Posted inଖେଳ

ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ

କଟକ ଅଫିସ,୧୪ା୧୨-
ବାରବାଟୀ ଷ୍ଟାଡିୟମରେ ଏକ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଆସନ୍ତା ମାର୍ଚ୍ଚରେ ଏଠାରେ ଭାରତ-ଦକ୍ଷିଣଆଫ୍ରିକା ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବା ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପ୍ରଚେଷ୍ଟା ଆରମ୍ଭ କରିଛି। ଏ ନେଇ ଓସିଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଚଳାଇଛି। ଆସନ୍ତା ୨୨ରେ ଏଠାରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇ କ୍ଷମତାଶାଳୀ କ୍ରୀଡ଼ା ସଙ୍ଗଠକଙ୍କ ଉପସ୍ଥିତି ପରେ ବାରବାଟୀରେ ଟେଷ୍ଟ ମ୍ୟାଚ ଆୟୋଜନ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ଓସିଏର ଜଣେ ଅଧିକାରୀ କହିଛନ୍ତି।
ଆସନ୍ତା ମାର୍ଚ୍ଚରେ ଦକ୍ଷିଣଆଫ୍ରିକା ଭାରତ ଗସ୍ତରେ ଆସି ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିବ। ଦକ୍ଷିଣଆଫ୍ରିକାର ଉକ୍ତ ଗସ୍ତରେ ଟେଷ୍ଟ ସିରିଜ ଯୋଡ଼ାଯିବାକୁ ଯୋଜନା ଚାଲିଛି। ଯାହାଦ୍ୱାରା ବାରବାଟୀରେ ଗୋଟିଏ ମ୍ୟାଚ୍‌ ଆୟୋଜନ କରାଯିବାକୁ ପ୍ରସ୍ତୁତ ହେଉଛି ଓସିଏ। ବାରବାଟୀରେ ମୋଟ୍‌ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି। ୧୯୮୭ରେ ଶ୍ରୀଲଙ୍କା ବିପକ୍ଷରେ ଓ ୧୯୯୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଗୋଟିଏ ଲେଖାଏ ଟେଷ୍ଟ ମ୍ୟାଚ ବାରବାଟୀରେ ଖେଳିଛି। ଦୀର୍ଘ ୨୪ବର୍ଷର ବ୍ୟବଧାନ ପରେ ବାରବାଟୀରେ ପୁଣି ଥରେ ଟେଷ୍ଟ ମ୍ୟାଚ ଦେଖିବାକୁ ମିଳିବ। ଯାହା ରାଜ୍ୟର ଅଗଣିତ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍‌ କହିଲେ…

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…

ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?