Odisha Elections 2024

ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ

ପୁରୀ ଅଫିସ, ୯ା୮: ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥିରେ ଶୁକ୍ରବାର ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତିି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ନୃସିଂହ ଠାକୁର ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ରହିଥିବା ବିମାନରେ ବିଜେ କରିଥିଲେ। ଏହାପରେ ନୃସିଂହ ଠାକୁର ଚାରି ଆଶ୍ରମ ଭ୍ରମଣରେ ବାହାରିଥିଲେ। ମାର୍କଣ୍ଡ ଆଶ୍ରମ, ଦୋଳମଣ୍ଡପ ସାହିସ୍ଥିତ ଅଙ୍ଗିରା, ବାଲିସାହିସ୍ଥିତ ପଣ୍ଡୁ ଓ ହରଚଣ୍ଡୀ ସାହିସ୍ଥିତି ଭୃଗୁ ଆଶ୍ରମକୁ ଯାଇଥିଲେ। ପ୍ରତ୍ୟେକ ଆଶ୍ରମରେ ଶୀତଳ ଭୋଗ ହୋଇଥିଲା। ଚାରି ଆଶ୍ରମ ପରିକ୍ରମା ପରେ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଖାଇ ନୃସିଂହ ଠାକୁର ଶ୍ରୀମନ୍ଦିରକୁ ଫେରିଥିଲେ। ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କୁହନ୍ତି, ପୂର୍ବରୁ ରଥଯାତ୍ରା ପରେ ପରେ ପୁରୀ ସହରରେ ଝାଡ଼ା ବାନ୍ତି ବ୍ୟାପୁଥିବାରୁ ଏହାକୁ ବାଡ଼ି ରୋଗ କୁହାଯାଉଥିଲା। ଏହି ରୋଗ ବ୍ୟାପିବାରୁ ନୃସିଂହ ଠାକୁର ପୁରୀ ସହର ପରିକ୍ରମା କରିଥିଲେ। ସେବେଠାରୁ ଏହି ପରମ୍ପରା ରହିଆସିଛିି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ହେବ ବିଜୁଳି ବିଲ୍‌ ଛାଡ଼

ସୋର,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ...

‘ଏଥର ନବୀନଙ୍କୁ ଭୋଟ ଦେଲେ ପାଣ୍ଡିଆନ୍‌ଙ୍କ ପାଖକୁ ଯିବ’

ଭୁବନେଶ୍ୱର,୩୦।୫: ପାଣ୍ଡିଆନ୍‌ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଭାଜପା ନେତା ବୈଜୟନ୍ତ ପଣ୍ଡା କାଉଣ୍ଟର କରିଛନ୍ତି। ବୈଜୟନ୍ତ କହିଛନ୍ତି,...

ବାଣ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୫: ପୁରୀ ବାଣ ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...

ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର୍‌,ବୁଥ୍‌କୁ ମୋବାଇଲ ମନା

ଭୁବନେଶ୍ବର,୩୦।୫: ଆସନ୍ତା ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ସଂସଦୀୟ କ୍ଷେତ୍ର ସହ ଏହା ଅଧିନସ୍ଥ ୪୨ ବିଧାନସଭା...

ବିଧାନସଭାରେ ବହୁତ ଭଲ କରିବୁ: ନବୀନ

ଭୁବନେଶ୍ୱର,୩୦ା୫: ଚଳିତ ସାଧାରଣ ନିର୍ବାଚନରେ ଭାଜପା ଓଡ଼ିଶାରେ ସରକାର ଗଢ଼ିବ ବୋଲି କହୁଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସାକ୍ଷାତକାରରେ...

କାଲି ଜାଳିଥିଲା, ଆଜି ବି ଜାଳୁଛି

ଭୁବନେଶ୍ୱର,୩୦ା୫: ରାଜ୍ୟରେ ଗୁରୁବାର ଅନୁଭୂତ ହେଉଛି ଅସହ୍ୟ ତାତି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପାଣିପାଗ...

ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୩୦।୫: ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ନିକଟରେ ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ ହସ୍ପିଟାଲରେ ଆହାତଙ୍କୁ ଭେଟି...

ପ୍ରେସମିଟ୍‌ କରି ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ, କମ୍ପନ କେଉଁଠି ହେବ ଜ୍ୟୋତିଷ କହିଛନ୍ତି…

ଭୁବନେଶ୍ୱର,୩୦।୫: ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଓଡ଼ିଶା ଆସି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଯାହାର କାଉଣ୍ଟର କରିଛନ୍ତି ବିଜେଡି ନେତା କାର୍ତ୍ତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri