ବସଷ୍ଟାଣ୍ଡ ପାଖରେ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ; ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପ

ଝୁମ୍ପୁରା, ୧୭।୨(ଡି.ଏନ.ଏ.)-ଝୁମ୍ପୁରା ବସଷ୍ଟାଣ୍ଡ ପ୍ରବେଶ ଦ୍ୱାର ପାଖରେ ହିଁ ରହିଛି ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ। ଖୁଣ୍ଟ ଉପରେ ଝୁଲି ରହିଛି ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର। ବସଷ୍ଟାଣ୍ଡ ପ୍ରବେଶ ପଥରେ ଥିବା ଏହି ଲୁହା ଖୁଣ୍ଟଟି ଗାଡି ଧକ୍କାରେ ହିଁ ବଙ୍କାଟଙ୍କା ହୋଇ ଛୋଟ ହୋଇଯାଇଛି। ଏହାଦ୍ୱାରା ୧୧କେଭି ତାର ମଧ୍ୟ କମ୍‌ ଉଚ୍ଚତାରେ ରହିଛି। ସବୁ ସମୟରେ ଦୁର୍ଘଟଣାର ସମ୍ଭାବନା। ପ୍ରତ୍ୟହ ବସଷ୍ଟାଣ୍ଡ ଭିତରକୁ ବହୁ ଛୋଟବଡ ଯାତ୍ରୀବାହୀ ଗାଡ଼ିର ଯାତାୟାତ ରହିଛି। ଯାତ୍ରୀବାହୀ ବସର ଉପର ହୁଡ ବିଦ୍ୟୁତ ତାର ସହ ଛୁଇଁବା ଅବସ୍ଥାରେ ଆସି ଯାଉଛି। ଯେ କୌଣସି ସମୟରେ ମଧ୍ୟ ବଡ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ଏ ନେଇ ବଜାରବାସୀଙ୍କ ପକ୍ଷରୁ ନେସ୍କୋର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଖୁଣ୍ଟ ବଦଳାଯାଇ ବିଦ୍ୟୁତ ତାରଗୁଡିକୁ ଉଚ୍ଚା କରାଯିବାକୁ ଦାବି ହୋଇଛି। ହେଲେ ନେସ୍କୋ କର୍ତ୍ତୃପକ୍ଷ ସବୁ ସମୟରେ କେବଳ ପ୍ରତିଶ୍ରୁତିରେ କାମ ଚଳାଇ ନେଉଛନ୍ତି। ଖୁଣ୍ଟ ବଦଳାଯିବା ପ୍ରସଙ୍ଗ ନେଇ ପଚାରିବାରୁ ଝୁମ୍ପୁରା ନେସ୍କୋ ସେକଶନର ଯନ୍ତ୍ରୀ ଲମ୍ବୋଦର ବାରିକ ଏବଂ ଚମ୍ପୁଆସ୍ଥିତ ନେସ୍କୋର ସହକାରୀ ଯନ୍ତ୍ରୀ ଆର.ଏନ. ପାତ୍ର କହିଲେ ଯେ, ତୁରନ୍ତ ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା ଡ୍ରାଇଭର ମହାସଂଘ

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଡ୍ରାଇଭର ମହାସଂଘ, ବରଗଡ଼ ଜିଲା ଶାଖାର ଏକ ପ୍ରତିନିଧି ଦଳ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ…

ଏନ୍‌ଇଇଟି ପେପର ଲିକ୍‌ ଘଟଣା: ଧର୍ମେନ୍ଦ୍ରଙ୍କ ବହିଷ୍କାର ଦାବି

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଦେଶରେ ଡାକ୍ତରୀ ଚୟନ ପ୍ରବେଶିକା ପରୀକ୍ଷା(ଏନଇଇଟି) ପେପର ଲିକ ଘଟଣା ଏବେ ଚର୍ଚ୍ଚାରେ ଥିବାବେଳେ ଆମ ଆଦମୀ ପାର୍ଟି(ଏଏପି) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ଲାଗିଗଲା ଡ୍ରାଇଭରଙ୍କ ଆଖି, ଗଛରେ ପିଟି ହୋଇ କେନାଲରେ ପଶିଗଲା ହାଇଓ୍ବା

ବାରଙ୍ଗ,୧୨।୬(ଲିଙ୍ଗରାଜ ରାଉତ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା ହାଇଓ୍ବା । ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ…

ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ପବନ : ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୧୨ା୬ (ବନ୍ଦନା ସେଠୀ):କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଧୀରେ ଧୀରେ ଏହା ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି। ରାଜ୍ୟରେ ଏବେ କାଳବୈଶାଖୀ…

ମୋହନ ସରକାରକୁ ପୂରିଲା ୨ ବର୍ଷ: ରିପୋର୍ଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬(ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାରକୁ ଶୁକ୍ରବାର ୨ବର୍ଷ ପୂରଣ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ଲକ ଓ ଜିଲାସ୍ତରୀୟ କାର୍ଯ୍ୟକ୍ରମ କରାଯିବା ସହିତ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ…

ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

କୋକସରା,୧୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପାତ୍ରବସା ରାସ୍ତାରେ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଗୁରୁତର ହୋଇଥିବା ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri