Posted inଖେଳ

ବାଂଲାଦେଶର ସେମିଫାଇନାଲ ଆଶା ଉଜ୍ଜୀବିତ

ସାଉଥାମ୍ପଟନ,୨୫।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୩୧ତମ ମ୍ୟାଚ୍‌ରେ ମାଶ୍ରାଫି ମୋର୍ତ୍ତାଜାଙ୍କ ନେତୃତ୍ୱାଧୀନ ବାଂଲାଦେଶ ୬୨ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍‌ ଜିତି ଆଫଗାନିସ୍ତାନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୬୨ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୪୭ ଓଭରରେ ୨୦୦ ରନ କରି ଆଲଆଉଟ ହେବା ସହ ପରାସ୍ତ ହୋଇଥିଲା। ୫୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହ ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିବା ତାରକା ଅଲରାଉଣ୍ଡର ଶାକିବ ଅଲ ହାସନ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥି ସହିତ ବାଂଲାଦେଶ ୭ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ ଓ ପରାଜୟ ଏବଂ ଗୋଟିଏ ବିନା ଫଳାଫଳ ସହ ମୋଟ ୭ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନକୁ ଉଠି ସେମି ଆଶା ଉଜ୍ଜୀବିତ ରଖିଛି। ଅନ୍ୟପଟେ ପୂର୍ବରୁ ସେମି ଦୌଡ଼ରୁ ବାଦ୍‌ ପଡିସାରିଥିବା ଆଫଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ପଏଣ୍ଟ ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି।
୨୬୩ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଆଫଗାନିସ୍ତାନ ଏକଦା ୨ ଉଇକେଟ ହରାଇ ୧୦୪ ରନ କରି ଭଲ ଆରମ୍ଭ କରିଥିଲା। ତେବେ ଏହାପରେ ଦଳ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ବ୍ୟାଟିଂରେ ଅସ୍ଥିର ପ୍ରଦର୍ଶନ ପୁଣିଥରେ ଆଫଗାନିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଳ ପକ୍ଷରୁ ଓପନର ତଥା ଅଧିନାୟକ ଗୁଲବଦିନ ନାଇବ ୪୭ ରନ କରି ଆଉଟ ହୋଇଥିବା ବେଳେ ଶମିଉଲ୍ଲା ଶିନଓ୍ବାରି ସର୍ବାଧିକ ୪୯ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ରହମତ ଶାହା ୨୪, ନାଜିବୁଲ୍ଲା ଜଡ୍ରାନ ୨୩, ଅସଘର ଆଫଗାନ ୨୦, ହସମତୁଲ୍ଲା ଶାହିଦୀ ୧୧, ଇକ୍ରାମ ଅଲି ଖିଲ ୧୧ ରନ କରି ଆଉଟ ହୋଇଥିଲେ ଓ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଶାକିବ ସର୍ବାଧିକ ୫, ମୁସ୍ତାଫିଜୁର ରହମାନ ୨, ମହମ୍ମଦ ସୈଫୁଦ୍ଦିନ ଓ ମୋସାଡେକ ହୋସେନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଶାକିବଙ୍କ କୀର୍ତ୍ତିମାନ
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦୁଇ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଶାକିବ ଅଲ ହାସନ ଓ ମୁସ୍‌ଫିକର ରହିମଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ବଳରେ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା। ଇନ୍‌ଫର୍ମ ତଥା ତାରକା ଅଲରାଉଣ୍ଡର ଶାକିବ ୬୯ ବଲର ସମ୍ମୁଖୀନ ହୋଇ ଗୋଟିଏ ଚୌକା ସହ ଧର୍ଯ୍ୟପୂର୍ଣ୍ଣ ୫୧ ରନର ପାଳି ଖେଳିଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ୮୭ଟ ବଲ ଖେଳି ୪ ଚୌକା ଓ ୧ ଛକା ସହ ୮୩ ରନର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଟୁର୍ନାମେଣ୍ଟରେ ଶାକିବ ଅଷ୍ଟ୍ରେଲିଆର ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନରଙ୍କୁ ପଛରେ ପକାଇ ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ଏପର୍ଯ୍ୟନ୍ତ ଶାକିବ ଦୁଇଟି ଶତକ ଓ ୩ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। କେବଳ ସେତିକି ନୁହେଁ ଶାକିବ ବାଂଲାଦେଶର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ ଇତିହାସରେ ୧୦୦୦ ରନ ସଂଗ୍ରହ କରିଛନ୍ତି। ଚତୁର୍ଥ ବିଶ୍ୱକପ ଖେଳୁଥିବା ଶାକିବ ବିଶ୍ୱକପ୍‌ରେ ୨୭ତମ ମ୍ୟାଚ୍‌ ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ମୋଟ ଉପରେ ଶାକିବ ବିଶ୍ୱର ୧୯ତମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ ଏକ ହଜାରରୁ ଉର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। କେବଳ ସେତିକ ନୁହଁ ଭାରତର ଯୁବରାଜ ସିଂଙ୍କ ପରେ ସେ ଦ୍ୱିତୀୟ ଅଲରାଉଣ୍ଡର ଭାବେ ବିଶ୍ୱକପ୍‌ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ୫ ଉଇକେଟ ନେବା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି। ପୂର୍ବରୁ ୨୦୧୧ ବିଶ୍ୱକପ୍‌ରେ ଯୁବରାଜ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଖେଳାଳିଭାବେ ଏହି ରେକର୍ଡ ସୃଷ୍ଟି କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୋସାଡେକ ହୋସେନ ୨୪ ବଲରୁ ୪ ଚୌକା ସହ ଦ୍ରୁତ ୩୫ ରନକରି ଦଳର ସ୍କୋରକୁ ଅଢ଼େଇଶହ ରନ ପାର କରାଇଥିଲେ। ମହମୁଦୁଲ୍ଲା ୨୭, ଓପନର ତାମିମ ଇକବାଲ ୩୬, ଲିଟନ ଦାସ ୧୬ ରନ କରି ଆଉଟ ହୋଇଥିଲେ। ମିଡିଲଅର୍ଡର ତାରକା ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର ମାତ୍ର ୩ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସୈଫୁଦ୍ଦିନ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଆଫଗାନିସ୍ତାନ ପ୍ରଭାବୀ ପ୍ରଦର୍ଶନ କରି ବାଂଲାଦେଶକୁ ବୃହତ୍‌ ସ୍କୋର ହାସଲ କରିବାକୁ ଦେଇ ନ ଥିଲା। ଦଳ ତରଫରୁ ମୁଜିବ ଉର ରହମାନ ସର୍ବାଧିକ ୩, ଗୁଲବଦିନ ନାଇବ ୨, ଦଲତ ଜଡ୍ରାନ ଓ ମହମ୍ମଦ ନବୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୫୦ ଓଭରରେ ୨୬୨/୭
(ମୁସଫିକର- ୮୩, ଶାକିବ- ୫୧, ତାମିମ- ୩୬, ମୋସାଡେକ- ୩୫, ମହମୁଦୁଲ୍ଲା- ୨୭, ମୁଜିବ- ୩/୩୯, ଗୁଲବଦିନ- ୨/୫୬, ଦଲତ-୧/୬୪, ନବୀ- ୧/୪୪ )।
ଆଫଗାନିସ୍ତାନ ୪୭ ଓଭରରେ ୨୦୦/ ଅଲଆଉଟ
(ଶିନଓ୍ବାରି- ୪୯*, ନାଇବ- ୪୭, ରହମତ- ୨୪, ନାଜିବୁଲ୍ଲ- ୨୩, ଅସଘର- ୨୦, ଶାକିବ- ୫/୨୯, ମୁସ୍ତାଫିଜୁର- ୨/୩୨, ସୈଫୁଦ୍ଦିନ- ୧/୩୩, ମୋସାଡେକ- ୧/୨୫ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri