ବିଶ୍ୱବିଦ୍ୟାଳୟରୁ ସ୍ନାତକ, ୧୯୮୨ ମସିହାରେ ସେଠାର ଫେଡେରାଲ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ୧୯୮୬ ମସିହାରେ ଲଣ୍ଡନର ସୁପ୍ରସିଦ୍ଧ କିଂଗ୍ସ କଲେଜର ପି.ଏଚ୍‌ଡି. ଉପାଧି ଲାଭ କରିଥିଲେ। ତତ୍ପରେ ସେ ୧୯୮୮ ମସିହା ଯାଏ ଫର୍ମିଂ ବିଜ୍ଞାନାଗାରରେ ଏବଂ ୧୯୯୧ ମସିହା ପର୍ଯ୍ୟନ୍ତ କାଭ୍‌ଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଓରିଟିକାଲ ଫିଜିକ୍ସରେ ଗବେଷଣା କରିବାକୁ ଲାଗିଲେ। ବର୍ତ୍ତମାନ ତାଙ୍କର କର୍ମସ୍ଥଳୀ ହେଉଛି ଡାର୍ଟମାଉଥ କଲେଜ। ପଦାର୍ଥ ବିଜ୍ଞାନକୁ ତାଙ୍କର ଅବଦାନ ପାଇଁ ଗ୍ଲେଇଷ୍ଟର ଲାଭ କରିଛନ୍ତି ବହୁ ପୁରସ୍କାର ଓ ସମ୍ମାନ। ଆମେରିକାନ ଫିଜିକାଲ ସୋସାଇଟିର ସେ ହେଉଛନ୍ତି ଜଣେ ପ୍ରାକ୍ତନ ସଦସ୍ୟ ଏବଂ ବର୍ତ୍ତମାନର ଫେଲୋ। ଅନ୍ୟପକ୍ଷରେ, ବ୍ରାଜିଲର ଏକାଡେମୀ ଅଫ୍‌ ଫିଲୋଶଫି ମଧ୍ୟ ତାଙ୍କୁ ସଦସ୍ୟତା ପ୍ରଦାନ କରିଛି। ସେ ଲାଭ କରିଥିବା ପୁରସ୍କାରଗୁଡ଼ିକ ମଧ୍ୟରେ ରହିଛି ଆମେରିକାର ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ଏବଂ ହ୍ବାଇଟ ହାଉସ ଦ୍ୱାରା ପ୍ରଦତ୍ତ ପ୍ରେସିଡେନ୍‌ସିଆଲ ଫାକଲ୍‌ଟି ଫେଲୋ ପୁରସ୍କାର। ବ୍ରାଜିଲିଆନ ସାଇନ୍ସ ରିସର୍ଚ୍ଚ କାଉନସିଲ ଦ୍ୱାରା ପ୍ରଦତ୍ତ ଜୋସ୍‌ ରେଇସ ଆଓ୍ବାର୍ଡ ଫର୍‌ ଦ ପବ୍ଲିକ ଅଣ୍ଡରଷ୍ଟାଣ୍ଡିଂ ଅଫ୍‌ ସାଇନ୍ସ ଏବଂ ବ୍ରାଜିଲିଆନ ଡାଇୟା ସ୍ପୋରା ପ୍ରାଇଜ।
ଗବେଷଣା ଓ ଜନପ୍ରିୟ ବିଜ୍ଞାନ ଲେଖା ଲେଖିବା ବ୍ୟତୀତ ଗ୍ଲେଇଷ୍ଟର ମଧ୍ୟ ଅନେକ ଟେଲିଭିଜନ ଓ ରେଡିଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ତହିଁରୁ ପ୍ରମୁଖଗୁଡ଼ିକ ଭିତରେ ରହିଛି ଷ୍ଟିଫେନ ହକିଂଙ୍କ ବିଶ୍ୱବ୍ରହ୍ମାଣ୍ଡ ବିୟଣ୍ଡ ଦ ବିଗ୍‌ବ୍ୟାଙ୍ଗ, ହାଓ ଲାଇଫ ବିଗାନ୍‌, ଫ୍ରେସ୍‌ ଏୟାର, ରେଡିଓଲାବ୍‌ ଇତ୍ୟାଦି। ଏସବୁ ସମଗ୍ର ବିଶ୍ୱର ୧୨୦ଟି ଦେଶରେ ବେଶ୍‌ ଜନାଦୃତ ହୋଇଛି। ବର୍ତ୍ତମାନ ସେ ଟେମ୍ପଲଟନ ପୁରସ୍କାର-୨୦୧୯ ଲାଭ କରିଛନ୍ତି। ବିଜ୍ଞାନ ଈଶ୍ୱରଙ୍କୁ ହତ୍ୟାକରେ ନାହିଁ ବୋଲି ଏକ ବିଜ୍ଞାନ ଓ ଦର୍ଶନ ସମ୍ମିଳିତ ପୃଷ୍ଠଭୂମି ଉପରେ ଆଧାରିତ କାର୍ଯ୍ୟକ୍ରମର ପ୍ରସାର ଲାଗି। ଏଥିରେ ସେ ଦୃଢ଼ ଭାବେ ସାବ୍ୟସ୍ତ କରିଛନ୍ତି ଯେ ବୈଜ୍ଞାନିକ ମାନସିକତା ଏବଂ ଆଧ୍ୟାତ୍ମିକତା ଯେ କେବଳ ଏକତ୍ର ତିଷ୍ଠିପାରିବେ ତା’ ନୁହେଁ ବରଂ ପରସ୍ପରକୁ ଋଦ୍ଧିମନ୍ତ ମଧ୍ୟ କରିପାରିବେ। ଏହାକୁ ସେ ଯୁକ୍ତିସିଦ୍ଧ ଭାବେ ଉପସ୍ଥାପିତ କରିଛନ୍ତି ବିବିଧ ବୈଜ୍ଞାନିକ ତଥ୍ୟର ଅବତାରଣା କରି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri