ବାଜିନି ପୌର ନିର୍ବାଚନ ବିଗୁଲ, ନେତା ହେଲେଣି ଚଳଚଞ୍ଚଳ

କେନ୍ଦ୍ରାପଡ଼ା ଅଫିସ, ୪-୯- ପୌର ନିର୍ବାଚନ ପାଇଁ କୌଣସି ସୂଚନା ମିଳିନାହିଁ ା ତେବେ କେନ୍ଦ୍ରାପଡା ପୌରାଞ୍ଚଳରେ ଏହାର ପଦଧ୍ୱନି ଦେଖିବାକୁ ମିଳିଲାଣି। ସହରାଞ୍ଚଳରେ ପ୍ରତ୍ୟେକ ୱାର୍ଡରେ ଅଫିସ ଖୋଲାଯାଇ ଲୋକଙ୍କ ସମସ୍ୟା ସୁଧାରିବାକୁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ସ୍ଥାନୀୟ ରାଜନେତା ଏହାକୁ ପୌର ନିର୍ବାଚନର ପୂର୍ବାଭାଷ ବୋଲି ଧରିନେଇଛନ୍ତି ା ଏନେଇ ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗଣପର୍ବ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ସହରର ୨୧ ୱାର୍ଡରେ ହେଉଥିବାବେଳେ ଚଳିତ ବର୍ଷ ସର୍ବାଧିକ ୨୩ଟି ସ୍ଥାନରେ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହା ଜରିଆରେ ସ୍ଥାନୀୟ ୱାର୍ଡରେ ରାଜନେତାମାନେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା କରିଛନ୍ତି ା ଚଳିତ ବର୍ଷ ଜିଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ରାଜନେତାଙ୍କ ସମ୍ପୃକ୍ତି ଅଧିକ ରହିବ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି ା
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ପୌରପରିଷଦ ବୋର୍ଡର କାର୍ଯ୍ୟକାଳ ୨୬ ନଭେମ୍ବର ୨୦୧୬ରୁ ଶେଷ ହୋଇଛି ା ଏହାପରେ ୱାର୍ଡ ସଂରକ୍ଷଣକୁ ନେଇ ମାମଲା କୋର୍ଟକୁ ଯିବା ପରେ ନିର୍ବାଚନ ବନ୍ଦ ରହିଛି ା ଆରକ୍ଷଣ ତାଲିକା ଓ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଯେଉଁ ଛକାପଞ୍ଝା ସେତେବେଳେ ଚାଲିଥିଲା, ତାହା ଏବେ ପୁନର୍ବାର ତାଜା ହୋଇଛି ା ୱାର୍ଡ ପୁନର୍ଗଠନ ଓ ଆରକ୍ଷଣ ପାଇଁ ନିର୍ବାଚନରୁ ବାଦ ପଡିବା, ଅଥବା ନିଜ ମନ ମୁତାବକ ଆସନରୁ ଲଢ଼ି ନ ପାରିବା ଯୋଗୁ କିଛି ରାଜନେତା ଆଶଙ୍କା ପ୍ରକଟ କରିଥିବାବେଳେ ସମ୍ଭାବ୍ୟ ପୌର ନିର୍ବାଚନକୁ ନେଇ ଉତ୍ସାହିତ ହୋଇପଡିଛନ୍ତି।
୨୦୧୭ରେ ଏହି ପୌରାଞ୍ଚଳରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ସମୟରେ ତତ୍କାଳୀନ କାଉନସିଲର ମୁକ୍ତାର ଖାନ ୱାର୍ଡ ପୁନର୍ଗଠନ ଓ ଆରକ୍ଷଣକୁ ନେଇ ହାଇକୋର୍ଟରେ ରିଟ୍‌ ପିଟିସନ କରିଥିଲେ। ଏହାପରେ ହାଇକୋର୍ଟ ଅନ୍ତରୀଣକାଳୀନ ରହିତାଦେଶ ପ୍ରଦାନ କରିଥିଲେ ା ଇତିମଧ୍ୟରେ ବୋର୍ଡ ଭାଙ୍ଗିବା ଅବଧିକୁ ପ୍ରାୟ ୩ ବର୍ଷ ବିତିବାକୁ ବସିଛି ା ପ୍ରଶାସକଙ୍କ ମାଧ୍ୟମରେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟ ଚାଲିଥିବାବେଳେ ବୋର୍ଡ ଗଠନ ପାଇଁ ପୂର୍ବତନ ପୌରାଧ୍ୟକ୍ଷ ଧୀରେନ କୁମାର ସାହୁ, ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଶରତ ବେହୁରା ଓ ଜିଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ମତ ଦେଇଛନ୍ତି ା ସେମାନଙ୍କ ମତ ଅନୁଯାୟୀ ବୋର୍ଡ ଗଠନ ପରେ ଏହି ପୌରାଞ୍ଚଳର ବିକାଶକୁ ତ୍ୱରାନ୍ବିତ କରାଯାଇପାରିବ ା ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅପେକ୍ଷା କରିଥିବାବେଳେ କେବେ ତାରିଖ ଘୋଷଣା ହେବ ତାହା ଦେଖବାକୁ ବାକି ରହିଲା ବୋଲି ସ୍ଥାନୀୟ ଯୁବବର୍ଗ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

୩ ମାସ ପାଇଁ ବନ୍ଦ ରହିବ ଭିତରକନିକା

ରାଜନଗର,୩ା୫(ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କର ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ପାନୀୟ ଜଳ ପ୍ରକଳ୍ପରୁ ବାହାରୁଛି ପଙ୍କୁଆ ପାଣି

ଡେରାବିଶ,୨୯ା୪ (ବେବର୍ତ୍ତା ଅଜୟ ଦାସ): ବର୍ତ୍ତମାନ ଦିନକୁଦିନ ତାପମାତ୍ରା ବୃଦ୍ଧି ପାଇ ଚାଲିଛି। ପାନୀୟ ଜଳ ପାଇବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଏଭଳି ଅଭାବନୀୟ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri