ବହୁ-ଗ୍ରହୀୟ ଜୀବନ

ଆକାର ପଟେଲ
ବିବର୍ତ୍ତନୀୟ ମାନଦଣ୍ଡରେ ଆମେ ଯଦି ଜୀବନକୁ ଦେଖିବା, ତେବେ ତା’ର ମୁଖ୍ୟ ମାଇଲ୍‌ଷ୍ଟୋନ୍‌ଗୁଡ଼ିକ କ’ଣ ହେବ? ପ୍ରଥମେ ଆସିବ ପ୍ରାୟ ୩୫୦ କୋଟି ବର୍ଷ ତଳେ ଦେଖାଯାଇଥିବା ଏକକୋଷୀ ପ୍ରାଣୀ। ତା’ପରେ ଆସିବେ ବହୁକୋଷୀ ପ୍ରାଣୀ, ସ୍ତନ୍ୟପାୟୀ ପ୍ରାଣୀ ଓ ଅନ୍ୟ ଉନ୍ନତ ପ୍ରାଣୀ। ପୁଣି ଜୀବନର ଗତି ସମୁଦ୍ରରୁ ଆରମ୍ଭ ହୋଇ ଭୂମି ଉପରକୁ ଆସିଛି ଏବଂ ତା’ପରେ ଚେତନାର ବିକାଶ ଘଟିଛି। ଶେଷରେ ଏହି ବିବର୍ତ୍ତନର ଧାରା ମଣିଷକୁ ବର୍ତ୍ତମାନର ଅବସ୍ଥାରେ ପହଞ୍ଚାଇଛି। ଏହି ମାନଦଣ୍ଡ ଉପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ?
ଏହା ସ୍ପଷ୍ଟ ଯେ, ଯେତେବେଳେ ବିବର୍ତ୍ତନୀୟ ମାନଦଣ୍ଡରେ ଆମେ ଜୀବନକୁ ଦେଖିବା, ସେତେବେଳେ କଳା, ସଂସ୍କୃତି, ଭାଷା ପ୍ରଭୃତି ଅପ୍ରାସଙ୍ଗିକ ହୋଇପଡ଼ିବ। ମଣିଷ ସମାଜ ଆଜି ଯାଏ ଯେତେ ଯୁଦ୍ଧ ଲଢ଼ିଛି, ତାକୁ ନେଇ ଯେତେ ଇତିହାସ ଲେଖା ଓ ପଢ଼ା ହୋଇଛି, ତା’ର କିଛି ଗୁରୁତ୍ୱ ରହିବ ନାହିଁ। ଇତିହାସର ସମସ୍ତ ମହାପୁରୁଷ ଓ ମହୀୟସୀ ନାରୀ ମଧ୍ୟ ଅପ୍ରାସଙ୍ଗିକ ହୋଇପଡ଼ିବେ। ଏହି ମାନଦଣ୍ଡରେ ପରବର୍ତ୍ତୀ ପଦକ୍ଷେପ ହେବ ଜୀବନ ଓ ଚେତନାକୁ ବହୁ-ଗ୍ରହୀୟ (multi-planetary) କରିତୋଳିବା। ଅର୍ଥାତ୍‌ ପୃଥିବୀରୁ ଜୀବନକୁ ନେଇ ଅନ୍ୟ ଗ୍ରହଗୁଡ଼ିକରେ ପହଞ୍ଚାଇବା ଏବଂ ସେଠାରେ ମାନବ ସଭ୍ୟତାର ବିକାଶ ଘଟାଇବା। ଏହା ପ୍ରଥମେ ହେବ ଆମ ସୌରଜଗତ ଅନ୍ତର୍ଗତ ଅନ୍ୟ ଗ୍ରହରେ, ତା’ପରେ ଆମ ଛାୟାପଥ (ନୀହାରିକା) ଅନ୍ତର୍ଗତ ସୌରଜଗତଗୁଡ଼ିକରେ ଏବଂ ଶେଷରେ ମହାକାଶରେ ଥିବା ଅନ୍ୟାନ୍ୟ ନୀହାରିକାରେ।
ଯେତେବେଳେ ଆମେ ଇତିହାସ ଓ ବିବର୍ତ୍ତନ ଉପରେ ଦୃଷ୍ଟି ପକାଉ ଏବଂ ଏହି ଧାରାରେ ଉଚ୍ଚାଭିଳାଷ ପୋଷଣ କରୁ, ସେତେବେଳେ ଅନେକ ଜିନିଷ ଅର୍ଥହୀନ ହୋଇଯାଏ। ଆମର ପରସ୍ପର ଭିତରେ ଥିବା ସମସ୍ୟା ଏବଂ ଅନ୍ୟ ଦେଶ ଓ ଅନ୍ୟ ଧର୍ମ ଭିତରେ ରହିଥିବା ମତପାର୍ଥକ୍ୟ ଅତି ଛୋଟ ଓ ଅର୍ଥହୀନ ହୋଇପଡ଼େ। ଏହି ଦୃଷ୍ଟିରୁ ଚନ୍ଦ୍ରଯାନ-୨ର ବିଫଳତାକୁ ଆମେ ଦେଖିବା ଉଚିତ। ଚନ୍ଦ୍ରରେ ବରଫ ଆକାରରେ କେତେ ପାଣି ଅଛି, ତାହା ଦେଖିବା ଥିଲା ଏହି ଅଭିଯାନର ଉଦ୍ଦେଶ୍ୟ। ଚନ୍ଦ୍ରରେ ମଣିଷର ଭିତ୍ତି- ଯାହା ହେବ ବହୁ-ଗ୍ରହୀୟ ଜୀବନଯାତ୍ରାର ପ୍ରଥମ ପଦକ୍ଷେପ- ତାହା ହେଉଛି ଚନ୍ଦ୍ରରେ ଥିବା ପାଣିକୁ ଠାବ କରିବା ଓ ତାକୁ ବ୍ୟବହାର କରିବାର କ୍ଷମତା ହାସଲ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏତେ ଅଧିକ ଯେ ପୃଥିବୀପୃଷ୍ଠରୁ ସବୁ ଜିନିଷ ବୁହାଇ ନେଇ ଗ୍ରହାନ୍ତରକୁ ମହାକାଶୀୟ ଯାତ୍ରା କରିବା ସହଜ ନୁହେଁ। ଗୋଟିଏ ରକେଟ୍‌ର ଓଜନ ଯେତିକି ତା’ର ୧୦ ପ୍ରତିଶତରୁ କମ୍‌ ଜିନିଷ ବହନ କରି ପୃଥିବୀର କକ୍ଷରେ ପ୍ରବେଶ କରିହେବ। ଅନ୍ୟ ୯୦ ପ୍ରତିଶତ ହେଉଛି ପ୍ରଥମ କିଛି ମିନିଟ ପାଇଁ ଇନ୍ଧନ ଓ ଧାରକ। କାରଣ କକ୍ଷପଥ ଭିତରକୁ ଯିବା ମାନେ ଘଣ୍ଟାକୁ ୨୮,୦୦୦ କିମି ବେଗ ହାସଲ କରିବା। ଯଦି କୌଣସି ବସ୍ତୁ ଏହାଠାରୁ କମ୍‌ ବେଗରେ ଗତି କରେ, ତେବେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ତାକୁ ପୁଣି ନିଜ ଆଡ଼କୁ ଟାଣିଆଣିବ। ଯଦି ଆମେ ୪ ବର୍ଷ ବା ଅଧିକ କାଳ ଯାତ୍ରା କରିବାକୁ ଚାହୁଁ (ମଙ୍ଗଳକୁ ଯିବା ଓ ଫେରିବା ପାଇଁ ଅତି କମ୍‌ରେ ସେତିକି ସମୟ ଦରକାର), ତେବେ ଆବଶ୍ୟକ ଖାଦ୍ୟ, ଜଳ ଓ ଇନ୍ଧନ ସାଙ୍ଗରେ ନେଇ ହେବ ନାହିଁ। ତାକୁ ଅନ୍ୟ କୋଉଠୁ ସଂଗ୍ରହ କରିବାକୁ ହେବ ବା ତିଆରି କରିବାକୁ ପଡ଼ିବ। ଗରିବ ଦେଶଗୁଡ଼ିକରେ ସରକାର ଅବାସ୍ତବ ପ୍ରକଳ୍ପଗୁଡ଼ିକ ପାଇଁ ଯେଉଁ ବିପୁଳ ଟଙ୍କା ଖର୍ଚ୍ଚ କରନ୍ତି, ତାକୁ ଆମ ଭିତରୁ ଅନେକେ ପସନ୍ଦ କରନ୍ତି ନାହିଁ। ଅନ୍ୟ ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ବୋଲି ସେମାନେ ମତପୋଷଣ କରନ୍ତି। ଏହା ପୂର୍ବରୁ ମୁଁ ଲେଖିଥିଲି ଯେ ଆମେ ମହାକାଶୀୟ ଗବେଷଣା ଓ ଅନୁସନ୍ଧାନକୁ ଖୋଲା ମନରେ ବିଚାର କରିବା ଉଚିତ।
ଏକ ବିଫଳ ପ୍ରୟାସ ହେଉଛି ଏକ ବିଫଳତା ଏବଂ ଏକ କ୍ଷତି, ଯଦି ଆମେ ଏଥିରୁ କିଛି ଶିକ୍ଷା ନ କରୁ। ମହାକାଶ ହେଉଛି ବିପଜ୍ଜନକ ଏବଂ ଆମେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଗଲାବେଳେ ଅନେକ ବିଫଳ ପ୍ରୟାସର ସାମ୍‌ନା କରିବାକୁ ପଡ଼ିପାରେ। ବିଶ୍ୱର ବୃହତ୍ତମ ସ୍ପେସ୍‌ କମ୍ପାନୀ ସ୍ପେସ୍‌ଏକ୍ସ ହେଉଛି ପ୍ରଥମ ଘରୋଇ କମ୍ପାନୀ ଯିଏ ପ୍ରାୟ ୧୦ ବର୍ଷ ତଳେ ପୃଥିବୀର କକ୍ଷପଥରେ ରକେଟ ସଂସ୍ଥାପନ କରିଥିଲା। ଏହା ପ୍ରଥମ ତିନିଥର ଏଥିରେ ବିଫଳ ହୋଇଥିଲା ଏବଂ ପାଖରେ ଯଥେଷ୍ଟ ଟଙ୍କା ଥିବାରୁ ଏହା ଚତୁର୍ଥ ଥର ପାଇଁ ଚେଷ୍ଟା କରି ସଫଳ ହୋଇଥିଲା। ବର୍ତ୍ତମାନ ୧୦ ବର୍ଷ ପରେ ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ବିକାଶ ହେବା ପରେ ଏହା ମଙ୍ଗଳଗ୍ରହକୁ ମଣିଷକୁ ନେବା ପାଇଁ ବିରାଟ ବିରାଟ ରକେଟ୍‌ ପ୍ରସ୍ତୁତ କରୁଛି। କମ୍ପ୍ୟୁଟରର ଶକ୍ତି ଯୋଗୁ ଏବେ ଦ୍ରୁତଗତିରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବିକାଶ ଘଟିଚାଲିଛି। ଆମ ଜୀବନକାଳ ଭିତରେ ଏବଂ ବାସ୍ତବରେ ଅଳ୍ପ କିଛି ବର୍ଷ ଭିତରେ ବହୁ ବଡ଼ ବଡ଼ ସଫଳତା ମିଳିବାର ସମ୍ଭାବନା ଅଛି, ଯାହା ଆମେ ଏବେ କଳ୍ପନା ବି କରିପାରିବା ନାହିଁ। ପରିଶେଷରେ ପୃଥିବୀରେ ଜୀବନଧାରଣ କଷ୍ଟକର ହୋଇପାରେ। ପୃଥିବୀ ସହ କୌଣସି ଗ୍ରହାଣୁ ମାଡ଼ ହୋଇ ବା ପ୍ରାକୃତିକ ମହାବିପର୍ଯ୍ୟୟ ଯୋଗୁ ଜୀବସତ୍ତା ଲୋପ ପାଇଯାଇପାରେ। ତାହା ଯଦି ନ ହୁଏ, ତେବେ କିଛି ବିଲିୟନ ବର୍ଷ ପରେ ସୂର୍ଯ୍ୟ ତା’ର ଶକ୍ତି ହରାଇ ଏକ ଲୋହିତ ତାରକାରେ ପରିଣତ ହେବ ଏବଂ ପୃଥିବୀ ଧ୍ୱଂସ ପାଇଯିବ। ତେଣୁ ମଣିଷ ଓ ଚେତନଶୀଳ ଜୀବ ବଞ୍ଚିବାର ଏକମାତ୍ର ରାସ୍ତା ହେଉଛି ପୃଥିବୀ ଛାଡ଼ି ମହାକାଶରେ ଅନ୍ୟ କେଉଁଠିକୁ ପଳାଇବା। ବର୍ତ୍ତମାନ ଇସ୍ରୋ, ନାସା, ଚାଇନିଜ୍‌ ସ୍ପେସ୍‌ ଏଜେନ୍ସି ଏବଂ ସ୍ପେସ୍‌ଏକ୍ସର ପ୍ରଚେଷ୍ଟାକୁ ଆମେ ମାନବଜଗତର ଏହି ପ୍ରଚେଷ୍ଟାର ଅଂଶବିଶେଷ ଭାବେ ଦେଖିବା ଉଚିତ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri