ବାଜବାଟି ଖାଦାନ: ୫ ସଇରାତ ପାଇଁ ଗୋଟିଏ ରାସ୍ତା କଲା ତହସିଲ

ଧର୍ମଶାଳା,୨୯ା୧୧(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି କଳାପଥର ଖାଦାନରେ ଥିବା ୫ଟି ସଇରାତକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଗୁରୁବାର ତହସିଲ ପକ୍ଷରୁ ଖୋଳାଯାଇ ଗୋଟିଏ ରାସ୍ତା କରାଯାଇଛି। ବାଜବାଟି କଳାପଥର ଖାଦାନରେ ୧ନଂ ଖାଦାନର ୫ ଏକର ଓ ୩ନଂ ଖାଦାନର ୩ ଏକର ସଇରାତ ଶ୍ରୀନିବାସ ଜେନା ଲିଜ୍‌ରେ ନେଇଛନ୍ତି। ସେହିପରି ୨ନଂ ଖାଦାନର ୭.୨୦ ଏକରକୁ ବିଶ୍ୱରଞ୍ଜନ ପରିଡା ଏବଂ ୫ନଂ ଖାଦାନର ୯ ଏକର ସଇରାତକୁ ସୁଧାଂଶୁ ଜେନା ଲିଜ ନେଇଛନ୍ତି। ଏହି ଖାଦାନଗୁଡିକରୁ ବେଆଇନଭାବେ ରାତିରେ ଖନନ କରାଯାଇ ଚୋରାରେ କଳାପଥର ପରିବହନ କରାଯାଉଥିବା ଲିଜ୍‌ଧାରୀମାନେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଭିତ୍ତି କରି ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତି, ନାକପୋଲ ଏଆରଆଇ ଚନ୍ଦନ ସାହୁ ପ୍ରମୁଖ ଏକ ଜେସିବି ସହାୟତାରେ ବାଜବାଟି ପାହାଡର ଚର୍ତୁଃପାର୍ଶ୍ୱକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଖୋଳି ଦିଆଯାଇ ଗୋଟିଏ ରାସ୍ତା ରଖାଯାଇଛି ା ଯେପରି ବେଆଇନ ଖନନ ହୋଇ ପରିବହନ ହୋଇ ନପାରିବ ସେଥିପ୍ରତି ଇଜରାଦାରମାନେ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚି ପଳାଇଲେ ଟ୍ରମ୍ପ, ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଇରାନ ଯୁଦ୍ଧ କ୍ଷତିପୂରଣ ଦାବି କରିବାରୁ ଟ୍ରମ୍ପ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ତେହରାନ,୧୧।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସଂଘର୍ଷ ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଶିଶୁ, କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ଗଭୀର ପ୍ରଭାବ!

ନୂଆଦିଲ୍ଲୀ,୧୧।୮(ପି.ଟି.): ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ସାମାଜିକ ଜୀବନଚଳଣିକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟଗତ ଦିଗକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିବାରେ…

ବିଶ୍ବ ପାଇଁ ବଡ଼ ବିପଦ! ଏଆଇକୁ ଅସ୍ତ୍ର କରୁଛି ଉତ୍ତର କୋରିଆ, ସାଇବର ଆକ୍ରମଣ ନେଇ ଆଲର୍ଟ!

ନୂଆଦିଲ୍ଲୀ,୧୧।୮:ବିଶ୍ୱ ସାଇବର ସୁରକ୍ଷା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର କୋରିଆର ସରକାରୀ ସହାୟତା ପ୍ରାପ୍ତ ହ୍ୟାକରମାନେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା…

ନୂଆ ଖଣି ଆଇନ: ରାଜ୍ୟ କ୍ଷମତା ଦୁର୍ବଳ

ନୂଆଦିଲ୍ଲୀ,୧୧।୮(ପି.ଟି.): ଖଣି ଓ ଖଣିଜ ନିୟମରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍‌ ଆଗତ କରିଛନ୍ତି, ଯାହାଦ୍ୱାରା ରାଜ୍ୟ ସରକାରମାନେ ଖଣିଜ…

ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଛି ହୋଟେଲ, ପୁରୀରେ….

ଭୁବନେଶ୍ୱର,୧୧।୮(ରବିନାରାୟଣ ଜେନା): ପୁରୀ ହେଉଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ଏଠାକୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସନ୍ତି। ଏହାବ୍ୟତୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri