Posted inଜାତୀୟ

ବିଚାରପତିଙ୍କ ଡ୍ରାଇଭର୍‌ ଥିଲେ ପିତା: ୨୬ ବର୍ଷରେ ପୁଅ ହେଲେ ସିଭିଲ୍‌ ଜଜ୍‌

ଭୋପାଳ,୨୪।୮: ଇଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳିଥାଏ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି। ଜଣେ ବିଚାରପତିଙ୍କ ଡ୍ରାଇଭର ଥିବା ବ୍ୟକ୍ତିଙ୍କ ପୁଅ ଏବେ ୨୬ ବର୍ଷରେ ସିଭିଲ୍‌ ଜଜ୍‌ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗୋବର୍ଦ୍ଧନଲାଲ୍‌ ବଜାଡ୍‌ ଇନ୍ଦୋର ଜିଲା କୋର୍ଟରେ ବଚାରପତିଙ୍କ ଗାଡ଼ି ଚଳାଉଥିଲେ। ତାଙ୍କ ପୁଅ ଚେତନ ବଜାଡ୍‌ ଏବେ ସିଭିଲ୍‌ ଜଜ୍‌ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଓବିସି ବର୍ଗରେ ସେ ୧୩ତମ ସ୍ଥାନ ହାସଲ କରିଛନ୍ତି। ଏହି ପରୀକ୍ଷା ସେ ପୂର୍ବରୁ ଦେଇଥିଲେ ମଧ୍ୟ ସଫଳତା ପାଇ ପାରି ନ ଥିଲେ। ତେବେ ତାଙ୍କର କଠିନ ପରିଶ୍ରମ ଦ୍ୱାରା ଦ୍ୱିତୀୟ ଥର ସେ ସଫଳ ହୋଇଛନ୍ତି। ଚେତନଙ୍କ ପିତାଙ୍କ ସାନ ଭାଇ କୋର୍ଟରେ ଚୌକିଦାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଜାତୀୟ ରାଜନୀତିରେ ହଲଚଲ: ଆଜି ରାତି ୮ଟାରେ ବଡ଼ ଘୋଷଣା କରିବେ ସରକାର…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ପରେ କକରୋଚ ଜନତା ପାର୍ଟି (CJP) ର ପ୍ରତିବାଦ ଏବଂ ଜେନ୍-ଜି (Gen-Z) ଙ୍କ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଆଲର୍ଟ…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

CJPକୁ ସମର୍ଥନ କରି ଚାକିରି ଛାଡିଲେ ଉତ୍ତରାଖଣ୍ଡ ପୋଲିସ! ଆନ୍ଦୋଳନକୁ ନେଇ କଲେ ବଡ଼ ଖୁଲାସା,ଦେଶରେ ଚହଳ…

ନୂଆଦିଲ୍ଲୀ,୨୪।୭: CJP ମଞ୍ଚ ଏହାର ଚାଲିଥିବା ପ୍ରତିବାଦ ଯୋଗୁଁ ଦେଶବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଏବେ, ସେଠାରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri