ବାଙ୍କୀଝୋଳା ଓ ଚଢିଆପଦା ଗାଁର ବିକାଶ ଅପହଞ୍ଚ : ଗମନାଗମନ ପାଇଁ କାଠପୋଲ ଭରସା

ଚନ୍ଦ୍ରଗିରି,୪।୮(ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଉଦ୍ଦେଶ୍ୟ ରହିଛି ଗାଁର ବିକାଶ, ଦେଶର ବିକାଶ କିନ୍ତୁ ଆଜି ମଧ୍ୟ ଏପରି ଗାଁ ଅଛି ଯେଉଁଠି ବିକାଶ ଅପହଞ୍ଚ ହୋଇଛି। ବିଭାଗୀୟ ଅଧିକାରୀ ହେଉ ବା ଜନପ୍ରତିନିଧିଙ୍କ ଉଦାସୀନତା ତଥା ଦାୟିତ୍ୱହୀନତା ଯୋଗୁ ବାସ୍ତବରେ ବିକାଶଠାରୁ ବହୁ ଦୂରକୁ ଚାଲିଯାଉଛି ଗାଁ। ଗାଁକୁ ସଂଯୋଗ କରୁଥିବା ନଦୀ/ନାଳ ଉପରେ ପୋଲ ଟିଏ ନ ଥିବାରୁ କାଠପୋଲରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର ଓ ଅଞ୍ଚଳବାସୀ। ଏଭଳି ବିକାଶର ଦିଗହରା ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ବାଙ୍କିଝୁଳା ଗ୍ରାମରେ। ଏହି ଗାଁକୁ ପୋଲ ଟିଏ ନ ଥିବାରୁ ଛାତ୍ରୀଛାତ୍ର କାଠ ପୋଲଦେଇ ବିପଦପୂର୍ଣ୍ଣ ଭାବେ ପ୍ରତିଦିନ ବିଦ୍ୟାଳୟକୁ ଯାଉଛନ୍ତି। ଏହି ପୋଲ ଉପରେ ବହୁ ବର୍ଷ ଧରି ବାଙ୍କିଝୋଳା, ଚଡିଆପଦା, ଜକରାପଲି ଗ୍ରାମ ସମେତ ଚାରୋଟି ପଞ୍ଚାୟତର ଲୋକେ ନିର୍ଭର କରିଆସୁଛନ୍ତି। ଗତ ଫାଇଲିନ ବାତ୍ୟାରେ ଏହି ପୋଲଟିର ଦୁଇ ପାର୍ଶ୍ୱ ଖାଇଯାଇଥିବା ବେଳେ ଏହା ଉପରେ କାଠ ପୋଲ ପକାଇ ଯାତାୟାତ କରୁଥିଲେ ଲୋକେ। ମାତ୍ର ଗତ ତିତିଲି ବାତ୍ୟାରେ ପୋଲଟି ଭାସିଯାଇଥିଲା । ସେହି ଦିନଠାରୁ ଅଞ୍ଚଳବାସୀ ପୁଣି ଉକ୍ତ ଭଙ୍ଗା ପୋଲ ଉପରେ କାଠ ପକାଇ ଯାତାୟାତ କରୁଛନ୍ତି । ଏହା ସହ ସାମାନ୍ୟବର୍ଷା ହେଲେ ନାଳର ଜଳସ୍ତର ବଢ଼ିଗଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛନ୍ତି ଅଞ୍ଚଳବାସୀ । ଉକ୍ତ ରାସ୍ତା ଉପରେ ପୁନଃ ପୋଲଟି ନିର୍ମାଣ ପାଇଁ ଜନପ୍ରତିନିଧିଙ୍କ ସମେତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri