ବାୟୁ ସେନା ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନ ଏକତା, ଅଖଣ୍ଡତା, ସାର୍ବଭୌମତ୍ୱ ରକ୍ଷାରେ ସେନା ଭୂମିକା ପ୍ରଶଂସନୀୟ:ରାଷ୍ଟ୍ରପତି

ବ୍ରହ୍ମପୁର ଅଫିସ୍‌,୨୯ା୯-ଗଞ୍ଜାମ ଜିଲା ଗୋପାଳପୁର ସେନା ଷ୍ଟେଶନ୍‌ସ୍ଥିତ ସେନା ବାୟୁ ପ୍ରତିରକ୍ଷା ବାହିନୀ(ଆର୍ମି ଏୟାର୍‌ ଡିଫେନ୍ସ)କୁ ଶନିବାର ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଏହି ସମ୍ମାନ ପ୍ରଦାନ କରିଛନ୍ତି । ନିଜ ଅଭିଭାଷଣରେ ରାଷ୍ଟ୍ରପତି କୋବିନ୍ଦ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ଦିଗରେ ଭାରତୀୟ ସଶସ୍ତ୍ର ସେନା ବାହିନୀ ଓ ସେନା ବାୟୁ ପ୍ରତିରକ୍ଷା ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଭାରତୀୟ ସ୍ଥଳ ସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ରାଷ୍ଟ୍ରପତି କଲର୍ସ ସମ୍ମାନ ହେଉଛି ସର୍ବୋଚ୍ଚ ସମ୍ମାନ । ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ଯୋଗୁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଶନିବାର ସକାଳ ସାଢ଼େ ୮ଟାରେ ରାଷ୍ଟ୍ରପତି କୋବିନ୍ଦ ସମାରୋହ ସ୍ଥଳରେ ପହଞ୍ଚିଥିଲେ । ବ୍ରିଗେଡ଼ିୟର୍‌ ରାଜୀବ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଏକ ଭବ୍ୟ ପରେଡ୍‌ ମାଧ୍ୟମରେ ରାଷ୍ଟ୍ରୀୟ ଅଭିବାଦନ ଦିଆଯାଇଥିଲା। ପରେ ଲ୍ୟୁଟେନାଣ୍ଟ ବିବେକ ବିଜୟ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ତରଫରୁ ରାଷ୍ଟ୍ରପତି କୋବିନ୍ଦଙ୍କଠାରୁ କଲର୍ସ ସମ୍ମାନ ଗ୍ରହଣ କରିଥିଲେ । ନିଜ ଅଭିଭାଷଣରେ ଏହି ସମ୍ମାନ ପ୍ରଦାନ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏଥି ସହ ରାଷ୍ଟ୍ରପତି କୋବିନ୍ଦ କହିଥିଲେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନା ବାୟୁ ପ୍ରତିରକ୍ଷାର ବହୁ ସୈନ୍ୟ ଦଳ ବିଭିନ୍ନ ଅଭିଯାନରେ ଭାଗ ନେଇଥିଲେ। ଏଥି ମଧ୍ୟରେ ବର୍ମା ଅଭିଯାନ, ଇମ୍ପାଲ ଓ କୋହିମା ଘେରାବନ୍ଦୀ, ରେଙ୍ଗୁନ୍‌ ପୁନଃଦଖଲ, ଆରାକାନ୍‌ ମାୟିତକିୟିନା, ହକଂ, ସିଙ୍ଗାପୁର, ମଲାୟାଲମ୍‌, ବାହାରିନ୍‌, ଇରାକ୍‌ ଏବଂ ପାରସ୍ୟ ସୈନ୍ୟ ଅଭିଯାନ ସାମିଲ୍‌ । ଏଥି ପାଇଁ ବହୁ ବୀରତ୍ୱ ସମ୍ମାନ ଯଥା ୪ ମିଲିଟାରୀ କ୍ରସ୍‌, ବ୍ରିଟିଶ୍‌ ସାମାଜ୍ୟର ଏକ ପଦକ, ୭ ଭାରତୀୟ ବିଶିଷ୍ଟ ସେନା ପଦକ ଏବଂ ବ୍ରିଟ୍ରିଶ୍‌ ସାମ୍ରାଜ୍ୟର ଦୁଇଟି ସମ୍ମାନପତ୍ର ସାମିଲ୍‌ । ସେନା ବାୟୁ ପ୍ରତିରକ୍ଷା ବାହିନୀର ୧୯୪୦ ପରଠୁ ଆର୍ଟିଲାରୀର ଏକ ଅଂଶବିଶେଷ ଭାବେ କାର୍ଯ୍ୟ କରିଆସୁଛି । ଏହାକୁ ୧୯୯୪ ରେ ଏକ ସ୍ବତନ୍ତ୍ର ଶସସ୍ତ୍ର ସୈନ୍ୟ ବାହିନୀ ଭାବେ ମାନ୍ୟତା ମିଳିଥିଲା । ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ୨ ଅଶୋକ ଚକ୍ର, ୨ କିର୍ତ୍ତୀ ଚକ୍ର, ୨୦ ବୀର ଚକ୍ର, ୯ ଶୌର୍ଯ୍ୟ ଚକ୍ର, ୧୧୩ ସେନା ପଦକ ଏବଂ ୫୫ ମାନ୍‌ସନ୍‌ ଇନ୍‌ ଡେସ୍‌ପ୍ୟାଚ୍‌ ସହିତ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪ ସମ୍ମାନଜକ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ରସେନା ପ୍ରତି ଅନୁପ୍ରାଣିତ କରିବ ବୋଲି ରାଷ୍ଟ୍ରପତି କୋବିନ୍ଦ ପ୍ରକାଶ କରିଥିଲେ । ଏଥି ସହ ସେ ଉପସ୍ଥିତ ସମସ୍ତ ସେନା ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସୂଚନାଯୋଗ୍ୟ, ସ୍ବାଧୀନ ବାହିନୀ ଭାବେ ୨୫ବର୍ଷରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଯୁଦ୍ଧ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି କଲର୍ସ ସମ୍ମାନ ପ୍ରଦାନ କରାଯାଇଥାଏ ।
କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥଳସେନା ମୁଖ୍ୟ ତଥା ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାୱତ, ସେନା ବାୟୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲ୍ୟୁଟେନାଣ୍ଟ ଜେନେରାଲ୍‌ ଆଶ୍ୱିନୀ କୁମାର, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାଜପା ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ସମେତ ସେନା ବାହିନୀର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri