ବାରିପଦା ପୌର ପରିଷଦରେ ଅନିୟମିତତା: ସମ୍ପର୍କୀୟଙ୍କୁ ମିଳିଛି ଦୋକାନ ଘର

ବାରିପଦା ଅଫିସ,୧।୮-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ବାରିପଦା ସହର ପରିଚିତ। ଏକଦା ଭଞ୍ଜଦେଓ ବଂଶର ରାଜଧାନୀ ଥିବା ଏହି ସହର ଏବେ ପୌର ପରିଷଦ ଦ୍ୱାରା ପରିଚାଳିତ ହେଉଛି। ତେବେ ଟେଣ୍ଡର ଫିକ୍ସିଂ, ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଟଙ୍କା ପ୍ରଦାନରେ ଅନିୟମିତତା, ନିର୍ମାଣ କାର୍ଯ୍ୟରେ ଅନିୟମିତତା ଆଦି ବିଭିନ୍ନ ଘଟଣାକୁ ନେଇ ଏହି ପୌର ପରିଷଦ ସବୁବେଳେ ସମାଲୋଚନାର ଶିକାର ହେଉଛି। ଠିକାଦାର ଓ ପୌର କର୍ମଚାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଦୋକାନ ଘର ଦେବା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏପରିକି କଚେରି ବଜାର ପରିସରରେ ୫ ଜଣଙ୍କୁ ଦୋକାନ ଘର ନିର୍ମାଣ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ପୌର ପରିଷଦ ପକ୍ଷରୁ ୨୦୧୨ ଓ ୨୦୧୩ରେ ଦୋକାନ ଗୃହ ନିର୍ମାଣ ପାଇଁ ମ୍ୟୁନିସିପାଲ ଆକ୍ଟର ୨୫୫ ଧାରା ଅନୁସାରେ ପ୍ରଥମେ ଜାଗା ପ୍ରଦାନ କରାଯାଇଥିଲା। ପରେ ୨୦୧୫ ମସିହାରେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ଦୋକାନଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। ପୌର ପରିଷଦର ଜଣେ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ବ୍ୟକ୍ତିମାନେ ଦୋକାନ ଘର ନିର୍ମାଣ କରିବେ ଏବଂ ଅନୁମତି ପତ୍ର ପାଇବାର ୬ ମାସ ମଧ୍ୟରେ ଦୋକାନ ଘର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁମତିପତ୍ର ପାଇବାର ୬ ମାସ ପରିବର୍ତ୍ତେ ପ୍ରାୟ ୪ ବର୍ଷ ପରେ ଏହା ନିର୍ମାଣ କରାଯାଉଛି। ନିୟମ ଖିଲାପ ସତ୍ତ୍ୱେ ପୌର କର୍ତ୍ତୃପକ୍ଷ ଏମାନଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏପରିକି ଗତ ଫେବୃୟାରୀରେ ପୌର ପରିଷଦ ବୋର୍ଡ ଭାଙ୍ଗିବା ପୂର୍ବରୁ ଦୋକାନଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଅନୁମତିପତ୍ରକୁ ବାତିଲ କରି ପୁନର୍ବାର ଅନୁମତିପତ୍ର ପ୍ରଦାନ କରାଯାଇଛି। ଏସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରି ଏପରି ହୋଇ ନ ଥିବା କହିଛନ୍ତି। କିନ୍ତୁ ବ୍ୟବସାୟୀ ଓ ସାଧାରଣ ଲୋକେ ଏନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି କଚେରି ମାର୍କେଟ ପରିସରରେ ପୌର ପରିଷଦ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ଏଥିପାଇଁ ୨୦୧୬ ମସିହାରେ ବ୍ୟବସାୟୀଙ୍କୁ କଚେରି ମାର୍କେଟର କିଛି ନିର୍ଦ୍ଦିିଷ୍ଟ ସ୍ଥାନରୁ ଉଠାଯାଇଥିଲା। ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରିବା ପରିବର୍ତ୍ତେ ଠିକାଦାର ଓ ପୌରକର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଦୋକାନ ଘର ନିର୍ମାଣ ପାଇଁ ଅନୁମତି ଦେବା ପୌର କର୍ତ୍ତୃପକ୍ଷଙ୍କ ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ଏହି ବ୍ୟବସାୟୀମାନେ ସେତେବେଳେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସେହି ସମୟରେ ଉତ୍ତର ଦେଇଥିଲେ, କଚେରି ମାର୍କେଟ ପରିସରରେ ସ୍ଥାୟୀ ଦୋକାନ ଘର ନିର୍ମାଣ କରାଯିବା ପାଇଁ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରାଯାଇଛି। ସ୍ଥାୟୀ ଦୋକାନ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଏହି ବ୍ୟବସାୟୀମାନେ ଅସ୍ଥାୟୀ ଭାବେ ବ୍ୟବସାୟ କରିବେ। ଏପରିସ୍ଥଳେ ଏହି କଚେରି ମାର୍କେଟ ପରିସରରେ ପ୍ରକୃତ ବ୍ୟବସାୟୀମାନଙ୍କୁ ଦୋକାନ ଘର ନିର୍ମାଣ କରିବା ପାଇଁ ଜାଗା ନ ଦେଇ ବାହାର ଲୋକଙ୍କୁ ଜାଗା ଦେବା ଘଟଣା ବ୍ୟବସାୟୀଙ୍କୁ ଆଲୋଡିତ କରିଛି। ଏହି ବ୍ୟକ୍ତିମାନେ କିଛିଦିନ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଠିକାଦାର ଓ ପୌର କର୍ମଚାରୀଙ୍କ ଚଞ୍ଚକତା ଦ୍ୱାରା ଏଭଳି କାରସାଦି କରାଯାଇଥିବା ସମାଜିକକର୍ମୀ କିଶୋର ବେହେରା ଅଭିଯୋଗ କରଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?