ବାଉଁଶକଣରେ ଭୟାବହ ଅଗ୍ନିକାଣ୍ଡ

ଭୁବନ, ୧।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ବାଉଁଶକଣ ଗ୍ରାମ ମାଟିଆ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୪ବଖରା ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ୫ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ନିଅଁ। କିପରି ଲାଗିଲା ତାହା ଜଣାପଡ଼ିନାହିଁ। ତେବେ କେହି ଜଣେ ଉଦ୍ଦେଶ୍ୟମୂଳକ ଭାବେ ନିଅଁ। ଲଗାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।
ସମ୍ପୃକ୍ତ ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ହଠାତ୍‌ ନିଅଁ। ଲାଗି ଯାଇଥିଲା। ସମସ୍ତେ ଜୀବନ ବଞ୍ଚାଇବା ଲାଗି ପ୍ରାଣବିକଳରେ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲେ। ମାତ୍ର କେଇ ମିନିଟ ମଧ୍ୟରେ ନିଅଁ। ସବୁଆଡ଼େ ବ୍ୟାପି ଯାଇଥିଲା। ଫଳରେ କୌଣସି ସାମଗ୍ରୀ ଉଦ୍ଧାର କରିବା ସମ୍ଭବପର ହୋଇ ନ ଥିଲା। ପରିବାର ଲୋକେ ଚାହୁଁ ଚାହୁଁ ସବୁକିଛି କ୍ଷଣିକ ମଧ୍ୟରେ ନିଅଁ।ର ଅଁ। ଭିତରକୁ ଚାଲିଯାଇଥିଲା। ଏଥିରେ ଧନୁ ପଧାନଙ୍କ ୩ବଖରା, ମଦନ ପଧାନଙ୍କ ୨ବଖରା, କାର୍ତ୍ତିକ ପଧାନଙ୍କ ୩ବଖରା, ନାରାୟଣ ପଧାନଙ୍କ ୨ବଖରା, ଶରତ ପଧାନଙ୍କ ୨ବଖରା, ବିଶ୍ୱନାଥ ପଧାନଙ୍କ ୨ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଟିଭି, ଫ୍ରିଜ୍‌, ଆସବାବପତ୍ର, ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଛି। ପିନ୍ଧିବା ଲୁଗା ଛଡ଼ା ସବୁକିଛି ହରାଇଛନ୍ତି ଅଗ୍ନିବିପନ୍ନ। ଏହି ଅଗ୍ନିକାଣ୍ଡ ବିଶ୍ୱନାଥଙ୍କ ପରିବାର ମୁଣ୍ଡରେ ଚଡ଼କ ପକାଇଛି। କାରଣ ଝିଅ ଭାରତୀଙ୍କ ବିବାହ ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହେଉଥିଲେ ବିଶ୍ୱନାଥ। ଏହାକୁ ମାତ୍ର ୧୦ଦିନ ବାକି ଥିବାବେଳେ ପାଉଁଶ ହୋଇଯାଇଛି ସୁନାଗହଣା ସମେତ ସମସ୍ତ ମୂଲ୍ୟବାନ ସାମଗ୍ରୀ, ଯାହା ପରିବାର ପାଇଁ ଆଣିଦେଇଛି ଦାରୁଣ ଦୁଃଖ। ସୂଚନା ପାଇ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଅଁ।କୁ ଆୟତ୍ତ କରିଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଟାଳି ଦିଆଯାଇପାରିଛି, ନଚେତ୍‌ ନିଅଁ। ଅନ୍ୟ ଆଡ଼େ ବ୍ୟାପିବା ଆଶଙ୍କା ରହିଥିଲା।
ଶନିବାର ତହସିଲଦାର ଶକ୍ତିକାନ୍ତ ରାୟ କ୍ଷୟକ୍ଷତି ଆକଳନ କରିଛନ୍ତି। ବିଡିଓ ଆଶୀର୍ବାଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ସରପଞ୍ଚ ସନ୍ତୋଷ କୁମାର ଖୁଣ୍ଟିଆ ପହଞ୍ଚତ୍ ଅଗ୍ନିବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ କ୍ଷତିଗ୍ରସ୍ତଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ସେହିପରି ତହସିଲ ପ୍ରଶାସନ ପକ୍ଷରୁ ପଲିଥିନ ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ନିଅଁ। ଜାଳିଦେଲା ବିଶ୍ୱନାଥଙ୍କ ଖୁସି

ଫେବୃୟାରୀ ୨୨ରେ ସରିଥିଲା ଝିଅ ଭାରତୀଙ୍କ ନିର୍ବନ୍ଧ। ମାର୍ଚ୍ଚ ୧୧ରେ ହୋଇଥାନ୍ତା ବାହାଘର। ଏହାକୁ ନେଇ ଦିନ ମଜୁରିଆ ବିଶ୍ୱନାଥଙ୍କ ଘରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ। ହେଲେ ସେସବୁ ନିମିଷକ ମଧ୍ୟରେ ହୋଇଯାଇଛି ଧୂଳିସାତ୍‌। ଦିନରାତି କଷ୍ଟ କରି ସଞ୍ଚତ୍ଥିବା ଟଙ୍କାରେ ସୁନାଗହଣା, କଂସାବାସନ, ଆସବାବପତ୍ର ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କିଣି ଘରେ ରଖିଥିଲେ । ସେସବୁ ନିଅଁାରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଝିଅ ବାହାଘରକୁ ମଝିରେ ମାତ୍ର ୧୦ଦିନ ଥିବାବେଳେ ଏବେ ବିଶ୍ୱନାଥ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଶନିବାର ପାଉଁଶ ତଳୁ ଲୁହ ଛଳଛଳ ଆଖିରେ ଭାରତୀ ଏବଂ ପରିବାର ଲୋକେ ଦରପୋଡ଼ା ସାମଗ୍ରୀ ସାଉଁଟୁଥିଲେ। ଏହି ଦୃଶ୍ୟ ସାଧାରଣ ଲୋକଙ୍କ ଆଖିରେ ଆଣିଦେଇଥିଲା ଲୁହ।
ଏ ନେଇ ବିଶ୍ୱନାଥ କୁହନ୍ତି, ଝିଅ ଭାରତୀଙ୍କ ବିବାହ ପାଲଲହଡ଼ାରେ ସ୍ଥିର ହୋଇଛି। ୨୨ରେ ନିର୍ବନ୍ଧ ସରିଥିଲା। ଆସନ୍ତା ୧୧ ତାରିଖରେ ବାହାଘର ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅଭାବୀ ଜୀବନ ଭିତରେ ପିମ୍ପୁଡ଼ି ଭଳି ସଞ୍ଚତ୍ଥିବା ଟଙ୍କାରେ ସବୁକିଛି କିଣାକିଣି ସରିଥିଲା। ଏଥିଲାଗି ଅନେକ ସ୍ଥାନରୁ ଧାରକରଜ ମଧ୍ୟ କରିଛନ୍ତି। ଏହି ବାହାଘରକୁ ନେଇ ସମସ୍ତେ ଖୁସି ଥିବାବେଳେ କିଛିକ୍ଷଣ ମଧ୍ୟରେ ସବୁକିଛି ଆଖି ଆଗରେ ଜଳିପୋଡ଼ି ଛାରଖାର ହୋଇଗଲା। ଏବେ ବାହାଘର କେମିତି ହେବ, ଏତେ ଟଙ୍କା କେମିତି ଯୋଗାଡ଼ ହେବ ସେହି ଚିନ୍ତା ବିଶ୍ୱନାଥଙ୍କୁ ଘାରିଛି। ଜୀବନରେ ଏହାଠାରୁ ବଡ଼ ଦୁଃଖ ଆଉ କିଛି ନାହିଁ ବୋଲି ସେ ଲୁହ ଛଳଛଳ ଆଖିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri