ବାତ୍ୟାକୁ ପୂରିଲା ୩ ମାସ: ପୁରୀ ଜିଲାରେ ଅସଜଡ଼ା ଶିକ୍ଷା ଭିତ୍ତିଭୂମି

ପୁରୀ ଅଫିସ, ୩।୮: ୨୦୧୯ ମେ ୩ ତାରିଖ। ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନଟିଏ। ଏହିଦିନ ପୁରୀକୁ ଛାରଖାର କରିଦେଇଥିଲା ବାତ୍ୟା ଫନୀ। ଶନିବାର ବାତ୍ୟାକୁ ୩ମାସ ପୂରୁଛି। ବିଭିନ୍ନ କ୍ଷେତ୍ରରେ ଯଦିଓ ସ୍ବାଭାବିକ ଅବସ୍ଥା ଫେରିଛି କିନ୍ତୁ ଏ ପର୍ଯ୍ୟନ୍ତ ଜିଲାର ଶିକ୍ଷା ବ୍ୟବସ୍ଥା ସଜଡ଼ା ଯାଇପାରିନାହିଁ। ଅସଜଡ଼ା ଭିତ୍ତିଭୂମି ଯୋଗୁ ଏକପ୍ରକାର ଭୁଶୁଡ଼ିିପଡ଼ିଛି ଶିକ୍ଷାଦାନ ବ୍ୟବସ୍ଥା। ବିଦ୍ୟାଳୟ ପରିସରରେ ଅର୍ଦ୍ଧଭଗ୍ନ କୋଠା ଏବେ ବି ସେମିତି ମୁଣ୍ଡଟେକି ରହିଛି। ଖରା, ବର୍ଷା ଖାଇ ଏହି କୋଠାଗୁଡ଼ିକ ବିପଦସଙ୍କୁଳ ହୋଇପଡ଼ିିଥିଲେ ବି ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଇନାହିଁ। ଅନେକ ବିଦ୍ୟାଳୟରେ ପିଲାମାନେ ଭୟଭୀତ ଅବସ୍ଥାରେ ପଢୁଛନ୍ତି। ସବୁଠୁ ପରିତାପର ବିଷୟ ହେଉଛି ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇନାହିଁ। ଏଥିଯୋଗୁ ଜିଲାର ୫୮ଟି ସ୍କୁଲର ପିଲା ଗଁ। କୋଠଘର, ବାତ୍ୟା ଆଶ୍ରୟସ୍ଥଳ ଏବଂ ନିକଟସ୍ଥ ବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତି।
କୌଣସି ଗଁ। ଗହଳି ନୁହେଁ ଖୋଦ୍‌ ପୁରୀ ସହର ମଧ୍ୟସ୍ଥଳରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ପୁରୀ ସହରର ଏହା ଏକ ପୁରାତନ ଶିକ୍ଷାନୁଷ୍ଠାନ। ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ ଛାତ୍ରୀ ପଢୁଛନ୍ତି। ବାତ୍ୟାରେ ଏହି ସ୍କୁଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କମ୍ପ୍ୟୁଟର ଏବଂ ଏନ୍‌ସିସି କକ୍ଷ ସମେତ ୩ବଖରା ଆଜବେଷ୍ଟସ ଘର ନଷ୍ଟ ହୋଇଯାଇଛି। ପବନରେ ଆଜବେଷ୍ଟସ ଉଡ଼ିିଯିବା ପରେ ଏହି ୩ଟି ପ୍ରକୋଷ୍ଠରେ ଥିବା ସବୁ ଜିନିଷ ପାଣି ପଶି ନଷ୍ଟ ହୋଇଛି। ସେହିପରି ପ୍ରବେଶ ପଥ ଗ୍ରୀଲ, କ୍ୟାଣ୍ଟିନ, ପରିସ୍ରାଗାର କବାଟ ସମେତ ସ୍କୁଲ ପରିସରରେ ବ୍ୟାପକ ଗଛ ଭାଙ୍ଗିଯାଇଛି। ପାଚେରି ଭାଙ୍ଗି ମୁକୁଳା ପଡ଼ିଛି। ଏ ପର୍ଯ୍ୟନ୍ତ କିଛି ମରାମତି କରାଯାଇନାହିଁ। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପଙ୍କଜିନୀ ମହାନ୍ତି କହିଛନ୍ତି, ବାତ୍ୟାରେ ସ୍କୁଲର ୩ଟି ଆଜବେଷ୍ଟସ କୋଠା ଓ ପରିସ୍ରାଗାର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପୁରୁଣା କୋଠା ପାଣି ପବନ ଖାଇ ବିପଦସଙ୍କୁୁଳ ହୋଇପଡ଼ିଥିବାରୁ ଭାଙ୍ଗିବା ତୁରନ୍ତ ଦରକାର ପଡୁଛି। ପିଲାମାନେ ବିପଦସଙ୍କୁୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ମୁଖ୍ୟ ଫାଟକ ଓ ପାଚେରି ଭାଙ୍ଗି ଯାଇଥିବାରୁ ସ୍କୁଲଟି ଖୋଲାପଡ଼ିିଛି। ସ୍କୁଲ ଛୁଟି ପରେ ଏହି ସ୍ଥାନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ପାଣି ଟ୍ୟାପ୍‌, ଝରକାରେ ଲାଗିଥିବା ଗ୍ରୀଲ ଆଦି ଚୋରି ହେଉଛି। ଜଣେ ୱାଚ୍‌ମ୍ୟାନଙ୍କ ପକ୍ଷେ ଜଗାରଖା କରିବା ସମ୍ଭବ ହେଉନାହିଁ। ଅନ୍ୟ କିଛି କାମ ହେବା ପୂର୍ବରୁ ପ୍ରଥମେ ୩ଟି ପ୍ରକୋଷ୍ଠର ଅର୍ଦ୍ଧଭଗ୍ନ କୋଠା ଭଙ୍ଗାଯିବା ଓ ଶୌଚାଳୟ ମରାମତି ହେବା ଆବଶ୍ୟକ ବୋଲି ମହାନ୍ତି ମତବ୍ୟକ୍ତ କରିଛନ୍ତି। ନବମ ଶ୍ରେଣୀ ଛାତ୍ରୀ ଅଲିଭା ଦାଶ କହିଛନ୍ତି, ବାତ୍ୟା ପରେ ସ୍କୁଲ ଅସୁରକ୍ଷିତ ହୋଇପଡ଼ିଛି। ଫାଟକ ଓ ପାଚେରି ଭାଙ୍ଗିପଡ଼ିଥିବାରୁ ବାହାର ଲୋକ ଏପରିକି ଷଣ୍ଢ, ଗାଈ ଆଦି ପଶି ଆସୁଛନ୍ତି। ପରିସ୍ରାଗାର ଭାଙ୍ଗିଯାଇଥିବାରୁ ଟଏଲେଟ୍‌ ଯିବା ବଡ଼ ସମସ୍ୟା ହୋଇଛି। ଏନ୍‌ସିସି ଏବଂ କମ୍ପ୍ୟୁଟର ରୁମ୍‌ ନଷ୍ଟ ହୋଇଯାଇଛି। ବିପଦସଙ୍କୁଳ କୋଠା ଭାଙ୍ଗିପଡ଼ିବାର ଆଶଙ୍କା ଥିବାରୁ ଆମେ ଭୟଭୀତ ଅବସ୍ଥାରେ ପାଠ ପଢୁଛୁ । ଏ ନେଇ ଶିକ୍ଷୟିତ୍ରୀମାନେ ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଅବଗତ କରାଇଲେ ମଧ୍ୟ କେହି କିଛି କରୁନାହାନ୍ତି ବୋଲି କହିଛନ୍ତି ଅଲିଭା।
