ସମ୍ପରେ ଫସି ଠିକାଦାରଙ୍କ ସମେତ ୩ ମୃତ

ଭୁବନେଶ୍ୱର, ୩ା୮(ବ୍ୟୁରୋ): ଏକ ନିର୍ମାଣାଧୀନ ଘରର ପାଣି ସମ୍ପ୍‌ରେ ଫସି ଜଣେ ଶ୍ରମିକ ଠିକାଦାର ଓ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପୁରୀ ବାଇପାସ୍‌ ରୋଡ୍‌ ପାର୍ଶ୍ୱ ପଳାଶୁଣୀ ଓ ପାଣ୍ଡରା ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ୩ଜଣ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅଞ୍ଚଳର ଶ୍ରମିକ ଠିକାଦାର ସମିରନ୍‌ ମୁନିୟାନ, ଶ୍ରମିକ ଭ୍ରିଗୁରାମ ମଣ୍ଡଳ ଓ ବାସୁଦେବ ମଣ୍ଡଳ। ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହଗୁଡିକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବାବେଳେ ମୃତଦେହଗୁଡିକୁ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ପରିବାର ଲୋକେ ପହଞ୍ଚତ୍ବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ସେ ଶ୍ରମ ବିଭାଗ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ନିର୍ମାଣାଧୀନ ଘରଟି ଅନୁଗୋଳସ୍ଥିତ ନାଲ୍‌କୋରେ କାର୍ଯ୍ୟରତ ଶ୍ରୀକାନ୍ତ ମହାନ୍ତିଙ୍କର ବୋଲି ଜଣାପଡିଛି। ଲକ୍ଷ୍ମଣ କରଣ ନାମକ ଜଣେ ଠିକାଦାର ଉକ୍ତ ଘର ନିର୍ମାଣ କରୁଥିବାବେଳେ ମୃତ ସମିରନ୍‌ ଶ୍ରମିକ ଠିକାଦାର ଥିଲେ। ସମିରନ୍‌, ଭ୍ରିଗୁରାମ, ବାସୁଦେବଙ୍କ ସମେତ ପ୍ରଶାନ୍ତ ପାତ୍ର, କାଳିପଦ କ୍ରାମନା, ଉତ୍ପଲ ଦାସ ଓ ବିଶାରୂପ ରଞ୍ଜିତ ସେଠାରେ ରହି କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନାନୁସାରେ, ଶୁକ୍ରବାର ସକାଳ ୭ଟା ସମୟରେ ଉତ୍ପଲ ଓ ବିଶାରୂପ ଅନ୍ୟତ୍ର କାମକୁ ଚାଲିଯାଇଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଶ୍ରମିକ ଠିକାଦାର ସିମ୍‌ରନ ଓ ଭ୍ରିଗୁରାମ ସେଣ୍ଟ୍ରି କାର୍ଯ୍ୟ କରୁଥିବାବଳେ ବାସୁଦେବ ରୋଷେଇ କରୁଥିଲେ। ଏହି ସମୟରେ ପ୍ରଶାନ୍ତ ଚୁଟି କାଟିବାକୁ ଯାଇ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଫେରିଥିଲେ। ହେଲେ ରୋଷେଇ ଅଧା ରହିଥିବା ଓ ଘରେ କେହି ନ ଥିବା ଦେଖି ଖୋଜାଖୋଜି କରିଥିଲେ। ନିର୍ମାଣାଧୀନ ସମ୍ପ୍‌ର ମୁହଁ ଖୋଲା ରହିଥିବା ଓ ପାଖରେ ଜଣଙ୍କର ଚପଲ ପଡ଼ିଥିବା ଦେଖି ସନ୍ଦେହ ହୋଇଥିଲା। ସମ୍ପ୍‌ ଭିତରକୁ ଚାହିଁବାରୁ କେହି ପାଣିରେ ଭାସୁଥିବା ଦେଖି ଚିତ୍କାର କରି ବାହାରକୁ ଦୌଡ଼ି ଆସି ନିକଟରେ ଅନ୍ୟ ଏକ ଘର କାର୍ଯ୍ୟ କରୁଥିବା

ଶ୍ରମିକଙ୍କୁ ଡାକ ପକାଇଥିଲେ। ଏଥିସହ ତାଙ୍କ ସହ ରହି ଅନ୍ୟତ୍ର କାମ କରିବାକୁ ଯାଇଥିବା ସାଥୀ ଶ୍ରମିକ ଓ ଘରର ଠିକାଦାରଙ୍କୁ ଖବର ଦେଇଥିଲେ। କିଛି ସମୟ ପରେ ଉତ୍ପଲ ଓ ବିଶାରୂପ ପହଞ୍ଚତ୍ବା ପରେ ସମ୍ପ୍‌ରୁ ୩ଜଣଙ୍କ ମୃତଦେହ ବାହାରକୁ ଆଣିଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ଆମ୍ବୁଲାନ୍ସ ଓ ପିସିଆର ଭ୍ୟାନ୍‌ରେ ମୃତଦେହକୁ ହସ୍ପିଟାଲ ନେଇଥିଲା।
ଘଟଣା ସଂକ୍ରାନ୍ତରେ ଥାନା ଅଧିକାରୀ ଯତୀନ୍ଦ୍ରନାଥ ସେଠୀ କୁହନ୍ତି, ୩ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ମୃତକମାନେ ମଦ୍ୟପାନ କରିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ କୌଶଳକ୍ରମେ ହତ୍ୟା କରାଯାଇଛି ନା ମଦ୍ୟପାନ କରି ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri