ବୁଗୁଡା,୨୫ା୯(ଡି.ଏନ୍.ଏ.)- ରାଜ୍ୟର କେତେକ ବିଦ୍ୟାଳୟରେ ଏବେ ଭୂତ ଭୟ ଯୋଗୁ ଛାତ୍ରୀଛାତ୍ର ସ୍କୁଲକୁ ଆସୁ ନାହାନ୍ତି। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସମ୍ପୃକ୍ତ ଜିଲାର ଶିକ୍ଷା ଅଧିକାରୀମାନଙ୍କୁ ସଚେତନତା ସୃଷ୍ଟି କରିବା ସହ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଞ୍ଚଳରେ ମଧ୍ୟ ଏକ ବାଳିକା ବିଦ୍ୟାଳୟ ଛାତ୍ରୀଙ୍କ ମଧ୍ୟରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ବୁଗୁଡା ବ୍ଲକ ବାଲିପଦର ଶ୍ରୀ ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ୪୩ ଓ ଦଶମରେ ୪୨ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ଜଣେ ଛାତ୍ରୀ ଅଗଷ୍ଟ ୨୫ରେ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ। ଏହା ପରଦିନ କେତେଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ନିକଟରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳିଥିଲା। ସେବେଠାରୁ ନିୟମିତ ଭାବେ ଏପରି ଘଟଣା ଘଟୁଛି। ବିଭିନ୍ନ ସମୟରେ ଛାତ୍ରୀମାନେ ମୁଣ୍ଡ ବୁଲାଇ ଅଚେତ ହୋଇପଡୁଛନ୍ତି। ଏହା ଅଭିଭାବକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସେପ୍ଟେମ୍ବର ୧୬ରେ ଦଶମ ଶ୍ରେଣୀ ପ୍ରିଟେଷ୍ଟ ପରୀକ୍ଷା ଚାଲିଥିବାବେଳେ ୮ ଛାତ୍ରୀ ମୁଣ୍ଡ ବୁଲାଇ ଅଚେତ ହୋଇଯାଇଥିଲେ। ଏପରି ବାରମ୍ବାର ଘଟିବାରୁ ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧି ସ୍ଥାନୀୟ ବିଇଓ ରସାନନ୍ଦ କର ଓ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଏବେ ଅଧିକାଂଶ ଅଭିଭାବକ ସେମାନଙ୍କ ଛାତ୍ରୀଙ୍କୁ ବିଦ୍ୟାଳୟ ଛାଡୁ ନାହାନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ
ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…
ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ
କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…
ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…
ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…
ହୀରାକୁଦରେ ବନ୍ଦ ହେଲା ୮ ଗେଟ୍, ୭ ଗେଟ୍ରେ ହେଉଛି ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍…
ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର
ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…
ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…
ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…
ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…
ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର
କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…
Archives

