ବାଣିଜି୍ୟକ ଅସ୍ପୃଶ୍ୟତା

ହରିହର ତ୍ରିପାଠୀ

ମହାମାରୀ କରୋନା ବିଶ୍ୱର ବାଣିଜ୍ୟ ଚିତ୍ରପଟରେ ଆଣିଛି ଯୁଗାନ୍ତକାରୀ ପରିବର୍ତ୍ତନ। ବିଶ୍ୱବାଣିଜ୍ୟରେ ଏକଚାଟିଆ ଆଧିପତ୍ୟ ବଜାୟ ରଖିଥିବା ଦେଶଗୁଡ଼ିକ ଭିତରେ ଦେଖାଦେଇଛି ବାଣିଜି୍ୟକ ଛୁଆଁ ଅଛୁଆଁ ଭେଦଭାବ। ବିଶେଷକରି ଆମେରିକା କରୋନା ମହାମାରୀ ନିମନ୍ତେ ଚାଇନାକୁ ଦାୟୀ କରି ସମଗ୍ର ବିଶ୍ୱରେ ଏହାକୁ ଏକଘରିକିଆ କରିବାକୁ ଚାହୁଁଛି। ଫଳରେ ଏବେ ବିଶ୍ୱର ବିଭିନ୍ନ ଦେଶରେ ଚାଇନାନିର୍ମିତ ସାମଗ୍ରୀ ଅଛୁଅଁା ହୋଇଗଲାଣି। ଗୋଟିଏ ପଟେ ଦେଶ ଦେଶ ଭିତରେ ସବୁପ୍ରକାର ପରିବହନ ବନ୍ଦ ହୋଇଥିବାରୁ କୌଣସି ପ୍ରକାର ସାମଗ୍ରୀ ରପ୍ତାନି ବା ଆମଦାନି ହୋଇପାରୁନି। ଏହାର ସୁଯୋଗ ନେଇ ଆମେରିକା ଚାଇନାବିରୋଧୀ ପ୍ରଚାରକୁ ତୀବ୍ର କରୁଛି। ଅନ୍ୟପକ୍ଷରେ ଚାଇନା ମଧ୍ୟ କରୋନାଜନିତ ଅପବାଦରୁ ନିଜକୁ ମୁକ୍ତ କରିବା ପାଇଁ ଅତ୍ୟନ୍ତ ଘୃଣ୍ୟ ଉପାୟ ଅବଲମ୍ବନ କରି ଭାରତ ସହ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି ଓ ଯୁଦ୍ଧଭଳି ପରିସ୍ଥିତି ଉପୁଜାଇଛି। ଚାଇନାର ଏଭଳି କୂଟିଳବୁଦ୍ଧିର ପ୍ରତ୍ୟୁତ୍ତର ଦେବାକୁ ଯାଇ ଭାରତ ବର୍ତ୍ତମାନ ଚାଇନାକୁ ଅଛୁଆଁ କରିବାକୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ଦେଶରେ ଚାଇନାପ୍ରସ୍ତୁତ ଆଇଟି ପ୍ଲାଟଫର୍ମକୁ ନିଷିଦ୍ଧ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ ଘୋଷଣା କରିଛନ୍ତି। ଲୋକପ୍ରିୟ ଟିକ୍‌ଟକ୍‌ ସମେତ ଚାଇନାର ଏହି ୫୯ଟି ମୋବାଇଲ ଆପ୍‌ ଭାରତରେ ପିଲାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବୟସର ବ୍ୟକ୍ତିମାନେ ବହୁଳମାତ୍ରାରେ ବ୍ୟବହାର କରୁଥିଲେ। ନିଷିଦ୍ଧ ହୋଇଥିବା ଚାଇନାର ଅନ୍ୟ ଲୋକପ୍ରିୟ ଆପ୍‌ଗୁଡ଼ିକ ମଧ୍ୟରେ ରହିଛି ୟୁସି ବ୍ରାଉଜର, ଜେଣ୍ଡର, ସେୟାରଇଟ୍‌ ଓ କ୍ଲିନ୍‌ମାଷ୍ଟର ଇତ୍ୟାଦି। ଏସବୁ ଆପ୍‌ ଦେଶର ଏକତା, ସାର୍ବଭୌମତ୍ୱ, ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଓ ସାର୍ବଜନୀନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯କ ବଳରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ବ୍ୟକ୍ତିଗତ ସ୍ତରରେ ଚାଇନା ସାମଗ୍ରୀ ବର୍ଜନ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ ସରକାରଙ୍କର ଏହି ପଦକ୍ଷେପ ଚାଇନାକୁ ଭାରତୀୟମାନଙ୍କ ନିକଟରେ ଅଧିକ ଅଛୁଆଁ କରିବାକୁ ଯାଉଛି।
ଗୋଟିଏ ଦେଶର ଜିନିଷ ବର୍ଜନ କରିବା, ନିଷିଦ୍ଧ କରିବା ଭଳି ପଦକ୍ଷେପ ନିଶ୍ଚିତଭାବେ ଫଳପ୍ରଦ ହୋଇଥାଏ ଓ ଏହା ବଡ଼ଧରଣର ପରିବର୍ତ୍ତନ ଆଣିଥାଏ। ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ, ଏମିତି ଏକ ବର୍ଜନ ଆନ୍ଦୋଳନ ବ୍ରିଟିଶ ଲୋକଙ୍କୁ କ୍ରୀତଦାସମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟଠାରୁ ଦୂରରେ ରହିବାକୁ ଉତ୍ସାହିତ କରିଥିଲା। ଏହା କାମ କଲା। ପ୍ରାୟ ତିନି ଲକ୍ଷ ଲୋକ ଚିନି କିଣିବା ବନ୍ଦ କରିଦେଲେ। ଘୃଣ୍ୟ ଦାସପ୍ରଥାକୁ ବନ୍ଦ କରିବା ଦିଗରେ ଏହା ଯଥେଷ୍ଟ ଚାପ ପ୍ରୟୋଗ କରିଥିଲା। ଭାରତରେ ମହାତ୍ମା ଗାନ୍ଧୀ ଆରମ୍ଭ କରିଥିଲେ ବିଦେଶୀ ବର୍ଜନ ଆନ୍ଦୋଳନ। ଏହା ମଧ୍ୟ ଭାରତୀୟ ସ୍ବାଧୀନତା ସଂଗ୍ରାମ ନିମନ୍ତେ ସବୁଠାରୁ ବଡ଼ ଇନ୍ଧନ ଥିଲା। ସଂପ୍ରତି ଉଦାରୀକରଣ ବିଶ୍ୱରେ ଦେଶ ଦେଶ ଭିତରେ ବାଣିଜି୍ୟକ ଦୂରତାକୁ ବିଲୁପ୍ତ କରିଛି। ମାତ୍ର ଗତ ଛଅମାସ ଭିତରେ ବିଶ୍ୱରେ ଦେଖାଦେଇଥିବା ମହାମାରୀ ପୁଣି ବାଣିଜି୍ୟକ ଲକ୍ଷ୍ମଣରେଖା ଟାଣିବାରେ ସଫଳ ହୋଇଛି। ବିଭିନ୍ନ ଦେଶ ଏବେ ସ୍ବଦେଶୀ ଆନ୍ଦୋଳନ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ଆରମ୍ଭ କରିଛନ୍ତି ଓ ଅନେକ ବସ୍ତୁରେ ସ୍ବାବଲମ୍ବୀ ହେବାକୁ ଶିଖୁଛନ୍ତି। ତେବେ ଏହାଦ୍ୱାରା ଯେଉଁ ଅନ୍ତର୍ଜାତୀୟ ସଂସ୍ଥାମାନେ ସାରା ବିଶ୍ୱରେ ନିଜର ବଣିଜ୍ୟ ପସରା ମେଲାଇଛନ୍ତି ସେମାନେ କ୍ଷତିଗ୍ରସ୍ତ ହେବେ। ବିଶେଷକରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କମ୍ପାନୀମାନେ ବିଶ୍ୱର ବଡବଡ ସାମାଜିକ ଗଣମାଧ୍ୟମରେ ନିଜର ବିଜ୍ଞାପନ ଦେବା ବନ୍ଦ କରିଦେଲେଣି। ଫେସ୍‌ବୁକ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ କମ୍ପାନୀଗୁଡିକରୁ ବିଜ୍ଞାପନ ହଟାଇବାରେ ପ୍ରମୁଖ ଫୋର୍ଡ, ଆଡିଡାସ୍‌ ଏବଂ ଏଚ୍‌ପି ରହିଛନ୍ତି। ପୂର୍ବରୁ କୋକାକୋଲା, ୟୁନିଲିଭର ଏବଂ ଷ୍ଟାରବକ୍ସ ଆଦି ଏଭଳି ଧାରାରେ ସାମିଲ ଥିଲେ। ନ୍ୟୁଜ ୍‌ୱେବ୍‌ସାଇଟ୍‌ ଆକ୍ସିଓସ୍‌ ରିପୋର୍ଟ କରିଛି ଯେ, ମାଇକ୍ରୋସଫ୍ଟ ମଧ୍ୟ ମେ ମାସରେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ବିଜ୍ଞାପନ ସ୍ଥଗିତ ରଖିଛି। ଏ ସବୁ ସଂସ୍ଥାମାନେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକରେ ଅନୁପଯୁକ୍ତ ବିଷୟବସ୍ତୁ ପ୍ରକାଶିତ ହେଉଥିବାର ଅଭିଯୋଗ କରି ଏଭଳି ପଦକ୍ଷେପ ନେଉଛନ୍ତି। ବିଶେଷଜ୍ଞମାନଙ୍କର ମତ ଯେ, ଏଭଳି ପଦକ୍ଷେପ ସାମାଜିକ ଗଣମାଧ୍ୟମଗୁଡ଼ିକୁ ନିଶ୍ଚିତଭାବେ ପ୍ରଭାବିତ କରିବ। ବଡ଼ବଡ଼ ସାମାଜିକ ଗଣମାଧ୍ୟମର ପରାମର୍ଶଦାତାମାନେ କହିଛନ୍ତି ଯେ, ବିଶ୍ୱାସ ହରାଇବା ବିଶ୍ୱର ବାଣିଜି୍ୟକ ପରିବେଶକୁ ନିଶ୍ଚିତ ରୂପେ ବିନଷ୍ଟ କରିବ। ଉଦାହରଣସ୍ବରୂପ ଗତ ଶୁକ୍ରବାର ଫେସ୍‌ବୁକ୍‌ର ଶେୟାର ମୂଲ୍ୟ ୮% ହ୍ରାସ ପାଇଛି। ଏହା ନିଶ୍ଚିତରୂପେ ଫେସ୍‌ବୁକ୍‌ର ଦୀର୍ଘମିଆଦୀ ଭବିଷ୍ୟତ ପାଇଁ ଏକ ବିପଦ। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସଂସ୍ଥାମାନେ ଆର୍ଥିକ ଚାପରେ ରହିଥିବାରୁ ବର୍ତ୍ତମାନ ଏଭଳି ବାଣିଜି୍ୟକ ଅଛୁଆଁ ନୀତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି। କର୍ମଚାରୀ ଛଟେଇ କରି ଆର୍ଥିକ କ୍ଷତିକୁ ସୁଧାରିବା ବଦଳରେ ବିଜ୍ଞାପନରେ ହେଉଥିବା ବିପୁଳ ବ୍ୟୟକୁ କାଟି ସେଥିରେ ଆର୍ଥିକ ଭରଣା କରିବାକୁ ଅନେକ ସହଜ ଓ ସୁବିଧାଜନକ ଉପାୟ ମନେକରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିକଳ୍ପ ବିଜ୍ଞାପନ ବ୍ୟବସ୍ଥା ନିମନ୍ତେ ମଧ୍ୟ ଅନେକେ ଚିନ୍ତା କରୁଛନ୍ତି।
ଭାରତର ଚାଇନା ଜିନିଷ ବର୍ଜନ ହେଉ ବା ବିଶ୍ୱର ବଡ଼ବଡ଼ ବାଣିଜି୍ୟକ ସଂସ୍ଥାମାନେ ନିଜକୁ ସଙ୍କୋଚନ କରିବା ହେଉ ଏସବୁ ବିଶ୍ୱର ଆର୍ଥିକ ଅବସ୍ଥା ପ୍ରତି ଏକ ସତର୍କଘଣ୍ଟି। କୋଭିଡ଼ ବିପଦରୁ ଉଧୁରିବାର କୌଣସି ଲକ୍ଷଣ ଏତେ ଶୀଘ୍ର ଦେଖାଯାଉ ନ ଥିବାରୁ ଆଗାମୀ ଦିନରେ ଏଭଳି ବାଣିଜି୍ୟକ ଅସ୍ପୃଶ୍ୟତା ଆହୁରି ବଢ଼ିବ। ଏଭଳି ସ୍ଥିତିରେ ଚାଇନା ଭଳି ଦୁଷ୍ଟବୁଦ୍ଧିସମ୍ପନ୍ନ ଦେଶମାନେ ଏହି ବିପଦକୁ ବହୁଗୁଣିତ କରୁଛନ୍ତି। ସେମାନଙ୍କ କୂଟବୁଦ୍ଧିରେ ପରିଚାଳିତ ନେପାଳ ଭଳି ଦେଶର ନିରୀହ ଜନସାଧାରଣ ବାଣିଜି୍ୟକ ଅଛୁଆଁର ବଶବର୍ତ୍ତୀ ହୋଇ ଲୁଣ କିଲୋଗ୍ରାମ ୧ ଶହ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଲେଣି। ପାକିସ୍ତାନ, ନେପାଳ ଭଳି ଦେଶମାନେ ଭାରତ ଉପରେ ନିଜର ଆର୍ଥିକ ସ୍ବାବଲମ୍ବନ ଲାଗି ଅନେକାଂଶରେ ନିର୍ଭରଶୀଳ ହୋଇଥିଲେ ବି ଭାରତ ପ୍ରତି ବୈରଭାବ ପୋଷଣ କରି ନିଜେ ନିଜେ ଅଛୁଅଁା ହୋଇଯାଉଛନ୍ତି। ବାଣିଜି୍ୟକ ଅସ୍ପୃଶ୍ୟତା ଏକ ବିପରୀତ ଉଦାରୀକରଣ ସୃଷ୍ଟି କରିବାକୁ ଯାଉଛି। ଏହା ଭଲ କି ମନ୍ଦ ତାହା ସମୟ କହିବ।
କୁଦାନଗରୀ, କେନ୍ଦ୍ରାପଡ଼ା, ମୋ: ୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri