ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ ପକ୍ଷରୁ ଲାଞ୍ଜିଗଡ ହାଇସ୍କୁଲ ଖେଳ ପଡ଼ିଆଠାରେ ଲାଞ୍ଜିଗତ ବ୍ଲକ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଭବାନୀ ଶଙ୍କର ଲେଙ୍କା ପତାକା ଉତ୍ତୋଳନ କରିଥିଲେ।
ଲାଞ୍ଜିଗଡର ସମସ୍ତ ସ୍କୁଲର ଛାତ୍ରୀଛାତ୍ର ପରେଡ୍ରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେଶନିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗତ ବ୍ଲକ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଲେଙ୍କା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗତ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦୋରା ଯୋଗ ଦେଇଥିଲେ ।
ସମ୍ମାନୀୟ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡ ପୂର୍ବତନ ଜିଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରସାଦ ସିଂଦେଓ, ଲାଞ୍ଜିଗଡ ଏସ୍ଏସଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜ କିଶୋର ପାଇକରାୟ, ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସୁନା, ଲାଞ୍ଜିଗଡ ଥାନା ଆଇଆରବି ଜମାଦାର ବାସୁଦେବ କହଁର, ଲାଞ୍ଜିଗଡ ଥାନା ଏଏସ୍ଆଇ ବଳଭଦ୍ର ଗୌଡ଼, ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତି ସୁଶୀଲ ବାଗ, ଅଶୋକ ପଟ୍ଟନାୟକ, ଶ୍ରୀମୁଖ ଅଗସ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ଅତିଥିମାନଙ୍କ ଦ୍ୱାରା ଛାତ୍ରୀଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ଲାଞ୍ଜିଗଡ ପ୍ରେସ କ୍ଳବ ପକ୍ଷରୁ ଲାଞ୍ଜିଗଡ ପ୍ରେସ କ୍ଳବ କାର୍ଯ୍ୟାଳୟଠାରେ ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତି ସୁଶୀଲ ବାଗ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ଏବଂ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ଲାଞ୍ଜିଗଡ ପଞ୍ଚାୟତ ପରିସରରେ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗତ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟ ଓ ବେଦାନ୍ତ ଲିମିଟେଡ଼ରେ ବେଦାନ୍ତ ସିଇଓ ପ୍ରଣବ ଭଟାଚାର୍ଯ୍ୟ, ଲାଞ୍ଜିଗତ ଥାନା ପରିସରରେ ଥାନା ଅଧିକାରୀ ଯଶବନ୍ତ ହିଆଲ, ଲାଞ୍ଜିଗତ ଏସଏସଡି ସ୍କୁଲରେ ପ୍ରଧାନ ଶିକ୍ଷକ ରାଜ କିଶୋର ପାଇକରାୟ, ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସୁନା, ଲାଞ୍ଜିଗତ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅମିତା ସ୍ବାଇଁ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ସେହିପରି ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତ ,ବିଭିନ୍ନ ଅଫିସ, ସ୍କୁଲ, କଲେଜରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।