ଫନୀ ମାଡ଼ରେ ଏଭଳି ଭାବେ ଜିଲାର ଅନେକ ସ୍କୁଲର ଭିତ୍ତିଭୂମି ଉଜୁଡ଼ିଯାଇଛି। ଏ ପର୍ଯ୍ୟନ୍ତ ସ୍କୁଲ ମରାମତି ହୋଇ ନ ଥିବାରୁ ପିଲାମାନେ ଅନ୍ୟତ୍ର ପଢୁଛନ୍ତି। ନିମାପଡ଼ା ବ୍ଲକରେ ୧୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୧୭ଟି ବ୍ଲକଗ୍ରାଣ୍ଟ ସ୍କୁଲ ଏବେ ଗଁ। କୋଠଘର, ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଛି। ଏହି ବ୍ଲକର କୋପିନ୍ଦା ପାତଳି ଏବଂ ବଡ଼ିରିକୋଲ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ଗଁ। କୋଠଘରେ ଏବଂ ବଉଳପଦା ପଞ୍ଚାୟତ ହାଇସ୍କୁଲ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଥିବା ନିମାପଡ଼ା ବ୍ଲକ ଶିକ୍ଷାଧିକାରୀ ବିଜୟ ବେହେରା କହିଛନ୍ତି। ଏ ନେଇ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାଶ କହିଛନ୍ତି, ବର୍ତ୍ତମାନ ଜିଲାର ୫୮ଟି ସ୍କୁଲର ଛାତ୍ରୀଛାତ୍ର ନିକଟସ୍ଥ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳ ଆଦିକୁ ଯାଇ ପଢୁଛନ୍ତି। ଏହି ସ୍କୁଲଗୁଡ଼ିକ ବାତ୍ୟାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ତୁରନ୍ତ ମରାମତି ସରିବା ପରେ ପୁଣି ପିଲାମାନେ ନିଜ ସ୍କୁଲକୁ ଫେରିବେ। ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ମରାମତି ପାଇଁ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକୁ ୨ଲକ୍ଷ ଟଙ୍କା ଲେଖାଏ ଦିଆଯାଇଥିଲା। ଏବେ ୯୬ କୋଟି ଟଙ୍କା ଅନୁଦାନ ଆସିଛି। ଖୁବ୍‌ଶୀଘ୍ର କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ସ୍ଥାୟୀ ମରାମତି କାମ ଆରମ୍ଭ ହେବ। ତେବେ ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ପର୍କରେ ସ୍ଥାନୀୟ ବିଧାୟକ ଲିଖିତ ଭାବେ ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯିବ। ସେ ଖୁବଶୀଘ୍ର ପୁରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସାର ସଙ୍କଟ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ…

ବିଦ୍ୟୁତ୍‌ କାଟ୍‌କୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୫: ବିଦ୍ୟୁତ୍‌ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି,…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ, ସମସ୍ତ କୁଳପତିଙ୍କୁ ଚିଠି ଲେଖି…

ଭୁବନେଶ୍ୱର,୨୧ା୫: ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ସଚିବ। ଏନେଇ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ…

ଆକାଶରୁ ବର୍ଷୁଛି ନିଆଁ, କଲବଲ ହେଉଛି ଜୀବନ, ଆହୁରି ୫ ଦିନ ଯାଏ…

ଭୁବନେଶ୍ୱର,୨୧ା୫: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି। ଅସହ୍ୟ ଖରା ତାତି ଓ ଗୁଳୁଗୁଳିରେ କଲବଲ ହେଉଛି ଜୀବନ। ସକାଳୁ ରାତି, ଘରେ…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri