ସମ୍ପରେ ଫସି ଠିକାଦାରଙ୍କ ସମେତ ୩ ମୃତ

ଭୁବନେଶ୍ୱର, ୩ା୮(ବ୍ୟୁରୋ): ଏକ ନିର୍ମାଣାଧୀନ ଘରର ପାଣି ସମ୍ପ୍‌ରେ ଫସି ଜଣେ ଶ୍ରମିକ ଠିକାଦାର ଓ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପୁରୀ ବାଇପାସ୍‌ ରୋଡ୍‌ ପାର୍ଶ୍ୱ ପଳାଶୁଣୀ ଓ ପାଣ୍ଡରା ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ୩ଜଣ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅଞ୍ଚଳର ଶ୍ରମିକ ଠିକାଦାର ସମିରନ୍‌ ମୁନିୟାନ, ଶ୍ରମିକ ଭ୍ରିଗୁରାମ ମଣ୍ଡଳ ଓ ବାସୁଦେବ ମଣ୍ଡଳ। ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହଗୁଡିକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବାବେଳେ ମୃତଦେହଗୁଡିକୁ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ପରିବାର ଲୋକେ ପହଞ୍ଚତ୍ବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ସେ ଶ୍ରମ ବିଭାଗ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ନିର୍ମାଣାଧୀନ ଘରଟି ଅନୁଗୋଳସ୍ଥିତ ନାଲ୍‌କୋରେ କାର୍ଯ୍ୟରତ ଶ୍ରୀକାନ୍ତ ମହାନ୍ତିଙ୍କର ବୋଲି ଜଣାପଡିଛି। ଲକ୍ଷ୍ମଣ କରଣ ନାମକ ଜଣେ ଠିକାଦାର ଉକ୍ତ ଘର ନିର୍ମାଣ କରୁଥିବାବେଳେ ମୃତ ସମିରନ୍‌ ଶ୍ରମିକ ଠିକାଦାର ଥିଲେ। ସମିରନ୍‌, ଭ୍ରିଗୁରାମ, ବାସୁଦେବଙ୍କ ସମେତ ପ୍ରଶାନ୍ତ ପାତ୍ର, କାଳିପଦ କ୍ରାମନା, ଉତ୍ପଲ ଦାସ ଓ ବିଶାରୂପ ରଞ୍ଜିତ ସେଠାରେ ରହି କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନାନୁସାରେ, ଶୁକ୍ରବାର ସକାଳ ୭ଟା ସମୟରେ ଉତ୍ପଲ ଓ ବିଶାରୂପ ଅନ୍ୟତ୍ର କାମକୁ ଚାଲିଯାଇଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଶ୍ରମିକ ଠିକାଦାର ସିମ୍‌ରନ ଓ ଭ୍ରିଗୁରାମ ସେଣ୍ଟ୍ରି କାର୍ଯ୍ୟ କରୁଥିବାବଳେ ବାସୁଦେବ ରୋଷେଇ କରୁଥିଲେ। ଏହି ସମୟରେ ପ୍ରଶାନ୍ତ ଚୁଟି କାଟିବାକୁ ଯାଇ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଫେରିଥିଲେ। ହେଲେ ରୋଷେଇ ଅଧା ରହିଥିବା ଓ ଘରେ କେହି ନ ଥିବା ଦେଖି ଖୋଜାଖୋଜି କରିଥିଲେ। ନିର୍ମାଣାଧୀନ ସମ୍ପ୍‌ର ମୁହଁ ଖୋଲା ରହିଥିବା ଓ ପାଖରେ ଜଣଙ୍କର ଚପଲ ପଡ଼ିଥିବା ଦେଖି ସନ୍ଦେହ ହୋଇଥିଲା। ସମ୍ପ୍‌ ଭିତରକୁ ଚାହିଁବାରୁ କେହି ପାଣିରେ ଭାସୁଥିବା ଦେଖି ଚିତ୍କାର କରି ବାହାରକୁ ଦୌଡ଼ି ଆସି ନିକଟରେ ଅନ୍ୟ ଏକ ଘର କାର୍ଯ୍ୟ କରୁଥିବା

ଶ୍ରମିକଙ୍କୁ ଡାକ ପକାଇଥିଲେ। ଏଥିସହ ତାଙ୍କ ସହ ରହି ଅନ୍ୟତ୍ର କାମ କରିବାକୁ ଯାଇଥିବା ସାଥୀ ଶ୍ରମିକ ଓ ଘରର ଠିକାଦାରଙ୍କୁ ଖବର ଦେଇଥିଲେ। କିଛି ସମୟ ପରେ ଉତ୍ପଲ ଓ ବିଶାରୂପ ପହଞ୍ଚତ୍ବା ପରେ ସମ୍ପ୍‌ରୁ ୩ଜଣଙ୍କ ମୃତଦେହ ବାହାରକୁ ଆଣିଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ଆମ୍ବୁଲାନ୍ସ ଓ ପିସିଆର ଭ୍ୟାନ୍‌ରେ ମୃତଦେହକୁ ହସ୍ପିଟାଲ ନେଇଥିଲା।
ଘଟଣା ସଂକ୍ରାନ୍ତରେ ଥାନା ଅଧିକାରୀ ଯତୀନ୍ଦ୍ରନାଥ ସେଠୀ କୁହନ୍ତି, ୩ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ମୃତକମାନେ ମଦ୍ୟପାନ କରିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ କୌଶଳକ୍ରମେ ହତ୍ୟା କରାଯାଇଛି ନା ମଦ୍ୟପାନ କରି ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?