ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ୍‌,୧୦ା୬-ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ରେ ରବିବାର ନବମ ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ୮ ଦଳ ଭାଗ ନେଇଛନ୍ତି। ଗ୍ରୁପ୍‌ -ଏ’ରେ ୪ଟି ଦଳ ଯଥା ୟୁ ଆଣ୍ଡ ମି ବାଲେଶ୍ୱର, ଖଲ୍ଲିକୋଟ ଉଇଜାର୍ଡ଼, ଭୁବନେଶ୍ୱର ରାମେଶ୍ୱର କ୍ରିକେଟ କ୍ଲବ ଏବଂ ବ୍ରହ୍ମପୁର ରାମେଶ୍ୱର ସ୍ପୋର୍ଟିଂ କ୍ଲବ ରହିଛି। ସେହିଭଳି ଗ୍ରୁପ୍‌-ବି’ରେ ୪ଟି ଦଳ ଯଥା ଭୁବନେଶ୍ୱର କ୍ରାଉନ୍‌ ସ୍ପୋର୍ଟିଂ କ୍ଲବ, ବ୍ରହ୍ମପୁର ୟୁନିୟନ୍‌ କ୍ରିକେଟ କ୍ଲବ, ନବରଙ୍ଗପୁର କ୍ରିକେଟ କ୍ଲବ ଏବଂ ବ୍ରହ୍ମପୁର ଆଲ୍‌ଫା ସ୍ପୋର୍ଟିଂ କ୍ଲବ ରହିଛି । ରବିବାର ପ୍ରଥମ ମ୍ୟାଚ୍‌ ୟୁ ଆଣ୍ଡ ମି ବାଲେଶ୍ୱର ଏବଂ ଖଲ୍ଲିକୋଟ ଉଇଜାର୍ଡ଼ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଲେଶ୍ୱର ଦଳ ୧୮୫ରନ୍‌ କରିଥିଲା । ଦଳ ତରଫରୁ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ସର୍ବାଧିକ ୮୫ରନ୍‌ ଏବଂ ଜାମିଲା ଭଞ୍ଜନ ମହାପାତ୍ର ୪୯ରନ୍‌ କରିଥିଲେ। ଜବାବରେ ଖଲ୍ଲିକୋଟ ଦଳ ମାତ୍ର ୧୩୩ରନ୍‌ କରି ପରାସ୍ତ ହୋଇଥିଲା। ବାଲେଶ୍ୱର ତରଫରୁ ଜାମିଲା ଭଞ୍ଜନ ମହାପାତ୍ର ୨ଉଇକେଟ୍‌ ନେଇଥିଲେ। ତାଙ୍କର ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପ୍ରଦାନ କରାଯାଇଥିଲା। ଆମ୍ପାୟର୍‌ ଭାବେ ଡି. ସାଇ ଏବଂ ସୁଶାନ୍ତ ପଣ୍ଡା ଖେଳ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଦ୍ୱିତୀୟ ମ୍ୟାଚ୍‌ ଭୁବନେଶ୍ୱର କ୍ରାଉନ୍‌ ସ୍ପୋର୍ଟିଂ କ୍ଲବ ଏବଂ ବ୍ରହ୍ମପୁର ୟୁନିୟନ୍‌ କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଆୟୋଜିତ ଉଦ୍‌ଘାଟନ ଉତ୍ସବରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଆଇନଜୀବୀ ସଞ୍ଜିତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
ଆୟୋଜକ ଆଲ୍‌ଫା ସ୍ପୋର୍ଟିଂ କ୍ଲବ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ସଂଯୋଜକ ଜଗନ୍ନାଥ ମିଶ୍ର, ଆୟୋଜନ ସମ୍ପାଦକ ସୁରେନ୍ଦ୍ର କୁମାର ମହାରଣାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁରକୁ କରୁଥିଲେ ଗଞ୍ଜେଇ ଚାଲାଣ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ-୧)ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri