ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ

ରାସଗୋବିନ୍ଦପୁର,୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍‌ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମୂଷାମାରୀ ଗ୍ରାମର ମିଣ୍ଟୁ ତରେଇ। ମିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ମିଣ୍ଟୁ ଦୀର୍ଘଦିନ ଧରି ଉକ୍ତ ବାଲିଖାଦାନକୁ ବିରୋଧ କରି ଆସୁଥିଲେ। ସକାଳେ ତାଙ୍କ ମୃତଦେହ ବାଲି ଗଚ୍ଛିତ ଥିବା ସ୍ଥାନରେ ପଡ଼ି ରହିଥିବା ଦେଖାଯାଇଥିଲା। ମିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଗ୍ରାମବାସୀ ଓ ପରିବାରବର୍ଗ ମୃତଦେହକୁ ଧରି ରାସଗୋବିନ୍ଦପୁର-ବାରିପଦା ମୁଖ୍ୟରାସ୍ତା ମୂଷାମାରୀ ଛକରେ ଅବରୋଧ କରିଥିଲେ। ଫଳରେ ରାସଗୋବିନ୍ଦପୁର ଓ ବାରିପଦା ମଧ୍ୟରେ ଯାତାୟାତ ଠପ୍‌ ହୋଇପଡ଼ିଥିଲା। ଘଟଣାସ୍ଥଳରେ ରାସଗୋବିନ୍ଦପୁର ଅତିରିକ୍ତ ତହସିଲଦାର ପ୍ରଭାତ କୁମାର ମହାପାତ୍ର, ରାସଗୋବିନ୍ଦପୁର ଥାନା ଆଇଆଇସି କେ.ସି. ପଲେଇ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ଭାଜପାରେ ମିଶିବା ଚର୍ଚ୍ଚା ଭିତରେ ବଡ଼ କଥା କହିଦେଲେ ବିକ୍ରମ ଆରୁଖ, ‘ବିଜେଡିରେ..’

ଭୁବନେଶ୍ବର,୧୯ା୭: ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri