ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ଦୁର୍ଘଟଣା: ବାରୁଦରେ ନିଆଁ ଲାଗି ୨ ଶିଶୁ ଗୁରୁତର

ଚାନ୍ଦବାଲି,୧୮ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟା ସମୟରେ ମଶା ଧୂପରୁ ବାରୁଦରେ ନିଅଁା ଲାଗିଯିବାରୁ ୨ ଜଣ ପିଲା ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ତିହିଡି ଓ ଭଦ୍ରକ ନିଆଯାଇ ପରେ କଟକ ସ୍ଥାନାନ୍ତର କରାଯାଇଛି ା ସେମାନଙ୍କ ମୁହଁ, ପାପୁଲି, ପାଦ ଓ ଦେହର ବିଭିନ୍ନ ଅଂଶ ପୋଡିଯାଇଛି ା ଆହତ ଦୁଇ ପିଲା ହେଲେ ସୁମନ୍ତ ବେହେରାଙ୍କ ପୁଅ ମନୋଜ(୪) ଓ ଅର୍ଜୁନ ସାହୁଙ୍କ ଝିଅ ଶୁଭଶ୍ରୀ(୫)। ରବିବାର ସକାଳେ ମତୋ ଫାଣ୍ଡି ଅଧିକାରୀ ବବ୍ରୂବାହାନ ନାୟକ ସଦଳବଳ ଯାଇ ସମ୍ପୃୃକ୍ତ ବାଣ କାରିଗରଙ୍କ ଘର ଓ ବାଣ ସାମଗ୍ରୀ ତିଆରି ହେଉଥିବା ଘରକୁ ସିଲ୍‌ କରି ପଚରା ଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଆଗାମୀ ଦୀପାବଳିକୁ ଆଖି ଆଗରେ ରଖି ବାଣ କାରିଗର ବିଷ୍ଣୁ ସାହୁ ଦକ୍ଷିଣ ସାହି ଗାଁର ନିଜ ଘର ପଛପଟେ ବାଣ ତିଆରି କରୁଥିଲେ ା ଗାଁର କେତେକ ଲୋକ ବାଣରେ ଲାଗୁଥିବା ବାରୁଦ ବୋଳା ସୂତା(ଦଅଣ) ତିଆରି କାମ ଠିକାରେ ନିଜ ଘରେ କରୁଥିଲେ ା ବାଣ କାରିଗରଙ୍କ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ସୁମନ୍ତ ବେହେରା ବାଣ କାରିଗରଙ୍କଠାରୁ ବାରୁଦ, ସୁତୁଲି, ଅଠା ଓ କାଗଜ ଆଣି ନିଜ ଘରେ ଦଅଣ ତିଆରି କରୁଥିଲେ ା ସୋମବାର ସନ୍ଧ୍ୟା ସମୟରେ ସୁମନ୍ତଙ୍କ ଘର ଅଗଣାରେ ତାଙ୍କ ସ୍ତ୍ରୀ ଦଅଣ ପ୍ରସ୍ତୁତ କରୁଥିବା ବେଳେ ପୁଅ ମନୋଜ ଉପସ୍ଥିତ ଥିଲେ ା ମନୋଜଙ୍କ ସାଙ୍ଗ ପଡୋଶୀ ଘରର ଶୁଭଶ୍ରୀ କ’ଣ ତିଆରି ହେଉଛି ଦେଖିବାକୁ ସେଠାରେ ପହଞ୍ଚିିଥିଲେ ା ସୁମନ୍ତଙ୍କ ସ୍ତ୍ରୀ ସନ୍ଧ୍ୟା ଦୀପ ଲଗାଇବାକୁ ଘର ମଧ୍ୟକୁ ଯାଇଥିବା ବେଳେ ମଶା ଘଉଡାଇବା ପାଇଁ ଅଗଣାରେ ଦିଆ ଯାଇଥିବା ଧୂପରୁ ନିଆଁ ବାରୁଦରେ ଲାଗି ଯାଇଥିଲା ା ଘଟଣାସ୍ଥଳରେ ଉପସ୍ଥିତ ମନୋଜ ଓ ଶୁଭଶ୍ରୀଙ୍କ ଶରୀରରେ ନିଆଁ ଲାଗି ଅନେକ ଅଂଶ ପୋଡି ଯାଇଥିଲା ା ଏହି ଗ୍ରାମରେ କେତେକ ଅଣପଞ୍ଜୀକୃତ ବାଣ କାରିଗର ଥିବା ନେଇ ସୂଚନା ମିଳିଥିବାରୁ ଏ ନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri