ବାହୁଡ଼ିଲା ନରହନ୍ତା ଦନ୍ତା

ପରଜଙ୍ଗ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି ନରହନ୍ତା ଦନ୍ତା। ଦାନ୍ତ କଟାଯିବା ସତ୍ତ୍ୱେ ଏହାର ହିଂସ୍ର ଆଚରଣରେ କୌଣସି ପରିବର୍ତ୍ତନ ହେଉନାହିଁ। ଜନବସତିରେ ପଶି ଘରଦ୍ୱାର ଭାଙ୍ଗି ପକାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ କ୍ଷତିଗ୍ରସ୍ତମାନେ ମଙ୍ଗଳବାର ଜନଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏହାର ପ୍ରତିକାର ଦାବି କରିଛନ୍ତି।
ଡିହଡୋଳ ଫରେଷ୍ଟ ସେକ୍ସନରେ ୧୭ରୁ ଊର୍ଦ୍ଧ୍ୱ ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ଫସଲ ନଷ୍ଟ କରି ଚାଲିଛନ୍ତି। ସବୁଠାରୁ ବେଶି ଉତ୍ପାତ କରୁଛି ନରହନ୍ତା ଦନ୍ତା। କିଛିଦିନ ତଳେ ଉକ୍ତ ଦନ୍ତାର ହିଂସ୍ର ଆଚରଣରେ ଅତିଷ୍ଠ ହୋଇ ବନ ବିଭାଗ ଦାନ୍ତ କାଟିଥିଲା। ଏହା ଫଳରେ ଉପଦ୍ରବ କିଛିଟା କମିବ ବୋଲି ଆଶା କରାଯାଉଥିଲା। ହେଲେ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ସୋମବାର ବିଳମ୍ବିତ ରାତିରେ ଦନ୍ତା ହାତୀ ଲୋଧଣି, ପାଟରପଦା, ନୂଅଁାରୋଡ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ଲୋଧଣି ଗ୍ରାମର ବିକ୍ରମ ବିଶ୍ୱାଳ, ବାସନ୍ତୀ ବିଶ୍ୱାଳ, ଛଞ୍ଚା ସାହୁ, ନୂଅଁାରୋଡ ଗ୍ରାମର ଚିନା ନାୟକ, ରଞ୍ଜୁ ନାୟକ, ଭାରତୀ ନାୟକ, ପାଟରପଦା ଗ୍ରାମର କାର୍ତ୍ତିକ ନାୟକ, କ୍ଷେତ୍ରବାସୀ ନାୟକ, ରମେଶ ନାୟକ, ଡାକ୍ତର ନାୟକ, ଦୁଷ୍ମନ୍ତ ନାୟକ, ଅନାମ ବିଶ୍ୱାଳଙ୍କ ଘର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ହାତୀ କେବଳ ଘର ଭାଙ୍ଗୁନାହିଁ, ଘରେ ଥିବା ରନ୍ଧାଖାଦ୍ୟ, ଶସ୍ୟ ଖାଇଯାଉଛି। ହାତୀ ଭୟରେ ଲୋକମାନେ ସନ୍ଧ୍ୟା ହେଲେ ପଦାକୁ ବାହାରୁନାହାନ୍ତି। ବନ ବିଭାଗ କର୍ମଚାରୀଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ହାତୀ ପଲ ଅଞ୍ଚଳ ଛାଡ଼ି ଯିବାର ନଁା ଧରୁନାହାନ୍ତି। ଏହାକୁ ନେଇ ଚାଷୀ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି।
ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ହାତୀ ଉପଦ୍ରୁତ ଗ୍ରାମରେ କ୍ଷୟକ୍ଷତି ଆକଳନ କରାଯାଉଛି। ଖୁବ୍‌ଶୀଘ୍ର କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ହେଲେ ହାତୀ ଦ୍ୱାରା ଫସଲ ନଷ୍ଟ ଏବଂ ଘର ଭଙ୍ଗା ସହାୟତା ଠିକ୍‌ ଭାବେ ମିଳୁ ନ ଥିବା ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ଫେରାଦ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri