ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ନିର୍ଦ୍ଦେଶାବଳୀ: ପୋର୍ଟାଲରେ ନାମ ପଞ୍ଜୀକରଣ ଜରୁରୀ

ଭୁବନେଶ୍ୱର,୩।୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରୀଛାତ୍ର ଏବଂ ଲୋକମାନେ ଓଡ଼ିଶାକୁ ଫେରିବା ଆରମ୍ଭ କରିଛନ୍ତିି। ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଲୋକମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି, ସେମାନେ ୱେବ୍‌ ପୋର୍ଟାଲରେ ଆଗୁଆ ନାମ ପଞ୍ଜୀକୃତ କରିବା ଜରୁରୀ। କେଉଁ ଯାନରେ ଫେରୁଛନ୍ତି ଓ ସେମାନଙ୍କର ସମସ୍ତ ବିବରଣୀ ପଞ୍ଜୀକରଣ ବେଳେ ପୋର୍ଟାଲରେ ଉଲ୍ଲେଖ କରିବାକୁ ପଡିବ। ସେମାନଙ୍କୁ ଓଡ଼ିଶାରେ ପହଞ୍ଚିିବା ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ କ୍ରମେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ହେବ। ଫେରୁଥିବା ଲୋକମାନେ କେବଳ ସୀମା ଚେକ୍‌ ପଏଣ୍ଟ ଦେଇ ଆସିବାକୁ ପଡିବ। ଅନ୍ୟ କୌଣସି ବାଟେ ଆସିିବାକୁ ଅନୁମତି ଦିଆଯିବ ନାହିଁ। ଲୋକମାନଙ୍କ ଆନ୍ତଃରାଜ୍ୟ ଚଳାଚଳ ନେଇ ଅନ୍ୟ ରାଜ୍ୟ ସହିତ ଯୋଗାଯୋଗ କରିବାକୁ ସରକାର ରାଜ୍ୟ ସଂଯୋଜକ ନିଯୁକ୍ତି କରିଛନ୍ତି। ସଡକ ପଥ ଦେଇ ଆସୁଥିବା ଲୋକଙ୍କର ପଞ୍ଜୀକରଣକୁ ଆନ୍ତଃ ରାଜ୍ୟ ସୀମାରେ ଥିବା ଚେକ୍‌ଗେଟ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ସେମାନଙ୍କର ଆଙ୍ଗୁଠି ଛାପ ମଧ୍ୟ ରଖାଯିବ। ଏହା ପରେ ଉକ୍ତ ଯାନ କେଉଁ ରାସ୍ତାରେ ଯିବ ସେ ନେଇ କର୍ର୍ତ୍ତୃପକ୍ଷ ପାସ୍‌ ପ୍ରଦାନ କରିବେ। ତାକୁ ଅନୁମତି ପାସ୍‌ ଭାବେ ଧରାଯିବ। ଯେଉଁ ଜିଲାରେ ପହଞ୍ଚିବେ ସେହି ଯାନ ଓ ଯାତ୍ରୀଙ୍କର ସମସ୍ତ ତଥ୍ୟ ସମ୍ପୃକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯିବ। ଆସିବା ସମ୍ପର୍କରେ ଜିଲାପାଳ ଆଗୁଆ ସୂଚନା ପାଇବା ସହ ଲୋକମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେବା ପାଇଁ ସେଠାରେ ଥିବା କର୍ତ୍ତୃପକ୍ଷଙ୍କୁ ଜଣାଇବେ। ସହରାଞ୍ଚଳରେ ମହାନଗର ନିଗମ କମିଶନର, ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଗ୍ରାମାଞ୍ଚଳରେ ସରପଞ୍ଚଙ୍କୁ କ୍ୱାରାଣ୍ଟାଇନ୍‌ କର୍ତ୍ତୃପକ୍ଷ ଭାବେ ନିଯୁକ୍ତି କରାଯାଇଛି। କ୍ୱାରାଣ୍ଟାଇନ୍‌ କର୍ତ୍ତୃପକ୍ଷ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ ବାହାର ରାଜ୍ୟ ଫେରନ୍ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସ୍କ୍ରିନିଂ କରିବେ। ସହରାଞ୍ଚଳ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌କୁ ଅନୁମତି ଦିଆଯିବ।
ଯେଉଁମାନଙ୍କର ଘରୋଇ ସୁବିଧା ନ ଥିବ ସେମାନେ ସରକାରଙ୍କ କ୍ୱାରାଣ୍ଟାଇନ୍‌ରେ ରହିବେ। ଯଦି କେହି ହୋଟେଲ କିମ୍ବା ଲଜ୍‌ରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଚାହିଁବେ ସେ ନିଜ ଖର୍ଚ୍ଚରେ ରହି ପାରିବେ। ତେବେ ଗ୍ରାମାଞ୍ଚଳରେ କେବଳ ପଞ୍ଚୟତରେ କରାଯାଇଥିବା କ୍ୱାରାଣ୍ଟାଇନ୍‌ରେ ରହିବାକୁ ହେବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ଯେଉଁମାନେ ଘରେ କିମ୍ବା ହୋଟେଲରେ ରହିବେ ସେହି କୋଠରି କାନ୍ଥରେ କ୍ୱାରାଣ୍ଟାଇନ୍‌ ଷ୍ଟିକର ଲଗାଯିବା ସହ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ନିୟମିତ ସେଠାକୁ ଯାଇ ପରିସ୍ଥିତି ତଦାରଖ କରିବେ। ବାହାର ଫେରନ୍ତାଙ୍କୁ କୋଭିଡ୍‌-୧୯ ନିୟମ କଡାକଡି ଭାବେ ପାଳନ କରିବାକୁ ପଡିବ। କ୍ୱାରାଣ୍ଟାଇନ୍‌ ଶେଷ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

‘VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍‌ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ।…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

ଦେବଗଡରେ ଅଭାବନୀୟ ଘଟଣା, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ। ରିଆମାଳ ଥାନା ଦୁଧିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁସାରେ,…

ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ବର୍ଷିିଲେ ଦେବାଶିଷ, କହିଲେ ମୁଁ ଅଣନିଶ୍ୱାସୀ ଥିଲି …

ଭୁବନେଶ୍ୱର, ୨୮।୫: ଭାଜପାରେ ମିଶିବା ପରେ ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ପୁଣି ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ମୁଁ ଏବେ ଘରକୁ ଫେରିବା…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri